ଭୁବନେଶ୍ୱର: ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି । କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ଜଟିଳତାର ଶିକାର ହୋଇ ଏବେ ଏକ ଘରୋଇ ହସ୍ପିଟାଲ୍ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ କୋଲକତା କିମ୍ବା ଚେନ୍ନାଇ ନେବାକୁ ଯୋଜନା କରାଯାଉଥିବା ବେଳେ ପରିବାର ଓ ପ୍ରିୟଜନମାନେ ରାଜ୍ୟ ସରକାର ଏବଂ ଶୁଭେଚ୍ଛୁମାନଙ୍କ ସାହାଯ୍ୟ ଲୋଡିଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିର ସହଯୋଗୀମାନେ ଟଙ୍କା ଯୋଗାଡ ପାଇଁ ଅଣ୍ଟା ଭିଡ଼ିଛନ୍ତି ।
ମେ ମାସ ଦ୍ୱିତୀୟ ସପ୍ତାହରେ ତପୁ କରୋନାରେ ଆକ୍ରାନ୍ତ ହୋଇଥିଲେ । ହୋମ୍ ଆଇସୋଲେସନ୍ ରେ ଥିଲା ବେଳେ ତାଙ୍କ ଅବସ୍ଥା ଖରାପ ହେବାରୁ ମେ ୧୯ ତାରିଖ ସଂଧ୍ୟାରେ ସେ ଏକ ଘରୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ମାତ୍ର ତାଙ୍କ ଅବସ୍ଥାରେ ଉନ୍ନତି ଆସି ନ ଥିଲା । ପରବର୍ତ୍ତୀ ସମୟରେ ସେ କୋଭିଡ୍ ନେଗେଟିଭ୍ ଚିହ୍ନଟ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହୋଇପଡ଼ିଥିଲା । ତାଙ୍କର ଅକ୍ସିଜେନ୍ ସ୍ତର ହ୍ରାସ୍ ପାଇଥିଲା । କିଛି ଦିନ ତଳେ ତାଙ୍କ ଅବସ୍ଥାରେ ସାମାନ୍ୟ ସୁଧାର ଆସିଥିଲା । ତେବେ ଗତକାଲିଠାରୁ ତାଙ୍କର ଅବସ୍ଥା ଆହୁରି ଗୁରୁତର ହୋଇପଡ଼ିଛି ।
ତାଙ୍କୁ କୋଲକତା କିମ୍ବା ଚେନ୍ନାଇ ଏୟାରଲିଫ୍ଟ କରିବାକୁ ଯୋଜନା ହୋଇଥିଲେ ମଧ୍ୟ ଅର୍ଥ ଏଥିରେ ପ୍ରତିବନ୍ଧକ ସାଜିଛି । ପରିବାର ପକ୍ଷରୁ ଏଥିପାଇଁ ରାଜ୍ୟ ସରକାରଙ୍କ ସହାୟତା ଲୋଡାଯାଇଛି । ତପୁଙ୍କ ଜୀବନରକ୍ଷା ପାଇଁ ତାଙ୍କର ଅଗଣିତ ଶୁଭେଚ୍ଛୁ ପ୍ରାର୍ଥନା କରୁଥିଲା ବେଳେ ଫିଲ୍ମ ଇଣ୍ଡଷ୍ଟ୍ରିର ସହଯୋଗୀମାନେ ସାହାଯ୍ୟ ପାଇଁ ଅଣ୍ଟା ଭିଡ଼ିଛନ୍ତି । କ୍ରାଉଡ ଫଣ୍ଡିଂ ଜରିଆରେ ଅର୍ଥ ଆଦାୟ ପାଇଁ ସମସ୍ତେ ଲାଗିପଡ଼ିଛନ୍ତି ।
ଏଥିପାଇଁ ସୋସିଆଲ୍ ମିଡ଼ିଆରେ ଅଭିଯାନ ଆରମ୍ଭ ହୋଇଛି । ସାହାଯ୍ୟ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଏହା ଜରିଆରେ ପଠାଇବାକୁ ନିବେଦନ କରାଯାଇଛି । ସୂଚନାଥାଉକି, ତପୁଙ୍କ ବାପା କୋଭିଡ୍ ରେ ଆକ୍ରାନ୍ତ ହୋଇ ମେ ୧୦ ତାରିଖରେ ପ୍ରାଣ ହରାଇଛନ୍ତି ।
Please Send your Help to
Deepak Pujari(Husband of Tapu Mishra)
PhonePe/Google Pay-9937719118
BANK CCOUNT DETAILS:
Account Name-DHRUTIDIPA MISHRA
Account no-921010020302491
IFSC-UTIB0000024
MICR-751211002
Bank Name- AXIS BANK
UPI ID-8249489004@axisbank