ଭୁବନେଶ୍ୱର: ଓଡ଼ିଶାରେ ଚିହ୍ନଟ ହୋଇଛି ଡେଲଟା ପ୍ଳସ୍ ଭେରିଆଣ୍ଟ । ଦେଶରେ ଚିହ୍ନଟ ହୋଇଥିବା ୪୮ ଡେଲଟା ପ୍ଲସ୍ ମାମଲା ମଧ୍ୟରୁ ଓଡ଼ିଶାରୁ ଗୋଟେ ଥିବା ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଓଡ଼ିଶାରୁ ଚିହ୍ନଟ ଏହି ଡେଲଟା ପ୍ଲସ୍ ରୋଗୀଙ୍କ ଘର ଦେବଗଡ଼ ଜିଲ୍ଲାରେ ଏବଂ ଗତ ୧ ତାରିଖରେ ସେ ଆକ୍ରାନ୍ତ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
କରୋନା ରୋଗୀଙ୍କ ଶରୀରରେ ଚିହ୍ନଟ ହେଉଥିବା ଡେଲଟା ପ୍ଲସ୍ ପ୍ରଜାତି ଅଧିକ ମାରାତ୍ମକ ବୋଲି କୁହାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରୁ ସର୍ବାଧିକ ୨୦ ଡେଲଟା ପ୍ଲସ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ତାମିଲନାଡୁରୁ ୯, ମଧ୍ୟପ୍ରଦେଶରୁ ୭, କେରଳରୁ ୩, ପଞ୍ଜାବ ଓ ଗୁଜୁରାଟରୁ ୨ ଲେଖାଏଁ ଏବଂ ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ଜମ୍ମୁ ଓ କର୍ଣ୍ଣାଟକରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି ।
ତେବେ ଆଶ୍ୱସ୍ତିର କଥା ଯେ କୋଭାକ୍ସିନ୍ ଓ କୋଭିସିଲ୍ଡ ଭଳି କରୋନା ଟିକା ଡେଲଟା ପ୍ଲସ୍ ଭେରିଆଣ୍ଟପ୍ରତି ଫଳପ୍ରଦ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।