ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳର ଷ୍ଟାର୍ କ୍ୟାମ୍ପେନର୍ ତାଲିକାରେ ତାଙ୍କ ନାଁ ପ୍ରଥମରେ ଅଛି । ତେବେ ସେ ନିଜେ ବ୍ରଜରାଜନଗର ଯିବେ ନା ଭର୍ଚୁଆଲ୍ ମାଧ୍ୟମରେ ପ୍ରଚାର କରିବେ ତାହା ଜଣାପଡ଼ିନାହିଁ । ଇତିମଧ୍ୟରେ ଉପନିର୍ବାଚନ ଯୁଦ୍ଧ ପାଇଁ ଦଳର ପ୍ରସ୍ତୁତି ଜୋରଦାର ହୋଇଛି । ଆଜି ପ୍ରକାଶ ପାଇଥିବା ଷ୍ଟାର୍ କ୍ୟାମ୍ପେନର ତାଲିକାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୪୦ ଜଣଙ୍କ ନାଁ ଅଛି । ଦଳର ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ୮ ମନ୍ତ୍ରୀ, ୧୬ ବିଧାୟକ ଏବଂ ୪ ଜଣ ସାଂସଦ ଏଥିରେ ସ୍ଥାନ ପାଇଛନ୍ତି ।
ଦଳର ଷ୍ଟାର୍ କ୍ୟାମ୍ପେନରମାନେ ହେଲେ- ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ଡ. ଅରୁଣ କୁମାର ସାହୁ, ଶ୍ରୀମତୀ ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ସମୀର ରଞ୍ଜନ ଦାଶ, ନବ କିଶୋର ଦାସ, ସୁଶାନ୍ତ ସିଂହ, ଶ୍ରୀମତୀ ଟୁକୁନି ସାହୁ, ଚନ୍ଦ୍ର ସାରଥୀ ବେହେରା, ଦିବ୍ୟଶଙ୍କର ମିଶ୍ର, ପୁଷ୍ପେନ୍ଦ୍ର ସିଂହଦେଓ, ସୁବାସ ସିଂହ, କଳିକେଶ ନାରାୟଣ ସିଂହଦେଓ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଡ. ସସ୍ମିତ୍ ପାତ୍ର, ସୁଜିତ୍ କୁମାର, ମୁଜିବୁଲ୍ଲା(ମୁନ୍ନା) ଖାଁ, ରୋହିତ ପୂଜାରୀ, ପ୍ରୀତି ରଞ୍ଜନ ଘଡ଼େଇ, ଦେବେଶ ଆଚାର୍ଯ୍ୟ, ରାଜେନ୍ଦ୍ର ଢ଼ୋଲକିଆ, ଶ୍ରୀମତୀ ରୀତା ସାହୁ, ପ୍ରଶାନ୍ତ ବେହେରା, ନଳିନୀକାନ୍ତ ପ୍ରଧାନ, ସରୋଜ ମେହେର, ବିକ୍ରମ ପଣ୍ଡା, ଶ୍ରୀମତୀ ଲତିକା ପ୍ରଧାନ, ପ୍ରଦୀପ କୁମାର ଦିଶାରି, କିଶୋର ଚନ୍ଦ୍ର ନାୟକ, ଆକାଶ ଦାସ ନାୟକ, ଯୋଗେଶ ସିଂହ, ଅରିନ୍ଦମ ରାୟ, ସୌଭାଗ୍ୟ ନାୟକ, ବୈକୁଣ୍ଠ ନାୟକ ।
ପୂର୍ବରୁ ବିଜେଡି ପକ୍ଷରୁ ନିର୍ବାଚନ ପରିଚାଳନା ପାଇଁ ନେତାଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟାଯାଇଛି । ମନ୍ତ୍ରୀ ନବ ଦାସଙ୍କ ଉପରେ ସମ୍ପୂର୍ଣ୍ଣ ପରିଚାଳନା ଭାର ନ୍ୟସ୍ତ କରାଯାଇଛି । ତାଙ୍କ ସହିତ ଜିଲ୍ଲା ପର୍ଯ୍ୟବେକ୍ଷକ କଟକ ମେୟର ସୁବାସ ସିଂହ ଓ ସହ ପର୍ଯବେକ୍ଷକ ବିଷ୍ଣୁ କେଡ଼ିଆ ରହିଛନ୍ତି । ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ମନ୍ତ୍ରୀ ଡ. ଅରୁଣ ସାହୁଙ୍କୁ ନେଇ ଏକ କେନ୍ଦ୍ରୀୟ ଟିମ୍ ଗଠନ କରାଯାଇଛି । ଏଥିସହ ବିଭିନ୍ନ ପଞ୍ଚାୟତ ଏବଂ ମ୍ୟୁନିସିପାଲିଟିରେ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଦାୟିତ୍ୱ ଦିଆଯାଇଛି ।