Sunday, May 31, 2026 05:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁଖ୍ୟମନ୍ତ୍ରୀଙ୍କୁ ବିଡିଓ ମାନୁନାହାନ୍ତି

ମୋ ଭାଷଣ ଆସିଲେ ଟିଭି ବନ୍ଦ କରିଦେଉଛନ୍ତି: ମୋହନ ମାଝୀ

by Our Correspondent
15 May, 2025- 03:03 PM
in Latest News, News
1 min read
0
ମୁଖ୍ୟମନ୍ତ୍ରୀଙ୍କୁ ବିଡିଓ ମାନୁନାହାନ୍ତି
Spread the love

ଭୁବନେଶ୍ୱର: କିଛି ବିଡିଓ ମୋ ସହ ଭଲ ସମ୍ପର୍କ ରଖିନାହାନ୍ତି । ଭିଡିଓ କନଫରେନ୍ସରେ ମୋ ଭାଷଣ ଆସିଲେ ଟିଭି ବନ୍ଦ କରିଦେଉଛନ୍ତି । ଲୋକଙ୍କୁ ପଳେଇବାକୁ କହୁଛନ୍ତି ।

ଏହି ବକ୍ତବ୍ୟ ହେଉଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର । ରାଜ୍ୟ ସର୍ବୋଚ୍ଚ କର୍ତ୍ତାଙ୍କର ଏହା ଅସହାୟତା, ରାଗ କି ଅଭିମାନ ତାହା ବୁଝିବା କଷ୍ଟକର ହୋଇଛି । ମାତ୍ର ଭୁବନେଶ୍ୱରରେ ଅନୁଷ୍ଠିତ ଦୁଇଦିନିଆ ସିଡିଓ ଏବଂ ବିଡିଓ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୁକ୍ତ କଣ୍ଠରେ ଆଜି ଏହା ସ୍ୱୀକାର କରିଛନ୍ତି । ଏଥିସହ ଅମାନିଆ ଓ ଦୁର୍ନୀତିଗ୍ରସ୍ତ ବିଡିଓମାନଙ୍କୁ ମୁଖ୍ୟମନ୍ତ୍ରୀ କଡ଼ା ଶବ୍ଦରେ ତାଗିଦ୍ କରିଛନ୍ତି ।

କହିଛନ୍ତି, ମୋ ଛୋଟ ବ୍ରେନ୍ ରେ ସବୁ ସେଭ୍ ହୋଇ ରହିଛି । ମୁଖ୍ୟମନ୍ତ୍ରୀ ଭିସିରେ ଭାଷଣ ଦେଉଥିଲେ ଆପଣମାନେ କାଟିଦେବେ? ବିଧାୟକ ଅଭିଯୋଗ କରୁଛନ୍ତି ବିଡିଓ ଆମ କଥା ଶୁଣୁନାହାନ୍ତି । ଏହାକୁ ମୁଁ କ୍ଷମା ଦେବିନି । ଏହା ପରେ ପରିସ୍ଥିତି କ’ଣ ହେବ ଆପଣମାନେ ଜାଣିଛନ୍ତି । ମୁଁ ଆଦିବାସୀ ଲୋକ । ତଳୁ ଆସିଛି । ମୋ ସରଳତାକୁ ମୋ ଦୁର୍ବଳତା ବୋଲି ଭାବନ୍ତୁ ନାହିଁ । ହାର୍ଡ ନିଷ୍ପତ୍ତି ବି ନେଇପାରେ । ଆଶା କରୁଛି ଏହାକୁ ସୁଧାରି ନେବେ । ଆପଣମାନେ ରାଜନୈତିକ ଚାପର ବଶବର୍ତ୍ତୀ ହେବେ ନାହିଁ । ପୁରୁଣା ଅଭ୍ୟାସ ଛାଡ଼ିବେ । ଆମ ସରକାରରେ ଆମ ଲାଇନରେ ଯିବେ । କାହା ଚାପରେ କାମ ନକରି ଲୋକଙ୍କ କାମ କରନ୍ତୁ ।

ମନରେଗାରେ ହେଉଥିବା ଦୁର୍ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେଠି ଲେବର ଲଗାଇ କାମ ନ କରି ମେସିନରେ କାମ ହେଉଛି । ମଷ୍ଟର ରୋଲ୍ ରେ ବିଭିନ୍ନ ଲୋକଙ୍କ ନା ପକାଇ କାମ ହେଉଛି । ଏପରିକି କଲେଜ ଅଧ୍ୟାପକ ଏବଂ ଏମବିବିଏସ୍ ଡାକ୍ତରଙ୍କ ନାଁ ମଷ୍ଟର୍ ରୋଲ୍ ରେ ଅଛି । ମୁଁ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଛି । ମୋ ପାଖରେ ସବୁ ରିପୋର୍ଟ ରହିଛି । ସେ କାଳ ପଖାଳ ଆଉ ନାହିଁ । ନୂଆ ସରକାରଙ୍କ ଆଭିମୁଖ୍ୟକୁ ନେଇ କାମ କରିବାକୁ ପଡ଼ିବ । ଯିଏ କାମ ନ କରିବ କ୍ଷମା ନାହିଁ । ତୁରନ୍ତ ଶ୍ରମିକଙ୍କୁ ନିଯୁକ୍ତି କରି କାମ କରିବାକୁ ମୁଖ୍ୟମନ୍ତ୍ରୀ ତାଗିଦ୍ କରିଥିଲେ ।

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଜଣାଇ ଦେଇଥିଲେ ଯେ ଜିଲ୍ଲାପାଳଙ୍କ ଜରିଆରେ ବିଡିଓଙ୍କ ରିପୋର୍ଟ କାର୍ଡ ମଗାଯିବ । ନନପରଫର୍ମର ଅଧିକାରୀଙ୍କୁ ଗ୍ରହଣ କରାଯିବ ନାହିଁ । ପୁରୁଣା ଅଭ୍ୟାସ ନ ଛାଡ଼ିଲେ ଅଧିକାରୀଙ୍କୁ କ୍ଷମା ଦିଆଯିବ ନାହିଁ ।

Previous Post

କେହି କାହାକୁ କମ୍ ନୁହଁନ୍ତି

Next Post

ନବୀନଙ୍କ ଦସ୍ତଖତକୁ ପ୍ରଥମ ଚାଲେଂଜ

Next Post
ନବୀନଙ୍କ ଦସ୍ତଖତକୁ ପ୍ରଥମ ଚାଲେଂଜ

ନବୀନଙ୍କ ଦସ୍ତଖତକୁ ପ୍ରଥମ ଚାଲେଂଜ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA