Monday, September 21, 2026 06:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଆରଏସରେ ପାଙ୍ଗୀ, ଗମାଙ୍ଗ ପରିବାର

କେସିଆର ପଠାଇଲେ ସ୍ୱତନ୍ତ୍ର ବିମାନ

by Our Correspondent
27 Jan, 2023- 07:49 PM
in Latest News, News, Politics
1 min read
0
ବିଆରଏସରେ ପାଙ୍ଗୀ, ଗମାଙ୍ଗ ପରିବାର

ଭୁୁବନେଶ୍ୱର: ଭାରତ ରାଷ୍ଟ୍ର ସମିତି(ବିଆରଏସ)ରେ ଯୋଗ ଦେବାକୁ ପ୍ରସ୍ତୁତ ଓଡ଼ିଶା ନେତାଙ୍କ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଭୁବନେଶ୍ୱରକୁ ଏକ ଚାର୍ଟଡ୍ ବିମାନ ପଠାଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗ, ପୁଅ ଶିଶିର ଗମାଙ୍ଗଙ୍କ ସମେତ ଦୁଇ ଡର୍ଜନରୁ ଅଧିକ ନେତା ଏହି ବିମାନରେ ହାଇଦ୍ରାବାଦ ଯାତ୍ରା କରିଥିଲେ । ସଂଧ୍ୟାରେ ଆୟୋଜିତ ମିଶ୍ରଣ ପର୍ବରେ ସେମାନେ ବିଆରଏସରେ ସାମିଲ ହୋଇଛନ୍ତି । ହାଇଦ୍ରାବାଦରେ ପୂର୍ବରୁ ଡେରା ପକାଇଥିବା କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ମଧ୍ୟ ସାମିଲ ହୋଇଛନ୍ତି । ଏଥିସହ ଓଡ଼ିଶାରେ ନୂଆ ରାଜନୈତିକ ଶକ୍ତି ଭାବେ ବିଆରଏସର ଅଭ୍ୟୁଦୟ ହୋଇଛି ।

ହାଇଦ୍ରାବାଦଠାରେ ଆଜି ସଂଧ୍ୟାରେ ବିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀ ରାଓ ଓଡ଼ିଶା ନେତାମାନଙ୍କ ସହ ଆଲୋଚନା କରିଥିଲେ । ଏହାପରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଶ୍ରୀ ପାଙ୍ଗୀ ଏବଂ ଶ୍ରୀ ଗମାଙ୍ଗଙ୍କ ପରିବାର ଛଡ଼ା ଦଳରେ ସାମିଲ ହୋଇଛନ୍ତି ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା, ପୂର୍ବତନ ବିଧାୟକ ନବୀନ ନନ୍ଦ, ବୃନ୍ଦାବନ ମାଝୀ, ରାଘବ ସେଠୀ, ଦେବରାଜ ସେଠୀ, କୃଷକ ନେତା ଅକ୍ଷୟ କୁମାର, ଶେଷଦେବ ନନ୍ଦ, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ପ୍ରମୁଖ । ଏମାନଙ୍କୁ ମିଶାଇ ଓଡ଼ିଶାର ପ୍ରାୟ ୩୦୦ ନେତା, ଚାଷୀ ନେତା, ସାମାଜିକ କର୍ମୀ, ଆଇନଜୀବୀ ବିଆରଏସରେ ଆଜି ସାମିଲ ହୋଇଛନ୍ତି ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

କେସିଆରଙ୍କ ଟିଆରଏସ ନିକଟରେ ବିଆରଏସ ନାଁରେ ଜାତୀୟ ଦଳରେ ପରିଣତ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ପଡୋଶୀ ରାଜ୍ୟ ଆନ୍ଧ୍ର ଓ ଓଡ଼ିଶାକୁ ଦଳ ଫୋକସ୍ ରେ ରଖିଛି । ଖାସ୍ କରି ଦକ୍ଷିଣ ଓଡ଼ିଶାର ଆଦିବାସୀ, ତେଲୁଗୁ ଭାଷାଭାଷୀ ଭୋଟରଙ୍କ ଉପରେ ପ୍ରଭାବ ରଖୁଥିବା ନେତା ଏବଂ ଚାଷୀ ନେତାମାନଙ୍କୁ ନଜରରେ ରଖି କେସିଆର ଆଗକୁ ବଢ଼ିଛନ୍ତି । ଜୟରାମ ପାଙ୍ଗୀ, ଗମାଙ୍ଗ ବାପ-ପୁଅ ଏବଂ ନବ ନିର୍ମାଣ କୃଷକ ସଂଗଠନର ନେତାଙ୍କ ସହିତ ଗତ ସପ୍ତାହରେ ସେ ଆଲୋଚନା କରିବା ପରେ ଓଡ଼ିଶା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।

ଆଗାମୀ ନିର୍ବାଚନରେ ଓଡ଼ିଶାରେ ଦଳ ସବୁ ବିଧାନସଭା ଏବଂ ଲୋକସଭା ଆସନରେ ପ୍ରାର୍ଥୀ ଦେବ ବୋଲି ଆଜି ମିଶ୍ରଣ ପର୍ବ ପରେ ଶିଶିର ଗମାଙ୍ଗ ଗଣମାଧ୍ୟମକୁ କହିଛନ୍ତି । ବିଆରଏସର ପ୍ରତିଦ୍ୱନ୍ଦୀ ବିଜେପି ନୁହେଁ । ଶାସକ ବିଜେଡି ବିରୋଧରେ ଲଢ଼େଇ ହେବ ବୋଲି ସେ କହିଛନ୍ତି ।

ବିଆରଏସର ଆଗମନ ସହ ଓଡ଼ିଶାରେ ରାଜନୈତିକ ବାତାବରଣରେ ଉଷ୍ଣତା ଦେଖିବାକୁ ମିଳିଛି । ଆଗକୁ ବିଜେଡି, ବିଜେପି ଏବଂ କଂଗ୍ରେସର କୋଣଠେସା ନେତାମାନେ ଏହାକୁ ସୁଯୋଗ ଭାବେ ବ୍ୟବହାର କରିବେ ବୋଲି କୁହାଯାଉଛି ।

ରାଜନୈତିକ ସମୀକ୍ଷକଙ୍କ ମତରେ ଏହା ଓଡ଼ିଶାରେ ଏକ ନୂଆ ରାଜନୈତିକ ବାତାବରଣ ସୃଷ୍ଟି କରିବ । ଓଡ଼ିଶାରେ ତୃତୀୟ ମେଣ୍ଟର ଆବଶ୍ୟକତାକୁ ଏହି ଦଳ ପୂରଣ କରିବାର ସମ୍ଭାବନା ସୃଷ୍ଟି ହୋଇଛି । ଓଡ଼ିଶାରେ ଏହା ବିଜେଡିକୁ ତିଳେମାତ୍ର ପ୍ରଭାବିତ କରିବ ନାହିଁ ବୋଲି ବିଜେଡି ନେତାମାନେ ଦାବି କରିଛନ୍ତି । ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବଂ ବିଜେଡିର ସାଂଗଠନିକ ଶକ୍ତିକୁ ସାମନା କରିପାରିବେ ନାହିଁ । ଅନ୍ୟପକ୍ଷରେ ବିଜେପିକୁ ମଧ୍ୟ ଏହା କ୍ଷତି କରିପାରିବ ନାହିଁ ବୋଲି ଦଳୀୟ ନେତାମାନେ ଜୋର୍ ଦେଇଛନ୍ତି ।

Previous Post

ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ

Next Post

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼

Next Post
ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA