Tuesday, September 29, 2026 08:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରେକର୍ଡ଼ ୨୩ ହଜାରରୁ ଊର୍ଦ୍ଧ୍ୱ ରକ୍ତ ୟୁନିଟ୍ ସଂଗ୍ରହ

ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ମାସେବ୍ୟାପୀ ରକ୍ତଦାନ ଅଭିଯାନ

by Our Correspondent
03 Nov, 2021- 11:12 PM
in Latest News, News
1 min read
0
ରେକର୍ଡ଼ ୨୩ ହଜାରରୁ ଊର୍ଦ୍ଧ୍ୱ ରକ୍ତ ୟୁନିଟ୍ ସଂଗ୍ରହ

ଭୁବନେଶ୍ୱର:  ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ପୂର୍ବକ ଅକ୍ଟୋବର ୨ ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ମାସେବ୍ୟାପୀ ରାଜ୍ୟର ବିଭିନ୍ନ ସ୍ଥାନରେ ସମାଜସେବା, ସଚେତନତା ତଥା ରକ୍ତଦାନଭଳି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କର ଏହି ଆହ୍ୱାନକ୍ରମରେ ଓଡ଼ିଶା-ମୋ ପରିବାର ଦ୍ୱାରା ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସାରା ରାଜ୍ୟରେ ରକ୍ତଦାନ ଶିବିରମାନ ଆୟୋଜନ କରାଯାଇଥିଲା । ଏହି ଅଭିଯାନ ଅକ୍ଟୋବର ୨ରୁ ଆରମ୍ଭ ହୋଇ ନଭେମ୍ବର ୨ ପର୍ଯ୍ୟନ୍ତ ମାସେବ୍ୟାପୀ ଚାଲୁରହିଥିଲା । ଇତିମଧ୍ୟରେ ଅକ୍ଟୋବର ୧୬ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ସାମାଜିକ ପ୍ରତିବଦ୍ଧତାର ଆହ୍ୱାନରେ ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯିବାପାଇଁ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା।

ରକ୍ତଦାନ ଶିବିର ଆୟୋଜନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ଓଡ଼ିଶା- ମୋ ପରିବାର ତରଫରୁ କରାଯାଇଥିବା ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ଯୁବ, ଛାତ୍ର, ମହିଳା ଓ ନିର୍ବାଚିତ ପ୍ରତିନିଧି ତଥା କର୍ମକର୍ତ୍ତାମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଏପରିକି ଗାଁ ଗହଳି, ସହର, ବସ୍ତିର ଯୁବକ ଯୁବତୀ ଏବଂ ସ୍ୱେଚ୍ଛାସେବୀମାନେ ସ୍ୱତଃପ୍ରବୃତ୍ତ ଭାବେ ଶିବିରରେ ପହଞ୍ଚି ରକ୍ତଦାନ କରିଥିଲେ। ଫଳରେ ଏହି ଗୋଟିଏ ମାସରେ ରେକର୍ଡ଼ ସଂଖ୍ୟକ ୨୩ ହଜାରରୁ ଊର୍ଦ୍ଧ୍ୱ ରକ୍ତ ସଂଗୃହିତ ହୋଇଥିଲା । କୌଣସି ଗୋଟିଏ ମାସରେ ଏତେ ସଂଖ୍ୟକ ରକ୍ତ ସଂଗୃହିତ ହେବା ଏକ ସର୍ବକାଳୀନ ରେକର୍ଡ଼ ଅଟେ ।

ଏହା ମାନ୍ୟବର ମୁଖ୍ୟମନ୍ତ୍ରୀ ଯିଏକି ଓଡ଼ିଶା-ମୋ ପରିବାର ଦିଗଦର୍ଶକ, ତାଙ୍କ ଆହ୍ୱାନକ୍ରମେ ଓଡ଼ିଶାରେ ରକ୍ତାଭାବ ପୂରଣ ପାଇଁ ଏକ ସମର୍ପିତ ଉପହାର ବୋଲି ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ତରଫରୁ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

ଜିଲ୍ଲା ଗୁଡ଼ିକ ମଧ୍ୟରେ ପ୍ରଥମ ୫ଟି ଜିଲ୍ଲା ଯଥା କଟକରୁ ସର୍ବାଧିକ ୫୦୫୩ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲା ବେଳେ କେନ୍ଦୁଝରରୁ ୨୦୪୩, ଗଞ୍ଜାମରୁ ୧୮୪୩, ଯାଜପୁରରୁ ୧୭୯୮ଏବଂ ବାଲେଶ୍ୱରରୁ ୧୭୬୭ ୟୁନିଟ୍ ସଂଗ୍ରହ ଉଲ୍ଲେଖନୀୟ । ଅନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ ଏହି ସ୍ୱତନ୍ତ୍ର ଅଭିଯାନ କରାଯାଇଥିଲା।

Previous Post

ବଢ଼ିଲା ଠିକା କର୍ମଚାରୀଙ୍କ ଦରମା

Next Post

XIM University hosted its annual flagship event Abhivyakti’ 21

Next Post
XIM University hosted its annual flagship event Abhivyakti’ 21

XIM University hosted its annual flagship event Abhivyakti' 21

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA