Thursday, June 25, 2026 03:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନ ବୁଝାଇଲେ…

ବିଦାୟୀ ମନ୍ତ୍ରୀଙ୍କୁ ମିଳିବ ସାଂଗଠନିକ ଦାୟିତ୍ୱ

by Our Correspondent
06 Jun, 2022- 09:33 PM
in Latest News, News, Politics
1 min read
0
ନବୀନ ବୁଝାଇଲେ…

ଭୁବନେଶ୍ୱର: ମନ୍ତ୍ରୀମଣ୍ଡଳରୁ ବାଦ୍ ପଡ଼ିଥିବା ନେତାଙ୍କୁ ଆଜି ନବୀନ ନିବାସରେ ସୁପ୍ରିମୋ ନବୀନ ପଟ୍ଟନାୟକ ଭେଟିଥିଲେ । ମନ୍ତ୍ରୀପଦ ହରାଇଥିବାର ଦୁଃଖକୁ ମୁଖ୍ୟମନ୍ତ୍ରୀ ହାଲକା କରିବା ସହ ସାଂଗଠନିକ କାର୍ଯ୍ୟର ଗୁରୁତ୍ୱ ବୁଝାଇ ସେଥିରେ ସମ୍ପୂର୍ଣ୍ଣ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଶତ ପ୍ରତିଶତ ପାଳନ କରିବେ ବୋଲି ବିଦାୟୀ ମନ୍ତ୍ରୀମାନେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।

ବିଦାୟୀ ମନ୍ତ୍ରୀମାନଙ୍କୁ ଆଜି ନବୀନ ନିବାସରୁ ଡାକରା ଆସିଥିଲା । ସେହି ଅନୁଯାୟୀ ଦିନ ପ୍ରାୟ ୧୧ଟା ବେଳେ ସର୍ବଶ୍ରୀ ପ୍ରତାପ ଜେନା, ଡ. ଅରୁଣ ସାହୁ, ସୁଶାନ୍ତ ସିଂହ, ପଦ୍ମନାଭ ବେହେରା, ଦିବ୍ୟଶଙ୍କର ମିଶ୍ର, ସୁଦାମ ମାରାଣ୍ଡି, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରଘୁନନ୍ଦନ ଦାସ, ପ୍ରେମାନନ୍ଦ ନାୟକ ଏବଂ ପଦ୍ମିନୀ ଦିଆନ୍ ଜଣ ଜଣ ହୋଇ ନବୀନ ନିବାସରେ ପହଞ୍ଚିଥିଲେ । ବିକ୍ରମ ଆରୁଖ ଗତକାଲିଠାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସାରିଥିବାରୁ ସମ୍ଭବତଃ ଆଜି ଉପସ୍ଥିତ ହୋଇ ନ ଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ପ୍ରାୟ ୪୦ ମିନିଟ୍ କାଳ ଆଲୋଚନା କରିଥିବା ଜଣାପଡ଼ିଛି ।

ମନ୍ତ୍ରୀ ପଦ ଚାଲିଯାଇଥିବାରୁ ସ୍ୱାଭାବିକ ଭାବେ ଅଧିକାଂଶଙ୍କ ମନରେ ଦୁଃଖକଷ୍ଟ ଆସିଛି । ସମ୍ଭବତଃ ଏହାକୁ ଲକ୍ଷ୍ୟ ରଖି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଭେଟିବାର ସୁଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଜଣାଇ ଦେଇଥିଲେ ଯେ ପରଫରମାନ୍ସ ବା ଦକ୍ଷତା ଆଧାରରେ କାହାକୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇନାହିଁ । ମନ୍ତ୍ରିମଣ୍ଡଳ ଅଦଳ ବଦଳ ଏକ ସ୍ୱାଭାବିକ ପ୍ରକ୍ରିୟା । ତେଣୁ ସେଥିପାଇଁ ମନରେ କାହାର ଅଲଗା ଧାରଣା ରହିବା ଉଚିତ୍ ନୁହେଁ । ବରଂ ଆଗକୁ ନିର୍ବାଚନ ଥିବାରୁ ବର୍ତ୍ତମାନ ପରିସ୍ଥିତିରେ ସଂଗଠନ ଅଧିକ ଗୁରୁତ୍ୱପୂର୍ଣ୍ଣ । ଆପଣମାନେ ଦଳ ପାଇଁ କାମ କରନ୍ତୁ ଏବଂ ସଂଗଠନ କଥା ବୁଝନ୍ତୁ ବୋଲି ନବୀନ ପରାମର୍ଶ ଦେଇଥିଲେ । ଖୁବ୍ ଶୀଘ୍ର ସେମାନଙ୍କୁ ସଂଗଠନ ଦାୟିତ୍ୱ ଦିଆଯିବ ବୋଲି ମଧ୍ୟ ଜଣାଇ ଦେଇଥିଲେ ।

କୋଭିଡ୍ ସମୟରେ ଗୁରୁ ଦାୟିତ୍ୱ ବହନ କରିଥିବାରୁ ବିଦାୟୀ ମନ୍ତ୍ରୀମାନଙ୍କୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ନବୀନ ନିବାସରୁ ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରତାପ ଜେନା କହିଛନ୍ତି ଯେ ବିଜେଡି ସଂଗଠନକୁ କିଭଳି ଆହୁରି ମଜବୁତ କରାଯିବ ମୁଖ୍ୟମନ୍ତ୍ରୀ ସେ ସମ୍ପର୍କରେ ଆଲୋଚନା କରିଥିଲେ । ସାଂଗଠନିକ ଦାୟିତ୍ୱ ନେଇ କାର୍ଯ୍ୟ କରିବାକୁ ଆମଙ୍କୁ ପରାମର୍ଶ ଦେଲେ ବୋଲି ସେ କହିଛନ୍ତି ।

ମନ୍ତ୍ରୀ ପଦ ଚାଲିଯାଇଥିବାରୁ ମନରେ ଦୁଃଖ ଅଛି କି ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନରେ ସେ କହିଥିଲେ, ମନ୍ତ୍ରୀ ପଦ ସ୍ଥାୟୀ ପଦ ନୁହେଁ । ବରଂ ଓଡ଼ିଶାବାସୀ ବିଶେଷକରି ନିଜ ନିର୍ବାଚନମଣ୍ଡଳୀ ବାସୀଙ୍କ ସେବାରେ ନିଜର ଅବଦାନ ବଢ଼ାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ପରିସ୍ଥିତିରେ ସରକାର ଅପେକ୍ଷା ସଂଗଠନ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ସଂଗଠନ ମଜବୁତ କରିବା ପାଇଁ ଆମେ ଅଧିକ କାର୍ଯ୍ୟ କରିବୁ ବୋଲି କହିଥିଲେ ।

ରଘୁନନ୍ଦନ ଦାସ ମଧ୍ୟ ଅନୁରୂପ ପ୍ରତିକ୍ରିୟା ଦେଇଥିଲେ । ମନ୍ତ୍ରୀ ପାଇଁ ସେ ଲାଳାୟିତ ନ ଥିଲେ । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ମନ୍ତ୍ରୀ ପଦ ଛାଡ଼ିବାର ଇଚ୍ଛାକୁ ସେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ବୋଲି କହିଛନ୍ତି । ତେବେ ଜଗତସିଂହପୁର ମନ୍ତ୍ରୀଶୂନ୍ୟ ହୋଇଥିବାରୁ ତାଙ୍କ ମନରେ ଟିକେ ଦୁଃଖ ରହିଯାଇଛି । ପ୍ରଶାନ୍ତ ମୁଦୁଲି ମୁଖ୍ୟ ସଚେତକ ବଦଳରେ ମନ୍ତ୍ରୀ ହୋଇଥିଲେ ସେ ଅଧିକ ଖୁସି ହୋଇଥାନ୍ତେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

Previous Post

ନୂଆ ଟିମ୍ ପାଇଁ ନବୀନଙ୍କ 6T ମନ୍ତ୍ର

Next Post

ବୁଲା ପ୍ରାଣୀଙ୍କ ସେବା ପାଇଁ ଡାଏଲ୍ ୧୯୬୨

Next Post
ବୁଲା ପ୍ରାଣୀଙ୍କ ସେବା ପାଇଁ ଡାଏଲ୍ ୧୯୬୨

ବୁଲା ପ୍ରାଣୀଙ୍କ ସେବା ପାଇଁ ଡାଏଲ୍ ୧୯୬୨

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA