ନୂଆଦିଲ୍ଲୀ/ଭୁୁବନେଶ୍ୱର: ଚଳିତବର୍ଷର ପଦ୍ମ ପୁରସ୍କାର ଘୋଷଣା ହୋଇଛି । ସମୁଦାୟ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ମିଳିବ । ବିଭିନ୍ନ କ୍ଷେତ୍ର ପାଇଁ ୬ ଜଣଙ୍କୁ ପଦ୍ମ ବିଭୂଷଣ, ୯ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୧ ଜଣ ପାଇବେ ପଦ୍ମଶ୍ରୀ ସମ୍ମାନ । ତାଲିକାରେ ୨୫ ଜଣ ମହିଳା ଥିବା ବେଳେ ୨ ଜଣ ପ୍ରବାସୀ ଭାରତୀୟ ଏବଂ ୭ ଜଣଙ୍କୁ ମରଣୋତ୍ତର ଭାବେ ସମ୍ମାନ ପ୍ରଦାନ କରାଯିବ ।
ପଦ୍ମଶ୍ରୀ ତାଲିକାରେ ଓଡ଼ିଶାରୁ ୪ ଜଣ ସ୍ଥାନ ପାଇଛନ୍ତି । ସେମାନେ ହେଲେ କଳା କ୍ଷେତ୍ରରେ ମାଗୁଣି ଚରଣ କୁଅଁର, ସାହିତ୍ୟ ଓ ଶିକ୍ଷା ପାଇଁ ଅନ୍ତର୍ଯ୍ୟାମୀ ମିଶ୍ର, ବିଶିଷ୍ଟ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ ଏବଂ କୃଷି ପାଇଁ ପତାୟତ ସାହୁ ।
ପଦ୍ମ ବିଭୂଷଣ: ବାଲକ୍ରିଷ୍ଣ ଦୋଶୀ(ମରଣେତ୍ତର)(ଆର୍କିଟେକଚର), ଜାକିର ହୁସେନ୍(କଳା), ଏସ ଏମ କ୍ରିଷ୍ଣା( ପବ୍ଲିକ ଆଫାୟର୍ସ), ଦିଲ୍ଲୀପ ମହଲାନବିସ(ମରଣୋତ୍ତର)(ମେଡିସିନ୍), ଶ୍ରୀନିବାସ ବର୍ଦ୍ଧନ(ବିଜ୍ଞାନ ଓ ଇଂଜିନିୟରିଂ), ମୁଲାୟମ ସିଂ ଯାଦବ(ମରଣୋତ୍ତର)(ପବ୍ଲିକ୍ ଆଫାୟର୍ସ) ।
ପଦ୍ମ ଭୂଷଣ: ଏସ ଏଲ ଭ୍ୟାରାପ୍ପା(ସାହିତ୍ୟ ଓ ଶିକ୍ଷା), କୁମାର ମଙ୍ଗଳମ୍ ବିର୍ଲା(ବାଣିଜ୍ୟ ଏବଂ ଇଣ୍ଡଷ୍ଟ୍ରି), ଦୀପକ ଧର(ବିଜ୍ଞାନ ଓ ଇଂଜିନିୟରିଂ), ବାଣୀ ଜୟରାମ(କଳା), ସ୍ୱାମୀ ଚିନ୍ନା ଜିୟାର(ଆଧ୍ୟାତ୍ମିକ), ସୁମନ କଲ୍ୟାଣପୁର(କଳା), କପିଲ କାପୁର(ସାହିତ୍ୟ ଏବଂ ଶିକ୍ଷା), ସୁଧା ମୂର୍ତ୍ତି(ସମାଜ ସେବା), କମଳେଶ ଡି ପଟେଲ(ଆଧ୍ୟାତ୍ମିକ) ।