Thursday, June 25, 2026 06:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜନୀତିର ପଶାପାଲିରେ ଗୋଟି ‘ଅଭିଯୁକ୍ତ’!

ପରୀ ହତ୍ୟା ମାମଲା

by Our Correspondent
10 Jan, 2021- 12:19 AM
in Crime, Latest News, News
1 min read
0
ରାଜନୀତିର ପଶାପାଲିରେ ଗୋଟି ‘ଅଭିଯୁକ୍ତ’!

ଭୁବନେଶ୍ୱର: ନୟାଗଡ଼ ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାର ଅଭିଯୁକ୍ତ ନିଜର ନାର୍କୋ ଟେଷ୍ଟ ପାଇଁ ମନା କରିବା ଘଟଣା ଏସଆଇଟି ତଦନ୍ତକୁ ଝଟକା ଆଣିଛି । ପରୀକୁ ତଣ୍ଟି ଚିପି ମାରିବା ପରେ ତାର ଶବକୁ ଦୁଷ୍କର୍ମ କରିବା ଭଳି ଜଘନ୍ୟ କାଣ୍ଡର ବର୍ଣ୍ଣନା ପାଇଲା ପରେ ଏସଆଇଟି ଅଭିଯୁକ୍ତକୁ ଗିରଫ କରିଥିଲା । ନାର୍କୋ ଟେଷ୍ଟ କରିଥିଲେ ହୁଏତ ଆଉ କିଛି ଅଧିକ ତଥ୍ୟ ମିଳିପାରିଥାଆନ୍ତା । ମାତ୍ର ତାହା ସମ୍ଭବ ହୋଇନାହିଁ । ପ୍ରଥମରୁ ନୟାଗଡ଼ ପୁଲିସର ଅବହେଳା ଏବଂ ପରବର୍ତ୍ତୀ କାଳରେ ରାଜନୈତିକ ପଶାଖେଳ ପରୀ ହତ୍ୟା ଅଭିଯୁକ୍ତକୁ ଫାଇଦା ଦେଇପାରେ ବୋଲି ସଂଶୟ ସୃଷ୍ଟି ହେଲାଣି ।

କଲେଜରେ ପଢ଼ୁଥିବା ଏହି ଅଭିଯୁକ୍ତ ପ୍ରଥମରୁ ନୟାଗଡ଼ ପୁଲିସର ସନ୍ଦେହ ବଳୟକୁ ଆସିଥିଲା । ତାକୁ ଥାନାକୁ ଡାକି ତଦନ୍ତକାରୀ ପୁଲିସ ଏକାଧିକବାର ପଚରାଉଚୁରା କରିଥିଲା । ମାତ୍ର ନୟାଗଡ଼ ଏସପିଙ୍କ ଅପରାଗତା ପାଇଁ ପୁଲିସ ଆଗକୁ ବଢ଼ି ନ ଥିଲା ବୋଲି ଜନୈକ ଅଧିକାରୀ କହିଛନ୍ତି । ବିଳମ୍ବରେ ହେଲେ ମଧ୍ୟ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ହାବୁଡରୁ ସେ କିନ୍ତୁ ଖସି ପାରିନାହିଁ । ଗିରଫ ସୁନିଶ୍ଚିତ ଜାଣି ସେ ବୋଥ୍ରାଙ୍କ ବିରୋଧରେ ବୟାନବାଜି କରିବା ପଛରେ ରାଜନୈତିକ ବଳ ଥିଲା ବୋଲି ସଂପୃକ୍ତ ଅଧିକାରୀ ସନ୍ଦେହ କରିଛନ୍ତି ।

ଏସଆଇଟି ଟିମ୍ ୨୦ ଦିନ ଧରି ଅବିଶ୍ରାନ୍ତ ତଦନ୍ତ କରି ଦୋଷୀକୁ ଧରିବା ଏବଂ ଏକ ସାମ୍ବାଦିକ ସମ୍ମିଳନୀରେ ଅରୁଣ ବୋଥ୍ରା ପରୀ ହତ୍ୟାର ଲୋମହର୍ଷଣ କାହାଣୀ ବର୍ଣ୍ଣନା କରିବା ସତ୍ତ୍ୱେ ପରୀର ଖୋଦ୍ ବାପାମାଆ ଏହାକୁ ଗ୍ରହଣ ନ କରି ବିଜେପି ସ୍ୱରରେ ଅଟଳ ରହିବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଚକିତ କରିଛି । ପରୀ ବାପାମାଆ ଏକ ତଦନ୍ତକାରୀ ସଂସ୍ଥାର ତଥ୍ୟକୁ ଗ୍ରହଣ ନ କରିବା ପଛର ଯୁକ୍ତି କ’ଣ ଏବଂ ଏହି ଘଟଣାରେ ଅନ୍ୟ କିଏ ସଂପୃକ୍ତ ବୋଲି ସେମାନଙ୍କ ପାଖରେ କି ତଥ୍ୟ ପ୍ରମାଣ ଅଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

୫ ବର୍ଷର ଝିଅ ମୃତ୍ୟୁ ମାମଲାରେ ରାଜନୈତିକ ରଙ୍ଗ ବୋଳିବାର ଷଡ଼ଯନ୍ତ୍ରରେ ଖୋଦ୍ ବାପାମାଆ ସାମିଲ ହେବା ମଧ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଭୁବନେଶ୍ୱରରେ ଆତ୍ମାହୁତି ଉଦ୍ୟମକୁ ଏକ ନାଟକ ବୋଲି ଅଭିହିତ କରି ସେମାନେ ତଥାକଥିତ ସମାଜସେବୀ ଶ୍ରୀଧର ପ୍ରଧାନଙ୍କ ସହ ନିଜ ଘରଭିତରେ କଥା ହେବାର ଭିଡ଼ିଓ ପଦାକୁ ଆସିଲା ପରେ ବାସ୍ତବତା ଧରାପଡ଼ିଛି । ଗିରଫ ଅଭିଯୁକ୍ତକୁ ସେମାନେ ନିଦେ୍ର୍ଦାଷ ବୋଲି ଟିଭିରେ ବୟାନ ଦେଉଥିଲା ବେଳେ ତାକୁ ହିଁ ପ୍ରଥମରୁ ସନ୍ଦେହ କରୁଥିଲେ ବୋଲି ଘରେ କଥା ହେଉଛନ୍ତି ।

ଉଲ୍ଲେଖଥାଉକି, ପରୀ ମାମଲାକୁ ରାଜନୈତିକ ଅସ୍ତ୍ର କରିଥିବା ବିଜେପି ପରୀ ପାଇଁ ନ୍ୟାୟ ମାଗିବା ନାଁରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ପ୍ରଥମରୁ ଟାର୍ଗେଟ୍ କରିଛନ୍ତି । ନିର୍ଦ୍ଦିଷ୍ଟ ଭାବେ ମନ୍ତ୍ରୀଙ୍କ ପାଖଲୋକ ବାବୁଲି ନାୟକଙ୍କୁ ହତ୍ୟାକାରୀ ସଜାଇ ଏସଆଇଟି ତଦନ୍ତକୁ ଅଗ୍ରାହ୍ୟ କରିଛନ୍ତି । ପରୀକୁ ନ୍ୟାୟ ପାଇଁ ସେମାନଙ୍କର ଆନ୍ତରିକତା ତ ବୁଝାପଡୁନି, ମାତ୍ର ଗିରଫ ଅଭିଯୁକ୍ତକୁ ଖସାଇବା ପାଇଁ ସେମାନଙ୍କର ଆନ୍ତରିକତା ସମସ୍ତେ ଦେଖୁଛନ୍ତି । ଖୋଦ୍ ଅଭିଯୁକ୍ତ ମଧ୍ୟ ଏହାର ସୁଯୋଗ ନେଇ ଏସଆଇଟିକୁ ଚକମା ଦେବାରେ ସମର୍ଥ ହେଉଛି ।

ସୂଚନାଥାଉକି, ଅଭିଯୁକ୍ତ ବାରମ୍ବାର ବୟାନ ବଦଳାଉଥିବାରୁ ଏସଆଇଟି ପାଇଁ ନାର୍କୋ ଟେଷ୍ଟର ଜରୁରୀ ଆବଶ୍ୟକତା ଥିଲା । ସେହିଭଳି ଜବତ ମୋବାଇଲର ପରୀକ୍ଷା ସହ ହତ୍ୟାରେ ବ୍ୟବହୃତ ସାମଗ୍ରୀର ଡିଏନଏ ପରୀକ୍ଷା ପାଇଁ ଏସଆଇଟି କୋର୍ଟରେ ଆବେଦନ କରିଥିଲା । ମାତ୍ର ଧୂର୍ତ୍ତ ଅଭିଯୁକ୍ତ ଜଣଙ୍କ ନାର୍କୋ ଟେଷ୍ଟ ପାଇଁ ଖାଲି ମନା କରିନାହିଁ, ଏସଆଇଟିର ତିନୋଟି ଯାକ ଆବେଦନକୁ ଗ୍ରହଣ ନ କରିବା ପାଇଁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡକୁ ନିବେଦନ କରିଛି । ଏଭଳି ଅଭିଯୁକ୍ତକୁ ନିଦେ୍ର୍ଦାଷ ବୋଲି ବିଶ୍ୱାସ କରାଯାଇପାରିବ କି ବୋଲି ଅନେକ ପ୍ରଶ୍ନ କରିଛନ୍ତି ।

Previous Post

‘ସିଘଂମ୍ କପ୍’ ଅରୁପ ପଟ୍ଟନାୟକଙ୍କ ପ୍ରଶଂସାରେ ରାଜା ମୁରାଦ

Next Post

ଓଡ଼ିଆ ଉଦ୍ୟୋଗପତି ସଲିଲ ପାଣିଗ୍ରାହୀଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ

Next Post
ଓଡ଼ିଆ ଉଦ୍ୟୋଗପତି ସଲିଲ ପାଣିଗ୍ରାହୀଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ

ଓଡ଼ିଆ ଉଦ୍ୟୋଗପତି ସଲିଲ ପାଣିଗ୍ରାହୀଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA