Wednesday, July 1, 2026 04:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପିରେ ଅଲୋଡ଼ା ବିଜୟ ମହାପାତ୍ର

ଉପନିର୍ବାଚନ ଷ୍ଟାର୍ ପ୍ରଚାରକ ତାଲିକାରେ ମିଳିଲାନି ଜାଗା

by Our Correspondent
15 May, 2022- 09:32 PM
in Latest News, News, Politics
1 min read
0
ବିଜେପିରେ ଅଲୋଡ଼ା ବିଜୟ ମହାପାତ୍ର

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ତା’ର ଷ୍ଟାର୍ ପ୍ରଚାରକ ତାଲିକା ଆଜି ନିର୍ବାଚନ କମିସନଙ୍କ ପାଖକୁ ପଠାଇଛି । ସେଥିରେ ୫ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଅଛନ୍ତି । ୬ ସାଂସଦ, ୯ ବିଧାୟକ ଅଛନ୍ତି । ଖାରବେଳ ସ୍ୱାଇଁ ବି ଅଛନ୍ତି । ହେଲେ ବିଜୟ ମହାପାତ୍ର ନାହାନ୍ତି । ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବାକୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଅଭିଜ୍ଞ ବିଜୟ ମହାପାତ୍ରଙ୍କ ଆବଶ୍ୟକତାକୁ ଦଳୀୟ ନେତୃତ୍ୱ ଅନୁଭବ କରିନାହାନ୍ତି ।

ପୂର୍ବରୁ ଗତ ପିପିଲି ଉପନିର୍ବାଚନ ବେଳେ ମଧ୍ୟ ବିଜୟଙ୍କୁ ଦଳ ଅଲୋଡ଼ା କରିଥିଲା । ୨୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକାରେ ତାଙ୍କର ସ୍ଥାନ ନ ଥିଲା । ତା’ ପୂର୍ବରୁ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ବେଳେ ଦଳର ୩୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକାରେ ବିଜୟଙ୍କୁ ଅବଶ୍ୟ ସ୍ଥାନ ମିଳିଥିଲା । ମାତ୍ର ପ୍ରଚାରରେ ତାଙ୍କୁ ଦେଖିବାକୁ ମିଳି ନ ଥିଲା ।

ବିଜେପିରେ ବିଜୟ ଅଲୋଡ଼ା ରହିବା ନୂଆ କଥା ନୁହେଁ । ୨୦୦୯ ରେ ବିଜେପିରେ ଯୋଗଦେବା ପରେ କିଛି ବର୍ଷ ଦଳରେ ତାଙ୍କର ଯଥେଷ୍ଟ ଗୁରୁତ୍ୱ ଥିଲା । ମାତ୍ର ୨୦୦୯ ଏବଂ ୨୦୧୪ ନିର୍ବାଚନ ହାରିଯିବା ପରେ ଦଳରେ ତାଙ୍କର ଗୁରୁତ୍ୱ ରହିଲାନି । ଧର୍ମେନ୍ଦ୍ର ପ୍ରଧାନଙ୍କ ଜମାନା ଏବଂ ଖାସ୍ କରି ୨୦୧୬ ରେ ବସନ୍ତ ପଣ୍ଡା ରାଜ୍ୟ ସଭାପତି ହେବା ପରେ ବିଜୟ ଦଳରେ ଅଲୋଡ଼ା ହୋଇଗଲେ । ୨୦୧୮ ନଭେମ୍ବରରେ ସେ ଦଳରୁ ଇସ୍ତଫା ଦେଇଥିଲେ ମଧ୍ୟ ୪ ମାସ ପରେ ପୁଣି ଫେରି ଆସିଥିଲେ । କିଛି ମାସ ସକ୍ରିୟ ରହିଲେ । ୨୦୧୯ ରେ ପାଟକୁରା ଆସନରୁ ନିର୍ବାଚନ ଲଢ଼ି ହାରିବା ପରେ କିନ୍ତୁ ପୁଣି ଚୁପ୍ ହୋଇଗଲେ ।

ସେବେଠାରୁ ବିଜୟ ମହାପାତ୍ରଙ୍କୁ ଦଳର କୌଣସି ରାଜନୈତିକ କି ସାଂଗଠନିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ । ମଝିରେ ମଝିରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସେ ସାମ୍ବାଦିକ ସମ୍ମିଳନୀ ଡାକୁଛନ୍ତି । ମାତ୍ର ପାର୍ଟି ଅଫିସରେ ନ କରି ତାଙ୍କ ନୂଆପଲ୍ଲୀ ବାସଭବନରେ କରୁଛନ୍ତି । ପାର୍ଟି ଅଫିସକୁ ସେ ବର୍ଷ ବର୍ଷ ଧରି ଯାଉନାହାନ୍ତି କି ତାଙ୍କୁ କେହି ଆମନ୍ତ୍ରଣ କରୁନାହାନ୍ତି । ସାମ୍ବାଦିକ ସମ୍ମିଳନୀରେ ଦଳୀୟ ମତ ନୁହେଁ, ବରଂ ତାଙ୍କ ନିଜସ୍ୱ ମତ ରଖୁଛନ୍ତି । ଗତବର୍ଷ ଅଗଷ୍ଟ ମାସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଚାନକ ତାଙ୍କ ଘରକୁ ଯାଇ ଭେଟିଥିଲେ ଏବଂ ବହୁ ସମୟ ଧରି କଥା ହୋଇଥିଲେ । ଏହାକୁ ନେଇ ମିଡ଼ିଆରେ ଅନେକ ଚର୍ଚ୍ଚା ହୋଇଥିଲା । ମାତ୍ର କିଛି ପରିବର୍ତ୍ତନ ଦେଖିବାକୁ ମିଳିଲା ନାହିଁ ।

ଇତିମଧ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ ସହ ଭଲ ସମ୍ପର୍କରେ ଥିବା ଚର୍ଚ୍ଚା ହେଉଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିବା ଅପରାଜିତାଙ୍କର ସେ କୁଆଡ଼େ ପରାମର୍ଶଦାତା ବୋଲି କୁହାଯାଉଛି । ତେବେ ସାଂସଦ ଥାଇ ମଧ୍ୟ ରାଜ୍ୟ ବିଜେପି ସଂଗଠନରୁ ନିଜକୁ ପୃଥକ୍ ରଖୁଥିବା ଅପରାଜିତା ରାଜନୈତିକ ଗୋଟିଚାଳନାରେ ବିଜୟଙ୍କୁ ପଛରେ ପକାଇ ଦେଇଛନ୍ତି । ମୋଟାମୋଟି ଦେଖିଲେ, ବିଜୟ ମହାପାତ୍ରଙ୍କ ପଛରେ ବିଜେପି ଟ୍ୟାଗ୍ ଲାଗୁଥିଲେ ମଧ୍ୟ ସେ ସ୍ୱାଧୀନ ଭାବେ କାର୍ଯ୍ୟ କରୁଛନ୍ତି । ସୁତରାଂ ବ୍ରଜରାଜନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବାକୁ ନେତୃତ୍ୱ ତାଙ୍କୁ ନ ଲୋଡ଼ିବା ରାଜନୈତିକ ପର୍ଯ୍ୟବେକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିନାହିଁ ।

ବିଜେପି ଷ୍ଟାର୍ ପ୍ରଚାରକ: ସମୀର ମହାନ୍ତି, ପିୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ଯୋଶୀ, ଅଶ୍ୱିନୀ ବୈଷ୍ଣବ, ଜୁଏଲ୍ ଓରାମ, ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ, ବିଜୟ ପାଲ୍ ସିଂହ ତୋମାର, ବିଶ୍ୱେଶ୍ୱର ଟୁଡୁ, ରମଣ ସିଂହ, ବୈଜୟନ୍ତ ପଣ୍ଡା, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବସନ୍ତ କୁମାର ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ, ମନମୋହନ ସାମଲ, ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଡକ୍ଟର ସମ୍ବିତ୍ ପାତ୍ର, ଶ୍ରୀମତୀ ସଙ୍ଗୀତା ସିଂହଦେଓ, ବ୍ରିଜମୋହନ ଅଗ୍ରୱାଲ୍, ନୀତେଶ ଗଙ୍ଗଦେବ, ଜୟନାରାୟଣ ମିଶ୍ର, ବିଷ୍ଣୁ ଚରଣ ସେଠୀ, ଶ୍ରୀମତୀ ସୁରମା ପାଢ଼ୀ, ମୋହନ ଚରଣ ମାଝୀ, ଖାରବେଳ ସ୍ୱାଇଁ, ରବିନାରାୟଣ ନାଏକ, ପ୍ରଦୀପ ପୁରୋହିତ, ନାଉରି ନାୟକ, ସୁବାସ ପାଣିଗ୍ରାହୀ, ଶଙ୍କର ଓରାମ, ଭବାନୀ ଶଙ୍କର ଭୋଇ, ଶ୍ରୀମତୀ କୁସୁମ ଟେଟେ, ଡ. ମୁକେଶ ମହାଲିଙ୍ଗ, ରଞ୍ଜନ ପଟେଲ, ମାନସ କୁମାର ମହାନ୍ତି, ଶ୍ରୀମତୀ ପିଙ୍କି ପ୍ରଧାନ, ଶ୍ରୀତମ ଦାସ, ଶ୍ରୀମତୀ ଅନୁ ଚୌଧୁରୀ, ହରିହର ମହାପାତ୍ର ।

Previous Post

ପ୍ରସବ ଯନ୍ତ୍ରଣା ଭୋଗୁଥିବା ଅସହାୟ ମହିଳାଙ୍କୁ ସହାୟତା ଯୋଗାଇଦେଲା ‘ଓଡ଼ିଶା ମୋ ପରିବାର’

Next Post

ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ !

Next Post
ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ !

ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA