Thursday, July 2, 2026 02:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗାନ୍ଧୀ ଜୟନ୍ତୀରେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ

ସାମ୍ବାଦିକ ସମ୍ମିଳନୀରେ ଦିଆଗଲା ସୂଚନା

by Our Correspondent
01 Oct, 2021- 10:04 PM
in Latest News, News
1 min read
0
ଗାନ୍ଧୀ ଜୟନ୍ତୀରେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ

ଭୁବନେଶ୍ୱର,: ଗାନ୍ଧୀ ଜୟନ୍ତୀ ଅବସରରେ ଅକ୍ଟୋବର ୨ ରୁ ଆରମ୍ଭ କରି ନଭେମ୍ବର ୨ ତାରିଖ ପର୍ୟ୍ୟନ୍ତ ୧ ମାସ ଧରି ବିଭିନ୍ନ ସମାଜସେବା କାର୍ୟ୍ୟକ୍ରମ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଏହି ସମାଜସେବା ଗୁଡ଼ିକ ମଧ୍ୟରେ ରକ୍ତଦାନ ଶିବିର ଆୟୋଜନ ପ୍ରମୁଖ। ତାଙ୍କର ଏହି ଆହ୍ୱାନକୁ ଅନୁପାଳନ କରି ଓଡ଼ିଶା-ମୋ ପରିବାର, ଏହାର ଜୀବନବିନ୍ଦୁ କାର୍ୟ୍ୟକ୍ରମକୁ ଆହୁରି ବ୍ୟାପକ କରିବ । ଏହି କ୍ରମରେ ଓଡ଼ିଶା-ମୋ ପରିବାର ପକ୍ଷରୁ ଆସନ୍ତା ଅକ୍ଟୋବର ୨ ତାରିଖ ରୁ ନଭେମ୍ବର ୨ ତାରିଖ ପର୍ୟ୍ୟନ୍ତ ମାସେବ୍ୟାପୀ ରାଜ୍ୟର ସମସ୍ତ ଜିଲ୍ଲାରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରିବାକୁ ନିଷ୍ପତି ନିଆଯାଇଛି ।

ଏହି ପରିପ୍ରେକ୍ଷୀରେ ଓଡ଼ିଶା ମୋ ପରିବାର ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି । ବିଶେଷକରି ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଅକ୍ଟୋବର ୨ ତାରିଖ ସକାଳ ୧୦ ଘଟିକାରେ ଜନତା ମୈଦାନ ସ୍ଥିତ ମହାତ୍ମା ଗାନ୍ଧୀ ପାର୍କରେ ଅବସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସମାଜସେବା ପାଇଁ ପ୍ରତିବଦ୍ଧତାର ଶପଥପାଠ ସମାରୋହ ଅନୁଷ୍ଠିତ ହେବ । ଏହାପରେ ପୂର୍ବାହ୍ନ ୧୧ଟା ୩୦ ମିନିଟ୍ ରେ ଭୁବନେଶ୍ୱର ବୁଦ୍ଧେଶ୍ୱରୀ କଲୋନୀ ସ୍ଥିତ ଲେପ୍ରସି କଲୋନୀରେ ଫଳ, ଔଷଧ ଇତ୍ୟାଦି ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ।

ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା-ମୋ ପରିବାର ଇନ୍-ଚାର୍ଜ ତଥା ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ଓଡ଼ିଶା-ମୋ ପରିବାର ଆବାହକ ଅରୁପ ପଟ୍ଟନାୟକ, ସହ-ଆବାହକ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟସଭା ସାଂସଦ ତଥା ଓଡ଼ିଶା-ମୋ ପରିବାର ଇନ୍-ଚାର୍ଜ ଡ. ସସ୍ମିତ ପାତ୍ର, ଓଡ଼ିଶା-ମୋ ପରିବାର ସଦସ୍ୟ ଗୌରହରି ମିଶ୍ର, ସଦସ୍ୟା ଶ୍ରୀମତୀ ଭାରତୀ ସିଂହ, ସଂପାଦକ ଦୁର୍ଗା ଚରଣ ସାମନ୍ତରାୟ, ଶ୍ରୀମତୀ ମୀରା ପରିଡ଼ା, ଯୁଗ୍ମ ସଂପାଦକ ରୁଦ୍ର ନାରାୟଣ ସାମନ୍ତରାୟ, ସମୀର ପ୍ରଧାନ ଏବଂ ଓଡ଼ିଶା-ମୋ ପରିବାର ଖୋର୍ଦ୍ଧା ଜିଲ୍ଲା ଯୁଗ୍ମ ସଂଯୋଜକ ଶ୍ରୀକୁମାର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନା ଅନୁଯାୟୀ, ବିଗତ ଦିନମାନଙ୍କରେ ବିଶ୍ୱ ମହାମାରୀ ପରିସ୍ଥିତିରେ ଯେଉଁ ଉତ୍କଟ ରକ୍ତାଭାବ ଦେଖା ଦେଇଥିଲା ତାହା ଓଡି଼ଶା-ମୋ ପରିବାରର ସ୍ୱତନ୍ତ୍ର ରକ୍ତଦାନ ଅଭିଯାନ ଫଳରେ ଅନେକାଂଶରେ ଦୂର ହୋଇଥିଲା । ଓଡ଼ିଶାରେ ସ୍ୱେଚ୍ଛାକୃତ ରକ୍ତଦାନ କରିଥିବା ସଂଗଠନ ମାନଙ୍କ ମଧ୍ୟରେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ, ଓଡ଼ିଶା-ମୋ ପରିବାରର ଏହି ଅଭିଯାନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା । ଗତ ଅଗଷ୍ଟ ୯ ରୁ ଚଳିତ ଅଗଷ୍ଟ ୯ ପର୍ୟ୍ୟନ୍ତ ମୋଟ ୧,୩୦,୧୩୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇ ୩୦ ସେପ୍ଟେମ୍ବର ୨୦୨୧ ସୁଧା ସର୍ବମୋଟ ୧,୪୪,୬୧୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇସାରିଲାଣି । କୋଭିଡ୍ ଦ୍ୱିତିୟ ଲହର ଅନ୍ତ ଓ ତୃତୀୟ ଲହର ପ୍ରାରମ୍ଭ ସତ୍ତ୍ୱେ ଓଡ଼ିଶା-ମୋ ପରିବାର ନିରବଚ୍ଛିନ୍ନ ଭାବେ ଏହାର ଉଦ୍ୟମ ଜାରି ରଖିଛି । ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନରେ ଯୁବ, ଛାତ୍ର ମାନଙ୍କୁ ସାମିଲ କରି ୨୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବାର ଧାର୍ୟ୍ୟ ରଖାଯାଇଛି ।

Previous Post

ଇସାରା ଦେଲେ ପ୍ରଦୀପ ମାଝୀ

Next Post

ଅପରାହ୍ନ ୨ଟା ସୁଦ୍ଧା ପିପିଲି ରେଜଲ୍ଟ

Next Post
ଅପରାହ୍ନ ୨ଟା ସୁଦ୍ଧା ପିପିଲି ରେଜଲ୍ଟ

ଅପରାହ୍ନ ୨ଟା ସୁଦ୍ଧା ପିପିଲି ରେଜଲ୍ଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA