Tuesday, April 21, 2026 08:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ହୁଲସ୍ତୁଲ

ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିଜେପି, କଂଗ୍ରେସ

by Our Correspondent
20 Oct, 2021- 07:51 PM
in Latest News, News
1 min read
0
ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ହୁଲସ୍ତୁଲ

ଭୁବନେଶ୍ୱର: ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡରେ ବିବାଦକୁ ଆସିଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ଜୋର୍ ହୋଇଛି । ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ବିକ୍ଷୋଭ ଆନ୍ଦୋଳନ ଆରମ୍ଭ ହୋଇଛି । ଦିବ୍ୟଶଙ୍କରଙ୍କୁ ତୁରନ୍ତ ବହିଷ୍କାର ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି । ରାଜ୍ୟ ମହିଳା କମିଶନ ଏବଂ ଜାତୀୟ ମହିଳା କମିଶନ ମଧ୍ୟ ମମିତା ହତ୍ୟା ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ।

ମମିତାଙ୍କୁ ଗୋବିନ୍ଦ ସାହୁ ହତ୍ୟା କରିଥିବା ପୁଲିସ ଖୁଲାସା କରିସାରିଲାଣି । ଗୋବିନ୍ଦର ପରକୀୟା ପ୍ରୀତି ସମ୍ପର୍କରେ ଜାଣିଥିବା ମମିତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ଏବଂ ଗୋବିନ୍ଦ ନିଜ କାର୍ ରେ ହିଁ ତାଙ୍କୁ ମାରି ପରେ ଅଧାପୋଡ଼ା ଅବସ୍ଥାରେ ମିନି ଷ୍ଟାଡିୟମ୍ ପଡ଼ିଆରେ ପୋତି ଦେଇଥିବା କୁହାଯାଇଛି ।

ତେବେ ଏହି ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଯୋଡିଛି ଗୋବିନ୍ଦଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ । ଅଭିଯୋଗ ଅନୁଯାୟୀ, ଦିବ୍ୟଶଙ୍କରଙ୍କ ବଳରେ ଗୋବିନ୍ଦ ପ୍ରଚଣ୍ଡ ବଳୀୟାନ୍ ହୋଇଥିଲେ ଏବଂ ଗୋବିନ୍ଦଙ୍କ ମାଲିକାନାରେ ଥିବା ମହାଲିଙ୍ଗ ସ୍କୁଲ ଓ କଲେଜକୁ ନିୟମିତ ଯାଉଥିଲେ । ଦିବ୍ୟଶଙ୍କର ସେଠାକୁ ନିଜେ ଯିବା ସହ ଅନ୍ୟ ମନ୍ତ୍ରୀମାନଙ୍କୁ ମଧ୍ୟ ନେଉଥିଲେ । ଗୋବିନ୍ଦଙ୍କ ତତ୍ୱାବଧାନରେ ସେଠାରେ ସେକ୍ସ ସ୍କାଣ୍ଡାଲ୍ ଚାଲୁଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ହୋଇଛି ।

ମମିତା ନିଖୋଜ ହେବା ପରେ ଗୋବିନ୍ଦଙ୍କୁ ପୁଲିସ ଉଠାଇ ଆଣି ଟିଟିଲାଗଡ଼ ପୁଲିସ ବାରାକ୍ ରେ ରଖିଥିଲା । ସେତେବେଳେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁ ମାମଲାରେ ଯୋଡି ହୋଇ ନ ଥିଲା କି ସେ କାହାରି ସନ୍ଦେହରେ ନ ଥିଲେ । ମାତ୍ର ୪ ଦିନ ବାରାକ୍ ରେ ଥିବା ଗୋବିନ୍ଦ ଫେରାର ହୋଇଯିବାରୁ ଦିବ୍ୟଶଙ୍କରଙ୍କ ଭୂମିକା ଉପରେ ଅଙ୍ଗୁଳି ଉଠିଥିଲା । ମନ୍ତ୍ରୀଙ୍କ ଚାପରେ ପୁଲିସ ତାଙ୍କୁ ବାରାକ୍ ରୁ ଫେରାର କରାଇ ଦେଇଥିବା ବିରୋଧୀ ଦଳ ଅଭିଯୋଗ କରିଥିଲେ । ମମିତାଙ୍କ ପରିବାର ପକ୍ଷରୁ ମଧ୍ୟ ଗୁରୁତର ଅଭିଯୋଗମାନ ଆସିଲା । ମନ୍ତ୍ରୀଙ୍କ ସହ ଗୋବିନ୍ଦଙ୍କ ଘନିଷ୍ଠତାର ପ୍ରମାଣ ଘୁରି ବୁଲିଲା ।

ଫେରାର ଗୋବିନ୍ଦଙ୍କୁ ବଲାଙ୍ଗୀର ପୁଲିସ ୨୪ ଘଣ୍ଟା ମଧ୍ୟରେ ଧରିବା ଏବଂ ତାଙ୍କଠାରୁ ସତ ଓଗାଳି ଆଜି କୋର୍ଟ ଚାଲାଣ କରି ରିମାଣ୍ଡରେ ଆଣିଥିଲେ ମଧ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ସନ୍ଦେହମୁକ୍ତ ହୋଇନାହାନ୍ତି । ବରଂ ଗୋବିନ୍ଦ ତାଙ୍କ ପ୍ରୋତ୍ସାହନରେ ବଳୀୟାନ୍ ହୋଇ ଏଭଳି ଜଘନ୍ୟ କାଣ୍ଡ କରିବାକୁ ସାହାସ କରିଥିବା ଅଭିଯୋଗ ହେଉଛି ।

ସୁତରାଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱରେ ଥିବା ଦିବ୍ୟଶଙ୍କରଙ୍କୁ ବହିଷ୍କାର କରି ତଦନ୍ତ ପରିସରଭୁକ୍ତ କରିବାକୁ ବିରୋଧୀ ଦଳ ଦାବି କରିଛନ୍ତି । ଆଜି ପୃଥକ୍ ଭାବେ ବିଜେପି ଓ କଂଗ୍ରେସର ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଏ ମର୍ମରେ ସ୍ମାରକପତ୍ର ଦେଇଛନ୍ତି । ନିରପେକ୍ଷ ତଦନ୍ତ ପାଇଁ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛନ୍ତି । ରାଜ୍ୟ ପୁଲିସ ଉପରୁ ଭରସା ତୁଟାଇ ମାମଲାର ସିବିଆଇ କିମ୍ବା ବିଚାର ବିଭାଗୀୟ ତଦନ୍ତ ପାଇଁ ସେମାନେ ଦାବି କରିଛନ୍ତି ।

ଦିବ୍ୟଶଙ୍କରଙ୍କ ବହିଷ୍କାର ଓ ଗିରଫ ଦାବିରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ଓ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ, ପୋଡ଼ାଜଳା ହୋଇଥିଲା । ବିଜେପି ମହିଳା ମୋର୍ଚ୍ଚା କର୍ମୀମାନେ ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ନବୀନ ନିବାସକୁ ଧସେଇ ପଶିବାକୁ ଉଦ୍ୟମ କଲା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା । ପରେ ପୁଲିସ ସେମାନଙ୍କୁ ଗିରଫ କରିନେଇଥିଲା ।

ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ନବୀନ ନିବାସ ଆଗରେ ବିକ୍ଷୋଭ ଓ କଳାପତାକା ପ୍ରଦର୍ଶନ କରାଯାଇଥିଲା । ଯୁବ କଂଗ୍ରେସ କର୍ମୀମାନେ ନବୀନ ନିବାସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିଲା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା ।

ଅନୁରୂପ ଭାବେ ବଲାଙ୍ଗୀରରେ ସାଂସଦ ସଙ୍ଗୀତା ସିଂହଦେଓଙ୍କ ନେତୃତ୍ୱରେ ମହିଳା କର୍ମୀମାନେ ଏସପି ଅଫିସ ଘେରାଉ କରି ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା ।

ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ କଳାହାଣ୍ଡି ଜିଲ୍ଲା ମହିଳା ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଥିଲା । ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ବିକ୍ଷୋଭ କରିଥିଲେ । ଭବାନୀପାଟଣାରେ ଦିବ୍ୟଶଙ୍କରଙ୍କ ଘର ଉପରକୁ କର୍ମୀମାନେ ଟେକାମାଡ଼ କରିଥିଲେ ।

ଜାତୀୟ ମହିଳା କମିଶନ ଏହି ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି । ତଦନ୍ତରେ ସ୍ୱଚ୍ଛତା ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ପ୍ରତାପ ଜେନାଙ୍କ ବହିଷ୍କାର କଥା କହିଥିଲା ବେଳେ ଏହି ମାମଲାରେ ସଂପୃକ୍ତ ସମସ୍ତ ଅପରାଧୀଙ୍କୁ ଗିରଫ କରିବା ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ଶେଷ ପର୍ଯ୍ୟନ୍ତ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷା ଦେବା ପାଇଁ ମଧ୍ୟ ପୁଲିସକୁ କହିଛନ୍ତି ।

ରାଜ୍ୟ ମହିଳା କମିଶନ ମଧ୍ୟ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି କଳାହାଣ୍ଡି ଏସପିଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି । ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି । ଘଟଣାକୁ ଲଜ୍ଜାଜନକ ଦର୍ଶାଇ ମାମଲାର ସଠିକ ତଦନ୍ତ ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବେଦନଶୀଳ ମାମଲାରେ ବିଜେପି ଶସ୍ତା ରାଜନୀତି କରୁଛି: ବିଜେଡ଼ି

ଏହି ସମ୍ବେଦନଶୀଳ ଅପରାଧିକ ମାମଲାକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡ଼ି । ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମମିତାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ । ଏହି ଘଟଣାରେ ଆମେ ଗଭୀର ଭାବେ ଦୁଃଖିତ ଓ ମର୍ମାହତ । ଆମେ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ ରଖୁଛୁ ଯେ ଏହି ମାମଲାରେ ଅଭିଯୁକ୍ତ ମାନେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ଏବଂ ପୀଡ଼ିତା ପରିବାର ନ୍ୟାୟ ପାଇବେ । ଏନଆଇଏରେ କାର୍ଯ୍ୟ କରିଥିବା ଅଭିଜ୍ଞ ପୁଲିସ ଅଧିକାରୀ ଏହି ମାମଲାର ମନିଟରିଂ କରୁଛନ୍ତି ।

ମାତ୍ର ୨୦୧୩ ପରଠାରୁ ଓଡ଼ିଶା ବିଜେପି ପ୍ରତ୍ୟେକ ଅପରାଧିକ ମାମଲାକୁ ସମ୍ବେଦନଶୀଳ କରିବା ସହ ଏହାକୁ ନେଇ ଶସ୍ତା ରାଜନୀତି କରୁଛି । ଉତ୍ତରପ୍ରଦେଶ କୃଷକଙ୍କୁ ହତ୍ୟା ମାମଲାରେ ବିଜେପି ମନ୍ତ୍ରୀଙ୍କ ପୁଅ ସଂପୃକ୍ତ ଥିବା ବେଳେ ଓଡ଼ିଶା ବିଜେପି ଚୁପ୍ ରହିଲା । ଓଡ଼ିଶା ବିଜେପିର ଏହି ଦୋମୁହାଁ ନୀତି ପୀଡ଼ିତା ଏବଂ ସେମାନଙ୍କ ପରିବାର ପାଇଁ ଉପହାସ । କେବଳ ଶସ୍ତା ରାଜନୀତି କରିବା ଛଡ଼ା ପୀଡ଼ିତା କିମ୍ବା ସେମାନଙ୍କ ପରିବାରକୁ ବିଜେପି ନ୍ୟାୟ ଦେବାକୁ ଚାହୁଁନି ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି ।

Previous Post

ବିଜେପି ଛାଡ଼ିଲେ ବିଶ୍ୱ ମଲ୍ଲିକ

Next Post

ସ୍ଥାନ, କାଳ, ପାତ୍ର ରାଜନୀତି

Next Post
ସ୍ଥାନ, କାଳ, ପାତ୍ର ରାଜନୀତି

ସ୍ଥାନ, କାଳ, ପାତ୍ର ରାଜନୀତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA