Monday, May 11, 2026 08:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଝାଡୁଦାରଙ୍କୁ କୋଳେଇ ଚର୍ଚ୍ଚାରେ ଡିଜିପି ଅରୁଣ ଷଡ଼ଙ୍ଗୀ

ଡିଜିପିଙ୍କ ମହନୀୟତାକୁ ସବୁଆଡୁ ପ୍ରଶଂସା

by Our Correspondent
02 Feb, 2024- 07:45 PM
in Latest News, News, Story Of The Week
1 min read
0
ଝାଡୁଦାରଙ୍କୁ କୋଳେଇ ଚର୍ଚ୍ଚାରେ ଡିଜିପି ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ୱର: ରାଜ୍ୟ ପୁଲିସ ମୁଖ୍ୟାଳୟରେ ଝାଡୁଦାର ଭଳି ଅତି ତଳିଆ କର୍ମଚାରୀଙ୍କୁ ତାଙ୍କ ଚାକିରିରୁ ଅବସର ବେଳାରେ ସେହି ବିଭାଗର ସର୍ବୋଚ୍ଚ କର୍ତ୍ତା ତଥା ରାଜ୍ୟର ପୁଲିସ ମୁଖିଆ ଭାବବିହ୍ୱଳ ହୋଇ ତାଙ୍କୁ କୁଣ୍ଢାଇ ଧରିବାର ବିରଳ ଦୃଶ୍ୟ ସୋସିଆଲ୍ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ୍ ହୋଇଛି । ସରକାରୀ ଚାକିରିରୁ ବିଦାୟ ନେଲା ବେଳେ ଖୋଦ୍ ଡିଜି ସାହେବ ଯେ ତାଙ୍କୁ ଏମିତି ଅଭ୍ୟର୍ଥନା ଦେବେ ସେ ସ୍ୱପ୍ନରେ ଭାବି ନ ଥିବେ । ଏଣେ ଜଣେ ଝାଡୁଦାରଙ୍କୁ ଚାକିରିରୁ ଏମିତି ବିଦାୟ ଦେବାରେ ଏହି ବଡ଼ ହାକିମ ବାବୁ ଛୋଟ ହୋଇଯାଇନାହାନ୍ତି । ବରଂ ତାଙ୍କର ବଡ଼ ପଣ ରାଜ୍ୟ ପୁଲିସ ବିଭାଗର ମର୍ଯ୍ୟାଦା ବଢ଼ାଇ ଦେଇଛି । କେବଳ ପୁଲିସ କାହିଁକି, ଅନ୍ୟ ଅଧିକାରୀମାନଙ୍କ ପାଇଁ ସେ ଆଦର୍ଶ ପାଲଟିଛନ୍ତି ।

ପୁଲିସ ବିଭାଗରେ ଦୀର୍ଘ ୩୮ ବର୍ଷ ଧରି ଝାଡୁଦାର ଭାବେ ଚାକିରି କରିଥିଲେ ଧନୀ ନାୟକ । ଜାନୁଆରୀ ୩୧ ଥିଲା ତାଙ୍କ ଚାକିରିର ଶେଷ ଦିନ । ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦେବା ପାଇଁ ପୁଲିସ ମୁଖ୍ୟାଳୟ କର୍ମଚାରୀମାନଙ୍କ ପକ୍ଷରୁ ଛୋଟିଆ ଆୟୋଜନ ହୋଇଥିଲା । ତେବେ ପ୍ରବଳ କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ଖୋଦ୍ ପୁଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ ସେହି ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରହିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଧନୀଙ୍କୁ ସେ କେମିତି ଜାଣିଥିଲେ ତାହା ଅନ୍ୟମାନେ ଜାଣି ନ ଥିଲେ । ମାତ୍ର ଅନ୍ୟମାନଙ୍କ ମୁହଁରୁ ଧନୀଙ୍କ ଗୁଣଗାନ ଶୁଣିବା ବେଳେ ତାଙ୍କ ପ୍ରତି ଡିଜିପିଙ୍କ ଆତ୍ମୀୟତାର ଭାବ ସ୍ପଷ୍ଟ ବାରି ହୋଇପଡୁଥିଲା । ନିଜ ଆସନରୁ ଉଠି ଚାଲି ଆସିଥିଲେ ଝାଡୁଦାର ଧନୀ ନାୟକଙ୍କ ପାଖକୁ । ଆଉ ଆତ୍ମୀୟତା ଭାବରେ ତାଙ୍କୁ ଜୋରରେ କୁଣ୍ଢାଇ ଧରିଥିଲେ । ବଡ଼ ହାକିମଙ୍କ ଏଭଳି ଆଲିଙ୍ଗନ ଛୋଟିଆ କର୍ମଚାରୀ ଧନୀଙ୍କ ପାଇଁ ଅପ୍ରତ୍ୟାଶିତ ଥିଲା । ନିଜକୁ ସେ ବିଶ୍ୱାସ କରିପାରି ନ ଥିଲେ । ଅତ୍ୟନ୍ତ ଆତ୍ମହରା ହୋଇଯାଇଥିଲେ । ତାଙ୍କ ଆଖିରୁ ଲୁହ ଝରି ଆସିଥିଲା ।

ଧନୀଙ୍କର ସେହି ନିରୀହ ଲୁହଝରା ଆଖି ଡିଜିପି ଶ୍ରୀ ଷଡ଼ଙ୍ଗୀଙ୍କୁ ଭାବବିହ୍ୱଳ କରିଥିଲା । ଅତି ସ୍ନେହବୋଳା କଣ୍ଠରେ ସେ ତାଙ୍କର ଅବସର ଜୀବନରେ ସୁସ୍ଥତା କାମନା କରି ଆଶୀର୍ବାଦ ଦେଇଥିଲେ । ପୁଲିସ ମୁଖ୍ୟାଳୟରେ ସେଦିନ ଏହା ଏକ ନିଆରା ପରିବେଶ ସୃଷ୍ଟି କରିଥିଲା । ଜଣେ ତଳ ପାହ୍ୟାର କର୍ମଚାରୀଙ୍କ ପ୍ରତି ରାଜ୍ୟ ପୁଲିସ ମୁଖ୍ୟଙ୍କ ଏପରି ସମ୍ମାନ କେବେ ଦେଖିବାକୁ ମିଳି ନ ଥିଲା ବୋଲି ପୁଲିସ ମୁଖ୍ୟାଳୟର ବରିଷ୍ଠ କର୍ମଚାରୀମାନେ କହିଛନ୍ତି ।

ଧନୀ ନାୟକ କହିଛନ୍ତି, ପୁଲିସ ବିଭାଗରେ ସେ ଦୀର୍ଘ ୩୮ ବର୍ଷ ଧରି ଚାକିରି କରିଥିଲେ । ଏହି ଚାକିରି କାଳରେ ଅନେକ ଆଇପିଏସ୍ ଅଫିସରଙ୍କ ପ୍ରକୋଷ୍ଠ ଏବଂ ଅଫିସରେ ଝାଡୁ କରିଛନ୍ତି । ସାମାନ୍ୟ ଝାଡୁଦାର ହେଲେ ମଧ୍ୟ ଚାକିରି ଶେଷ ଦିନରେ ଡିଜି ସାର୍ ମୋତେ ନିଜର ଭାବି ଯେଭଳି ଆଲିଙ୍ଗନ କଲେ ତାହା ମୋ ଜୀବନରେ ସ୍ମରଣୀୟ ହୋଇ ରହିବ । ଏହି ଦିନକୁ ମୁଁ କେବେ ବି ଭୁଲି ପାରିବି ନାହିଁ ବୋଲି ଛଳ ଛଳ ଆଖିରେ କହିଛନ୍ତି ଧନୀ ।

ସୂଚନାଥାଉକି, ୧୯୯୦ ବ୍ୟାଚ୍ ଆଇପିଏସ୍ ଅରୁଣ ଷଡ଼ଙ୍ଗୀ ଅତ୍ୟନ୍ତ ଦକ୍ଷ ଓ ସଫଳ ପୁଲିସ ଅଫିସର ଭାବେ ଜଣାଶୁଣା । ସାଧାରଣ ଜନତା ଏବଂ କର୍ମଚାରୀଙ୍କ ପ୍ରତି ସେ ଯେତିକି କୋମଳ ଏବଂ ଉଦାର, ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ସେତିକି କଠୋର । ଅପରାଧ ଦମନରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ପୁଲିସକୁ ଭୟ ନୁହେଁ, ବନ୍ଧୁ ଭାବରେ ଗ୍ରହଣ କରିବାକୁ ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବାରେ ତାଙ୍କର ନିଷ୍ଠାପର ଉଦ୍ୟମ ପାଇଁ ସେ ବହୁ ପ୍ରଶଂସିତ । ରାଜ୍ୟର ଭାରପ୍ରାପ୍ତ ପୁଲିସ ଡିଜି ଭାବେ ଜାନୁଆରୀ ୧ ତାରିଖରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

 

 

Previous Post

ସାଧୁ ମେହେରଙ୍କ ପରଲୋକ

Next Post

କାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବଲପୁର ଗସ୍ତ

Next Post
କାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବଲପୁର ଗସ୍ତ

କାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବଲପୁର ଗସ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA