Friday, June 5, 2026 07:02 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦିଲ୍ଲୀରେ ଖୋଲିଲା ଓମଫେଡ୍ କାଫେ ଓ କୋରାପୁଟ କଫି କାଫେ

ଏଣିକି ଦିଲ୍ଲୀର ଜଗନ୍ନାଥ ମନ୍ଦିରଗୁଡ଼ିକରେ ଉପଲବ୍ଧ ହେବ ଓମଫେଡ୍ ଘିଅ

by Our Correspondent
03 Sep, 2025- 11:24 PM
in Latest News, News
1 min read
0
Spread the love

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସରେ ଏକ ଓମଫେଡ୍କାଫେ ଏବଂ କୋରାପୁଟ କଫି କାଫେର ଉଦ୍‌ଘାଟନ କରିଛନ୍ତି । ଏହି କାଫେ ଦିଲ୍ଲୀରେ ବସବାସ କରୁଥିବା ଓଡିଆ ଲୋକଙ୍କ ଆବଶ୍ୟକତା ପୂରଣ କରିବା ସହିତ ଅନ୍ୟ ଗ୍ରାହକମାନଙ୍କୁ ମଧ୍ୟ ସେବା ଯୋଗାଇ ଦେବ ।

ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଭାବ ବିନିମୟ କରି କହିଥିଲେ ଯେ, ଦିଲ୍ଲୀରେ ବସବାସ କରୁଥିବା ଓଡ଼ିଆ ଭାଇ ଭଉଣୀମାନେ ଏବେ ଙଗୠଋଊ ଦ୍ରବ୍ୟର ସ୍ୱାଦ ଉପଭୋଗ କରିପାରିବେ । ଏହାର ଅନୁପମ ସ୍ୱାଦ ଜନ୍ମମାଟି ସହ ଯୋଡ଼ି ହୋଇ ରହିବାରେ ସହାୟକ ହେବ ।

ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ ଯେ, ଙଗୠଋଊ କାଫେକୁ ଦିଲ୍ଲୀବାସୀ ଓ ଅନ୍ୟ ରାଜ୍ୟର ଅଧିବାସୀ ମଧ୍ୟ ଆଦର କରିବେ। ଏହା ସହ କୋରାପୁଟ କଫିର ଚାହିଦା ନିଶ୍ଚୟ ବୃଦ୍ଧି ପାଇବ ବୋଲି କହିଥିଲେ ।ଓଡ଼ିଶା ନିବାସରେ ଏହି ପଦକ୍ଷେପ ପାଇଁ ରେସିଡେଣ୍ଟ କମିଶନର ଏବଂ ବିଭାଗୀୟ ଅଧିକାରୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ପୁରୀ ଶ୍ରୀମନ୍ଦିରରେ ଙଗୠଋଊ ଘିଅ ବ୍ୟବହାର ହେବା ପରଠାରୁ ଏହାର ବିଶ୍ଵସନୀୟତା ବଢିଛି । ଙଗୠଋଊ ବ୍ରାଣ୍ଡ ତାହାର ଗୁଣବତ୍ତା, ପବିତ୍ରତା ଓ ସ୍ୱାଦ ପାଇଁ ବେଶ ପରିଚିତ। ବିଭିନ୍ନ ଓଡ଼ିଆ ସଂଗଠନ ପକ୍ଷରୁ ଦିଲ୍ଲୀ ଜଗନ୍ନାଥ ମନ୍ଦିରଗୁଡ଼ିକରେ ଙଗୠଋଊ ଘିଅର ଉପଲବ୍ଧତା ପାଇଁ ପୂର୍ବରୁ ଦାବି ହୋଇ ଆସୁଥିଲା । ଏବେ ଦିଲ୍ଲୀ ଜଗନ୍ନାଥ ମନ୍ଦିରଗୁଡ଼ିକରେ ଙଗୠଋଊ ଘିଅ ବ୍ୟବହାର କରିବାରେ କୌଣସି ସମସ୍ୟା ରହିବ ନାହିଁ।

ସୂଚନାଯୋଗ୍ୟ, ଲୋକଙ୍କ ସରକାର ରାଜ୍ୟର ଦୁଗ୍ଧ ଚାଷୀ ଏବଂ ଦୁଗ୍ଧ ଉତ୍ପାଦକମାନଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଙଗୠଋଊ ରେ ସଂସ୍କାର ଆଣିଛି । ଦୁଗ୍ଧଚାଷୀମାନେ ଯୁକ୍ତିସଙ୍ଗତ ଦରରେ ଙଗୠଋଊକୁ ଦୁଗ୍ଧ ବିକ୍ରି କରନ୍ତି ଏବଂ ଙଗୠଋଊ ସେହି ଦୁଗ୍ଧର ଉଚ୍ଚ ଗୁଣବତ୍ତା ରକ୍ଷା କରି ଉପଭୋକ୍ତାଙ୍କ ପାଖରେ ଦ୍ରବ୍ୟ ପହଞ୍ଚାଇ ପାରୁଛି । ରାଜ୍ୟ ସରକାରଙ୍କ ଦୃଢ ପ୍ରତିବଦ୍ଧତା, ଦୁଗ୍ଧ ଉତ୍ପାଦକମାନଙ୍କର ସହଯୋଗ ଏବଂ ଙଗୠଋଊର ନିଷ୍ଠାପର ପ୍ରୟାସ ପାଇଁ ଏହା ସମ୍ଭବ ହୋଇପାରିଛି ।

ଏହି କାଫେରେ ପନିର, ବଟର, ଘିଅ, ରାବିଡି, ଲସି, ଫ୍ଲେଭର ମିଲ୍କ, ଗୁଣ୍ଡଦୁଗ୍ଧ, ସାଦା ଓ ମିଠା ଦହି, ପେଡା, ଗୋଲାପ ଜାମୁ, ହଳଦି,ଇ୨ ଦୁଗ୍ଧ ପରି ଓମଫେଡ ଉତ୍ପାଦ ଉପଲବ୍ଧ ହେବ। ଓମଫେଡର ୧୦ ପ୍ରକାରର ଆଇସକ୍ରିମ୍ ମଧ୍ୟ ଏଠାରେ ଉପଲବ୍ଧ ହେବ।ଓମଫେଡ ଗୁଣବତ୍ତା ରକ୍ଷା କରି ଜନସାଧାରଣଙ୍କ ପାଇଁ ଉତ୍ପାଦ ପ୍ରସ୍ତୁତ କରୁଛି। ତେଣୁ ଆଗାମୀ ଦିନରେ ଓମଫେଡ ଉତ୍ପାଦ ଅନ୍ୟ ରାଜ୍ୟରେ ମଧ୍ୟ ବିକ୍ରି ହେବାର ସୁଯୋଗ ସୃଷ୍ଟି କରାଯିବ। ଓମଫେଡ ଓଡ଼ିଶାର ଗୋପାଳକଙ୍କ ନିଜସ୍ଵ ସଂଗଠନ। ଓମଫେଡର ବୃଦ୍ଧିରେ ରାଜ୍ୟର ଗୋପାଳକ ମାନେ ଲାଭବାନ ହେବେ।

ଗୋପାଳକଙ୍କ ଆୟକୁ ବହୁଗୁଣିତ କରିବା ଲକ୍ଷ୍ୟରେ ଆମ ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରିଛନ୍ତି । ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଓ ଗୋପାଳନର ବିକାଶ ଦିଗରେ ଏପରି ଯୋଜନା ଆଗରୁ କେବେ ହୋଇନଥିଲା । ରାଜ୍ୟର ଗୋପାଳକମାନେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଏବେ ସଶକ୍ତ ହୋଇପାରୁଛନ୍ତି ।

ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍ ବା ଓମଫେଡ୍ ଦୀର୍ଘ ୪୫ ବର୍ଷ ହେଲା ରାଜ୍ୟର ଲକ୍ଷ ଲକ୍ଷ ଗୋପାଳକଙ୍କୁ ନିରନ୍ତର ଭାବେ ପ୍ରୋତ୍ସାହିତ କରିଆସୁଛି। ଏହାସହିତ ରାଜ୍ୟର ଅଗଣିତ ଗ୍ରାହକଙ୍କୁ ଉତ୍ତମମାନର ଦୁଗ୍ଧ ସହ ଅନ୍ୟାନ୍ୟ ଦୁଗ୍ଧଜାତ ଉତ୍ପାଦ ଯୋଗାଇ ଆସୁଛି । ରାଜ୍ୟର ଆର୍ଥିକ ବିକାଶ କ୍ଷେତ୍ରରେ ଓମଫେଡର ପ୍ରମୁଖ ଭୂମିକା ରହିଛି । ଓମଫେଡର ଲକ୍ଷ ଲକ୍ଷ ଦୁଗ୍ଧ ଉତ୍ପାଦକ ଗୋପାଳନ କରି ଆର୍ଥିକ ରୂପେ ସ୍ୱାବଲମ୍ବୀ ଓ ସଶକ୍ତ ହୋଇପାରିଛନ୍ତି ।

ଟ୍ରାଇବାଲ ଡେଭଲପମେଣ୍ଟ କୋଅପରେଟିଭ୍କର୍ପୋରେସନ ଅଫ୍ ଓଡିଶା ଲିମିଟେଡ୍ ବା ଟିଡିକଲ୍ ପକ୍ଷରୁ ପ୍ରାକୃତିକ ଉପାୟରେ ଉତ୍ପାଦନ ହେଉଥିବାକୋରାପୁଟ ଜିଲ୍ଲାର କଫି ମଧ୍ୟଏବେଠାରୁ ଏଠାରେ ମିଳିବ। କୋରାପୁଟ ଅଂଚଳରେ ହେଉଥିବା ଖାସ୍ କରିଆଦିବାସୀ ମହିଳାମାନଙ୍କ ଦ୍ୱାରା ଉତ୍ପାଦିତ ଏହି କଫି ଉଚ୍ଚ ଗୁଣମାନର ଏବଂ ସ୍ୱାଦିଷ୍ଠ । ଏହିକଫି ଆଜି କେବଳ ଓଡିଶାରେ ନୁହେଁ, ସମଗ୍ର ଦେଶ ଏପରିକି ବିଦେଶରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ରସ୍ଥାନ ସୃଷ୍ଟି କରିଛି । ସେହି କଫି ଏବେ ଦିଲ୍ଲୀରେ ଉପଲବ୍ଧ ହେବ । ଏହାଦିଲୀରେ ରହୁଥିବା ଓଡିଆ ଲୋକଏବଂ ଅନ୍ୟ ରାଜ୍ୟର ଲୋକଙ୍କ ଦ୍ୱାରା ଆଦୃତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପୋଷଣ କରିଥିଲେ।

କୋରାପୁଟ କଫି ବର୍ତ୍ତମାନ ତିନୋଟି ବ୍ରାଣ୍ଡ୍‌ରେ ଉପଲବ୍ଧ ହେଉଛି। ଏଗୁଡିକ ହେଉଛି- କୋରାପୁଟ ଇନ୍‌ଷ୍ଟାଣ୍ଟ୍ କଫି, ଟାଇଗର୍ ବ୍ରାଇଟ୍ ଓ ଏଥ୍‌ନିକ୍। ଏ ତିନୋଟି ଯାକ ଉତ୍ପାଦର ସ୍ୱାଦ ଓ ସୁଗନ୍ଧ ସ୍ୱତନ୍ତ୍ର। ଏହି ତିନୋଟି ଯାକ ଉତ୍ପାଦ ଗୁଣବତ୍ତାରେ ଉତ୍କୃଷ୍ଟ। ଦିଲ୍ଲୀରେ ଏହି କାଫେ କୋରାପୁଟର ଅଧିବାସୀ ମାନଙ୍କର ଔଦ୍ୟୋଗିକତା, ଜୀବିକାକୁ ପ୍ରୋତ୍ସାହନ ଦେବା ପାଇଁ ଏକ ଉଲ୍ଲେଖନୀୟ ପଦକ୍ଷେପ ।ଏହା ଦ୍ୱାରା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡିଶାରେ ପ୍ରସ୍ତୁତ କଫି ବ୍ରାଣ୍ଡ୍‌ର ପ୍ରସାର ହୋଇପାରିବ। ଏହାର ମାର୍କେଟିଙ୍ଗ୍ ପାଇଁ ରାଜ୍ୟ ଆଦିବାସୀ ବିକାଶ ସମବାୟ ନିଗମ (ଞଊଉଉଙଖ)ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଏହି କାର୍ୟ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ରେସିଡେଣ୍ଟ କମିସନର ବିଶାଲ ଗଗନ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ସଚିବ ବି. ପରମେଶ୍ଵରନ, ଟିଡିକଲ୍ ପରିଚାଳନା ନିର୍ଦ୍ଦେଶିକା ପୋମା ଟୁଡୁ, ଓମଫେଡ୍ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ଆମେ ଇତିହାସର ସଠିକ୍ ଚିତ୍ର ଉପସ୍ଥାପନ କରୁଛୁ: ଧର୍ମେନ୍ଦ୍ର

Next Post

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି

Next Post
ଆଇଏମ୍ଏସ୍  ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA