Wednesday, July 1, 2026 10:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାତ୍ୟା ପାଇଁ ଦୀର୍ଘସୂତ୍ରୀ ବ୍ୟବସ୍ଥା ଚାହିଁଲେ ନବୀନ

ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା, ଏରିୟଲ୍ ସର୍ଭେ

by Our Correspondent
28 May, 2021- 03:16 PM
in Latest News, News
1 min read
0
ବାତ୍ୟା ପାଇଁ ଦୀର୍ଘସୂତ୍ରୀ ବ୍ୟବସ୍ଥା ଚାହିଁଲେ ନବୀନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁବନେଶ୍ୱରରେ ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିବା ପରେ ଆକାଶମାର୍ଗରୁ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରଠାରୁ ତୁରନ୍ତ ସହାୟତା ବାବଦରେ କୌଣସି ଟଙ୍କା ମାଗିନାହାନ୍ତି । ବରଂ ବାତ୍ୟାରୁ ରକ୍ଷା ପାଇବା ନିମନ୍ତେ ଦୀର୍ଘସୂତ୍ରୀ ସ୍ଥାୟୀ ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ମାଗିଛନ୍ତି ।

ବାତ୍ୟା ପ୍ରକୋପରୁ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୁଖତଃ ଦୁଇଟି ଦୀର୍ଘସୂତ୍ରୀ ସ୍ଥାୟୀ ବ୍ୟବସ୍ଥା ଉପରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରଥମତଃ, ବାତ୍ୟାକୁ ସମ୍ଭାଳିପାରୁଥିବା ଭିତ୍ତିଭୂମି ଓ ବିଦ୍ୟୁତ ବ୍ୟବସ୍ଥା । ଏହା ଉନ୍ନତ ଟେକେନୋଲୋଜି ପ୍ରୟୋଗରେ କରାଯାଇପାରିବ । ଦ୍ୱିତୀୟରେ, ଉପକୂଳ ସୁରକ୍ଷା ପାଇଁ ଦୀର୍ଘକାଳୀନ ବ୍ୟବସ୍ଥା । ପ୍ରତିଥର ବାତ୍ୟାରେ ସମୁଦ୍ର ଜୁଆର ମାଡ଼ି ଆସିବା ଦ୍ୱାରା ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହେଉଛି । ଗାଁ ଗାଁରେ ଲୁଣି ପାଣି ପଶି ମାଟିର ଉର୍ବରତା ନଷ୍ଟ ହେଉଛି । ଏହାର ପ୍ରତିକାର ନିହାତି ଆବଶ୍ୟକ । ସୁତରାଂ କେନ୍ଦ୍ର ସରକାର ଏଥିରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ସମୀକ୍ଷା ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଗଣମାଧ୍ୟମକୁ ଏହି ସୂଚନା ଦେଇ କହିଥିଲେ, ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମେ ୮ ମିନିଟ୍ ର ଏକ ବାତ୍ୟା ସମ୍ବଳିତ ଭିଡ଼ିଓ ଫିଲ୍ମ ପ୍ରଦର୍ଶନ କରାଯାଇଥିଲା । ପରେ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ପାୱାର୍ ପଏଣ୍ଟ ପ୍ରେଜେଣ୍ଟେସନ୍ କରାଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀଙ୍କ ପାଖରେ ମୁଖ୍ୟମନ୍ତ୍ରୀ ତାଙ୍କର ଦାବି ରଖିଥିଲେ ।

ବାତ୍ୟା କ୍ଷୟକ୍ଷତି ପାଇଁ କେନ୍ଦ୍ର ସରକାରଙ୍କଠାରୁ ଆମେ ତୁରନ୍ତ ଆର୍ଥିକ ସହାୟତା ମାଗିନାହୁଁ । ୭ ଦିନ ଭିତରେ କ୍ଷୟକ୍ଷତିର ଆକଳନ ସରିଲା ପରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାରଙ୍କଠାରୁ ତୁରନ୍ତ ଆର୍ଥିକ ସହାୟତା ନ ମାଗିବାର କାରଣ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟ୍ୱିଟ୍ ଯୋଗେ ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ଦେଶ ବର୍ତ୍ତମାନ କୋଭିଡ୍ ମହାମାରୀ ବିରୋଧରେ ଲଢ଼େଇ କରୁଛି । ତେଣୁ କେନ୍ଦ୍ର ଉପରେ ଚାପ ସୃଷ୍ଟି କରିବାକୁ ଚାହୁଁନୁ । ସେଥିପାଇଁ ଆମେ କେନ୍ଦ୍ରକୁ ଆର୍ଥିକ ସହାୟତା ମାଗିନାହୁଁ । ଆମେ ଆମର ନିଜସ୍ୱ ସମ୍ବଳରେ ବିପର୍ଯ୍ୟୟ ମୁକାବିଲା କରିବୁ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦରଠାରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଡିଜିପି ଶ୍ରୀ ଅଭୟ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଉପସ୍ଥିତ ଥିଲେ ।

ଭୁବନେଶ୍ୱରରେ ସମୀକ୍ଷା ବୈଠକ ସାରି ପ୍ରଧାନମନ୍ତ୍ରୀ ଭଦ୍ରକ ଓ ବାଲେଶ୍ୱର ବାତ୍ୟାଞ୍ଚଳକୁ ଆକାଗମାର୍ଗରୁ ପରିଦର୍ଶନ କରିଥିଲେ । ସେଠାରୁ ସେ ପଶ୍ଚିମବଙ୍ଗ ବାତ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ ।

Previous Post

ପୁନରୁଦ୍ଧାର ଓ ପୁନର୍ଗଠନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ନିର୍ଦ୍ଦେଶ

Next Post

ଓଡ଼ିଶାକୁ ୫୦୦ କୋଟି ବାତ୍ୟା ସହାୟତା

Next Post
ଓଡ଼ିଶାକୁ ୫୦୦ କୋଟି ବାତ୍ୟା ସହାୟତା

ଓଡ଼ିଶାକୁ ୫୦୦ କୋଟି ବାତ୍ୟା ସହାୟତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA