Friday, June 5, 2026 03:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କେହି କାହାକୁ କମ୍ ନୁହଁନ୍ତି

ଓଡ଼ିଶା ରାଜନୀତି ହାଲଚାଲ

by Our Correspondent
14 May, 2025- 03:24 PM
in Latest News, News, Politics
1 min read
0
କେହି କାହାକୁ କମ୍ ନୁହଁନ୍ତି
Spread the love

ଭୁବନେଶ୍ୱର: ଏପ୍ରିଲ୍ ୨୨ରେ ପହଲଗାମରେ ଆତଙ୍କୀ ହମଲା । ମେ’ ୭ ରେ ଭାରତର ଜବାବୀ ହମଲା-ଅପରେସନ୍ ସିନ୍ଦୁର । ମେ’ ୧୦ ତାରିଖ ଯାଏଁ ଭାରତ-ପାକ୍ ମଧ୍ୟରେ ଘମାଘୋଟ ଲଢ଼େଇ । ଗଣମାଧ୍ୟମରେ ମଣ୍ଡନ ହେଲା ସେଇ ଗୋଟିଏ ଖବର । ଟିଭି ସ୍କ୍ରିନ୍ ରେ ୨୪ ଘଣ୍ଟିଆ ଅଘୋଷିତ ଯୁଦ୍ଧ ଖବରର ପ୍ରସାରଣ । ଟିଆରପି ପାଇଁ ପ୍ରତିଯୋଗିତା ମାଡ଼ରେ ଅନ୍ୟ ପ୍ରମୁଖ ଖବରଗୁଡ଼ିକ ଲୁଚିଗଲା । ଏବେ ଯୁଦ୍ଧରେ ବିରାମ ଲାଗିବା ପରେ ଅଟକି ରହିଥିବା ରାଜ୍ୟ ଖବର ଉପରକୁ ସମସ୍ତ ନଜର ଫେରିଲାଣି ।

ବିଜେପି ନୂଆ ସଭାପତି ଚୟନ କେବେ?

ନା ବିଜେପି ରାଷ୍ଟ୍ରୀୟ ସଭାପତି, ନା ବିଜେପି ରାଜ୍ୟ ସଭାପତି । ଜେ.ପି ନଡ୍ଡାଙ୍କ ଜାଗାରେ ନୂଆ ରାଷ୍ଟ୍ରୀୟ ସଭାପତିଙ୍କ ନାଁ ଘୋଷଣା ବାକି ଥିଲା ବେଳେ ମନମୋହନ ସାମଲଙ୍କ ଜାଗାରେ ଓଡ଼ିଶା ବିଜେପିର ନୂଆ ମଙ୍ଗୁଆଳ ଚୟନ ବାକି ରହିଯାଇଛି । ଜାନୁଆରୀ ମାସରୁ ହବ ହବ ବୋଲି ଘୋଷଣା ହୋଇପାରୁନାହିଁ । ସବୁ ସରିଯାଇଛି, କୋଉ ମୂହୁର୍ତ୍ତରେ ଘୋଷଣା ହୋଇଯିବ ବୋଲି ନିର୍ଦ୍ଦିଷ୍ଟ ନେତାମାନେ ଗଣମାଧ୍ୟମରେ ତୋଫାନ କରୁଛନ୍ତି । ମାତ୍ର ସେମାନେ ଯେ ଅନ୍ଧାରରେ ବାଡ଼ି ବୁଲାଉଛନ୍ତି ତାହା ସ୍ପଷ୍ଟ । ନୂଆ ସଭାପତି ଘୋଷଣା ତାରିଖ ନେଇ କାହାରି ପାଖରେ ଖବର ନାହିଁ । ଗୋଷ୍ଠୀ କନ୍ଦଳ ଏହାର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି । ରାଜ୍ୟ ବିଜେପିରେ ଅନୁ୍ୟନ ୫ ଟି ଗୋଷ୍ଠୀ । ଦଳ ଏଥର ସରକାରରେ ଥିବାରୁ ପ୍ରତ୍ୟେକ ଗୋଷ୍ଠୀ କ୍ଷମତା ପାଇଁ ଲାଳାୟିତ ରହିବା ସ୍ୱାଭାବିକ । ମନମୋହନ ସାମଲଙ୍କୁ ପୁଣି ଥରେ ସଭାପତି କରିବା ପାଇଁ ଏକ ବଡ଼ ଗୋଷ୍ଠୀ ଅଡ଼ି ବସିଥିବା ବେଳେ ଆଉ ଏକ ପ୍ରଭାବଶାଳୀ ଗୋଷ୍ଠୀ ତାଙ୍କୁ ବିରୋଧ କରୁଛନ୍ତି । ଦୁହିଁଙ୍କ କଳିରେ ତୃତୀୟ ପକ୍ଷର ଲାଭ ପରି ଅନ୍ୟ ତିନି ଗୋଷ୍ଠୀ ସୁଯୋଗ ଅପେକ୍ଷାରେ ଅଛନ୍ତି ।

ନା ହେଲା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ନା ନିଗମ ନିଯୁକ୍ତି

ଆର ମାସରେ ମୋହନ ମାଝୀ ସରକାରଙ୍କୁ ବର୍ଷେ ପୂରିଯିବ । ଅଥଚ ଖାଲି ଥିବା ୬ଟି ମନ୍ତ୍ରୀ ପଦ ପୂରଣ ହୋଇପାରିଲା ନାହିଁ । ଅନଭିଜ୍ଞ ମନ୍ତ୍ରୀମାନଙ୍କ ହାତରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ରହି କାମ ଚଳିଯାଉଛି । ବହୁଧା ଗୋଷ୍ଠୀରେ ବିଭକ୍ତ ରାଜ୍ୟ ବିଜେପିରେ କେଉଁ ବିଧାୟକ, କେଉଁ ଗୋଷ୍ଠୀର ତାହା ବୋଧେ ମୁଖ୍ୟମନ୍ତ୍ରୀ ଜାଣିପାରୁନାହାନ୍ତି ଅଥବା ଜାଣିଥିବାରୁ ବିପଦ ବରଣ କରିବାକୁ ଚାହୁଁନାହାନ୍ତି । ତେଣୁ ଅଫିସରଙ୍କ ଦ୍ୱାରା କାମ ଚଳୁଛି ତ ଚଳୁ । ମୁଖ୍ୟମନ୍ତ୍ରୀ ଏହା ବୋଧେ ଭାବିଦେଇଛନ୍ତି । ସେହିଭଳି, ସରକାରକୁ ବର୍ଷେ ପୂରିବାକୁ ବସିଥିଲେ ମଧ୍ୟ ନିଗମ/ବୋର୍ଡରେ ନିଯୁକ୍ତି ହୋଇପାରିଲାନି । ଏହାର କାରଣ ମଧ୍ୟ ସେହି ଗୋଷ୍ଠୀ କନ୍ଦଳ ବୋଲି କୁହାଯାଉଛି । କୋଉ ଗୋଷ୍ଠୀର କାହାରିକୁ ସନ୍ତୁଷ୍ଟ କରିବେ, ନ କରିବେ ସେଇ ଅଡୁଆରେ ପଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ବିଭିନ୍ନ ଆଳରେ ସମୟ ଗଡ଼ାଇ ଚାଲିଛନ୍ତି । ଏଥିଯୋଗୁଁ ଆଶାୟୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସଂଗଠନ କାର୍ଯ୍ୟରେ କାହାର ମନ ନାହିଁ ।

ସ୍ପଷ୍ଟୀକରଣ ଦେଲେନି ମୁଖ୍ୟମନ୍ତ୍ରୀ

ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ ତାଙ୍କର ୟୁ ଟୁ୍ୟବ୍ ଚାନେଲରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପରେ ଲାଗ ଲାଗ ଦୁଇଟି ଏପିସୋଡ୍ କରିଛନ୍ତି । ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ଦାବି କରୁଥିବା ମୋହନ ବାବୁ କିଭଳି ବିଳାସମୟ ଜୀବନ କାଟୁଛନ୍ତି ତାହାର ଖୁଲାସା କରିଛନ୍ତି । ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟରେ ରାଜ୍ୟ ବାହାରକୁ ଗଲେ ସାଦାସିଧା ହୋଟେଲରେ ରହିବାକୁ ପସନ୍ଦ କରୁନାହାନ୍ତି । ଅତି ନାମୀଦାମୀ ଷ୍ଟାର୍ ବାଲା ହୋଟେଲରେ ରହିବାକୁ ପସନ୍ଦ କରୁଛନ୍ତି । ୫ରୁ ୧୦ ଲକ୍ଷିଆ ପ୍ରେସିଡେନ୍ସିଆଲ୍ ସୁଇଟ୍ ରେ ରହୁଛନ୍ତି । ଦିଲ୍ଲୀ କି ମୁମ୍ବାଇ ଯିବା ପାଇଁ ଇଣ୍ଡିଗୋ, ଏୟାର ଇଣ୍ଡିଆ ବିମାନ ତାଙ୍କ ମନକୁ ପାଉନି । ମାସକୁ କୋଟିଏ ୬୦ ଲକ୍ଷ ଟଙ୍କିଆ ସ୍ୱତନ୍ତ୍ର ଭଡ଼ା ବିମାନରେ ଯା ଆସ କରୁଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ୧୭ ବର୍ଷର ମୁଖ୍ୟମନ୍ତ୍ରୀତ୍ୱ କାଳରେ ବିଳାସବ୍ୟସନଠାରୁ ବହୁ ଦୂରରେ ଥିଲେ ଏବଂ ଅତି ସାଧାରଣ ଜୀବନ କାଟୁଥିଲେ । ଅଥଚ ମୋହନ ମାଝୀ କ୍ଷମତାକୁ ଆସୁ ଆସୁ ବିଳାସ ଜୀବନ କାଟିବାକୁ ପସନ୍ଦ କରୁଛନ୍ତି । ରୁବେନ୍ ବାନାର୍ଜୀଙ୍କ ଏହି ଖୁଲାସା ସାରା ରାଜ୍ୟରେ ଚହଳ ପକାଇଛି । ମୁଖ୍ୟମନ୍ତ୍ରୀ ଏହାର ସ୍ପଷ୍ଟୀକରଣ ଦେବାକୁ ସବୁଆଡୁ ଦାବି ହେଉଛି । ମାତ୍ର ମୁଖ୍ୟମନ୍ତ୍ରୀ ଏହା ଉପରେ ସମ୍ପୂର୍ଣ୍ଣ ନିରବ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଯାହା ତାଙ୍କ ପାଇଁ କ୍ଷତିକାରକ ହୋଇପାରେ । କାରଣ ରାଜନୀତିରେ ନେତାଙ୍କ ଭାବମୂର୍ତ୍ତି ର ଆଧାର ହେଉଛନ୍ତି ସାଧାରଣ ଜନତା । ସେମାନଙ୍କ ବିଶ୍ୱାସ/ଧାରଣା ହିଁ ନେତାଙ୍କୁ ବଡ଼ କି ଛୋଟ କରାଏ । ତେଣୁ ନବୀନ ବାବୁ ଏୟା କରୁଥିଲେ କି ପାଣ୍ଡିଆନ୍ ଏୟା କରୁଥିଲେ ତାହାକୁ ଉଦାହରଣ ନ କରି ମୋହନ ବାବୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିବାକୁ ସବୁଆଡୁ ଦାବି ହେଉଛି ।

ରାତାରାତି କାହିଁକି ବିଦା ହେଲେ ନିକୁଞ୍ଜ ଧଳ?

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ରାତାରାତି ତାଙ୍କ ଦାୟିତ୍ୱରୁ ହଟାଗଲା । ଏହାର ବିଜ୍ଞପ୍ତି ପ୍ରେସ୍ କୁ ଛଡ଼ାଗଲା । ଯଦିଓ କେନ୍ଦ୍ରକୁ ଡେପୁଟେସନରେ ଯିବା ପାଇଁ ତାଙ୍କୁ ପୂର୍ବରୁ ଅନୁମତି ମିଳିସାରିଥିଲା । କେନ୍ଦ୍ର ସଂସଦୀୟ ବ୍ୟାପାର ବିଭାଗର ସଚିବ ଭାବେ ତାଙ୍କର ନିଯୁକ୍ତି ଆଦେଶ ବି ବାହାରି ସାରିଥିଲା । ଜୁଲାଇ ମାସରେ ଅବସର ପରେ ଶ୍ରୀ ଧଳ ଦାୟିତ୍ୱ ନେବେ । ତେଣୁକରି ସେ ପର୍ଯ୍ୟନ୍ତ ଓଡ଼ିଶା ସରକାର ତାଙ୍କର ସେବାର ଉପଯୋଗ କରିବାରେ ପ୍ରଶାସନିକଗତ ବାଧା ନ ଥିଲା । କିନ୍ତୁ ସେ ତାଙ୍କର ନୂଆ ଦାୟିତ୍ୱ ନେବାର ଦୁଇ ମାସ ଆଗରୁ ରାଜ୍ୟ ସରକାର ତାଙ୍କୁ କାର୍ଯ୍ୟରୁ ଅନ୍ତର କରିଛନ୍ତି । ଦାୟିତ୍ୱରୁ ହଟିବା ପରେ ଶ୍ରୀ ଧଳ ତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଏକ ଭାବବିହ୍ୱଳ ପୋଷ୍ଟିଂ କରିଥିଲେ । ସେ ପୂର୍ବର ବିଜେଡି ସରକାର ଅମଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗତ ୧୮ ମାସ ଧରି ଚାପଗ୍ରସ୍ତ ଥିଲେ ବୋଲି ଲେଖିଥିଲେ । ତେଣୁ ତାଙ୍କ ଉପରେ କି ଚାପ ଥିଲା, ତାଙ୍କୁ ରାତାରାତି କାହିଁକି ବିଦା କରାଗଲା ତାହା ଓଡ଼ିଶାବାସୀଙ୍କ ପାଇଁ ଅନ୍ଧାରରେ ରହିଗଲା ।

ବିଜେଡିରେ ଖେଳ ହେବ!

ପାଣ୍ଡିଆନ-ବବିଙ୍କ ପାଇଁ ବିଜେଡିର ପରାଜୟ ହେଲା ବୋଲି ଗାଁର ଛୋଟ ପିଲା ମଧ୍ୟ କହୁଛନ୍ତି । ମାତ୍ର ଦଳର ମୁଖିଆ ନବୀନ ପଟ୍ଟନାୟକ ଏହା ମାନିବାକୁ ନାରାଜ । ଭୁଲ୍ ନ ମାନିବାରୁ ସୁଧାରିବାର ପ୍ରଶ୍ନ ଉଠିନି । ଦଳୀୟ ନେତା ଓ କର୍ମୀଙ୍କ ଅସନ୍ତୋଷକୁ ନବୀନ ବାବୁ ଖାତିର କରିନାହାନ୍ତି । ପାଣ୍ଡିଆନ ରାଜନୀତିରେ ଆଉ ନାହାନ୍ତି କି ଦଳ କଥା ବୁଝୁନାହାନ୍ତି ବୋଲି ମିଛ ବୟାନ ଦେଇ ଓଡ଼ିଶାବାସୀଙ୍କୁ ଭ୍ରମିତ କରିଛନ୍ତି । ନିକଟରେ ବିଜେଡି ସଂଗଠନ ପୁର୍ନବିନ୍ୟାସ କଲେ ନବୀନ ବାବୁ । ମାତ୍ର ତାହା ପାଣ୍ଡିଆନଙ୍କ ତାଲିକା ବୋଲି ସମସ୍ତଙ୍କର ହୃଦବୋଧ ହୋଇଛି । ସେହି ତାଲିକାରେ ପାଣ୍ଡିଆନଙ୍କ କର୍ତ୍ତୃତ୍ୱକୁ ପ୍ରତ୍ୟକ୍ଷ ବା ପରୋକ୍ଷରେ ବିରୋଧ କରୁଥିବା ବରିଷ୍ଠ ନେତାମାନଙ୍କୁ ଦଳୀୟ ବ୍ୟାପାରରୁ ଆଉଟ୍ କରିଦିଆଯାଇଛି । ପାଣ୍ଡିଆନ ବୋଲକରାଙ୍କୁ ନେଇ ଗଠିତ ହୋଇଛି ରାଜନୈତିକ ବ୍ୟାପାର କମିଟି । ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ଅନଙ୍ଗ ଉଦୟ ସିଂହଦେଓ, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ବଦ୍ରି ନାରାୟଣ ପାତ୍ର, ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଫୁଲ୍ଲ ସାମଲ, ଦେବାଶିଷ ସାମନ୍ତରାୟଙ୍କ ଭଳି ନେତାମାନଙ୍କୁ ଗୁରୁତ୍ୱହୀନ କରାଯାଇଛି । ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ ସାହୁ, ଭୂପିନ୍ଦର ସିଂଙ୍କୁ ସମ୍ପୂର୍ଣ୍ଣ ଆଉଟ୍ କରିଦିଆଯାଇଛି । ବିଜେଡିରେ ଏହାକୁ ନେଇ ଭୀଷଣ ଅସନ୍ତୋଷ । ଯାହା ବିଦ୍ରୋହର ରୂପ ନେବାର ଆଶଙ୍କା ସୃଷ୍ଟି କରିଛି । ଭାରତ-ପାକ୍ ଲଢ଼େଇ ଭିତରେ ଏହି ପ୍ରସଙ୍ଗ ଚପି ଯାଇଥିଲା । ମାତ୍ର ଏବେ ମଇଦାନ ପୁଣି ପ୍ରସ୍ତୁତ ହେଲାଣି । ଆଗକୁ ବିଜେଡିରେ ବିସ୍ଫୋରଣ ହେବ ବୋଲି ଦଳୀୟ ମହଲରେ ଏବେ ଜୋରଦାର ଚର୍ଚ୍ଚା ।

ଟିମ୍ ଗଠନ ପାରୁନାହାନ୍ତି କ୍ୟାପଟେନ୍

ପିସିସି ସଭାପତି ଭାବେ ଭକ୍ତ ଚରଣ ଦାସଙ୍କ ନିଯୁକ୍ତିକୁ ୩ ମାସ ପୂରିଗଲାଣି । ମାତ୍ର ଏ ପର୍ଯ୍ୟନ୍ତ ସେ ତାଙ୍କ ଟିମ୍ ଗଠନ କରିପାରିନାହାନ୍ତି । ଓଡ଼ିଶା କଂଗ୍ରେସର ସେ ଏବେ ୱାନ୍ ମ୍ୟାନ୍ ଆର୍ମି । ବିଜେପି ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ଲୋକମାନେ ଅସନ୍ତୁଷ୍ଟ ଏବଂ ବିଜେଡିର ସ୍ଥିତି ଦୁର୍ବଳ ବେଳେ କଂଗ୍ରେସ ପାଇଁ ଅପୂର୍ବ ସୁଯୋଗ । ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ଲୋକଙ୍କ ଆସ୍ଥାଭାଜନ ହୋଇପାରିବ ବୋଲି ଅନେକଙ୍କର ବିଶ୍ୱାସ ଥିଲା । ମାତ୍ର ଖଜୁରୀ ଗଛର କି ଗୁଣ ଗାଇବି ଭଳି ଓଡ଼ିଶାରେ ଅତି ଦୁର୍ବଳ ଅବସ୍ଥାରେ ଥିବା କଂଗ୍ରେସକୁ ସଜାଡ଼ିବାରେ ଭକ୍ତ ବାବୁ ସମର୍ଥ ହେବେ ନାହିଁ ବୋଲି ଚର୍ଚ୍ଚା ହେଲାଣି । ଟିମ୍ ଗଠନ କରିପାରୁ ନ ଥିବା ଜଣେ କ୍ୟାପଟେନ୍ ଙ୍କଠାରୁ ଅଧିକ ଆଶା କରିବା ବୃଥା ବୋଲି ଅନେକ କଟାକ୍ଷ କରିଛନ୍ତି ।

 

Previous Post

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ସଫଳତା

Next Post

ମୁଖ୍ୟମନ୍ତ୍ରୀଙ୍କୁ ବିଡିଓ ମାନୁନାହାନ୍ତି

Next Post
ମୁଖ୍ୟମନ୍ତ୍ରୀଙ୍କୁ ବିଡିଓ ମାନୁନାହାନ୍ତି

ମୁଖ୍ୟମନ୍ତ୍ରୀଙ୍କୁ ବିଡିଓ ମାନୁନାହାନ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA