Wednesday, July 1, 2026 12:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନିଯୁକ୍ତି ପାଇଲେ ୯୦୮ ଅଧ୍ୟାପକ

by Our Correspondent
17 May, 2022- 10:50 PM
in Latest News, News
1 min read
0
ନିଯୁକ୍ତି ପାଇଲେ ୯୦୮ ଅଧ୍ୟାପକ

ଭୁୁବନେଶ୍ୱର: ଅନୁଦାନପ୍ରାପ୍ତ କଲେଜରେ ୯୦୮ ଅଧ୍ୟାପକ/ ଅଧ୍ୟାପିକା ନିଯୁକ୍ତି ପାଇଛନ୍ତି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ଯୋଗେ ଯୋଗଦେଇ ସେମାନଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି । ଆଜି ୬୩୯ ଅଧ୍ୟାପକ ଚାକିରିରେ ଯୋଗଦେଇଥିଲା ବେଳେ ଅବଶିଷ୍ଟ ଅଧ୍ୟାପକମାନେ ଖୁବ୍ ଶୀଘ୍ର ଯୋଗଦେବେ ।

ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମସ୍ୟା ସମାଧାନ ମନୋଭାବର ବିକାଶ ପାଇଁ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଶିକ୍ଷକମାନଙ୍କୁ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ସମସ୍ୟାକୁ ସମାଧାନ କରି ଆଗକୁ ବଢ଼ିବା ଏକ ସମାଜର ବୈଶିଷ୍ଟ । ସୁତରାଂ ଯୁବବର୍ଗଙ୍କ ମନରେ ଏହି ମନୋଭାବର ବିକାଶ ଅପରିହାର୍ଯ୍ୟ । ଆମ ସମସ୍ୟାର ସମାଧାନ ଏବଂ ଜୀବନର ରୂପାନ୍ତର ପାଇଁ ଜ୍ଞାନର ଆବଶ୍ୟକତା ରହିଛି ।

ମୁଖ୍ୟମନ୍ତ୍ରୀ ତାଙ୍କ ଉଦବୋଧନରେ କହିଥିଲେ, ଉଚ୍ଚଶିକ୍ଷାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଉଭୟ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି । ୨୦୧୬ ମସିହାରୁ ୩୭୬୮ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ବିଭିନ୍ନ ଅନୁଦାନପ୍ରାପ୍ତ କଲେଜରେ ୨୩୨୦ ଅଧ୍ୟାପକ ନିଯୁକ୍ତି ହୋଇସାରିଲେଣି । ସେହିଭଳି ବିଭିନ୍ନ ସରକାରୀ କଲେଜରେ ୯୯୧ ଅଧ୍ୟାପକଙ୍କୁ ନିଯୁକ୍ତି ପାଇଁ ପ୍ରକ୍ରିୟା ଚାଲିଛି ।

ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଷୟରେ ଏକ ହଜାରରୁ ଉଦ୍ଧ୍ୱର୍ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଖୁବ୍ ଶୀଘ୍ର ଏହା ସମ୍ପୂର୍ଣ୍ଣ ହେବ ।

୫-ଟି କାର୍ଯ୍ୟକ୍ରମ ଆଧାରରେ କଲେଜମାନଙ୍କରେ “ସ୍ମାର୍ଟ କ୍ଲାସରୁମ୍’ ପ୍ରତିଷ୍ଠା କରାଯାଉଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
ନବନିଯୁକ୍ତ ତିନି ଅଧ୍ୟାପକଙ୍କ ସହ ଏହି ଅବସରରେ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ । ରାଜ୍ୟ ସିଲେକ୍ସନ୍ ବୋର୍ଡର ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ କହିଥିଲେ, ସ୍ୱଚ୍ଛତା ଉପରେ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଦିଅନ୍ତି । ସରକାରୀ ନିଯୁକ୍ତି ପ୍ରକ୍ରିୟାରେ ଏହାକୁ କଡାକଡି ପାଳନ କରାଯାଉଛି ବୋଲି କହିଥିଲେ ।

ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ କହିଥିଲେ, ଉଚ୍ଚଶିକ୍ଷା ବିଭାଗରେ ଖାଲି ପଦବୀ ପୂରଣ ପ୍ରକ୍ରିୟା ଜୋରଦାର ହୋଇଛି । ୫-ଟି ନୀତି ଆଧାରରେ ଏହି ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି । ପୂରାତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅନୁଷ୍ଠାନ ସହ ଯୋଡ଼ିବା ଲକ୍ଷ୍ୟରେ ମୋ କଲେଜ କାର୍ଯ୍ୟକ୍ରମ ବ୍ୟାପକ ହୋଇଥିବା ସେ ସୂଚନା ଦେଇଥିଲେ ।

ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏବଂ ଅନ୍ୟ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Previous Post

ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ !

Next Post

ମା ତାରାତାରିଣୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ କାଲି

Next Post
ମା ତାରାତାରିଣୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ କାଲି

ମା ତାରାତାରିଣୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ କାଲି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA