ଭୁୁବନେଶ୍ୱର: ମୁମ୍ବାଇର ପୂର୍ବତନ ପୁଲିସ କମିଶନର ତଥା ‘ଓଡ଼ିଶା-ମୋ ପରିବାର’ ଆବାହକ ଅରୁପ ପଟ୍ଟନାୟକଙ୍କୁ ଆଜି ଭୁରି ଭୁରି ପ୍ରଶଂସା କରିଛନ୍ତି ବଲିଉଡ୍ ର ପ୍ରଖ୍ୟାତ ଅଭିନେତା ରାଜା ମୁରାଦ୍ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ଶିଳ୍ପପତି ଦିଲ୍ଲୀପ ରାୟଙ୍କ ଜନ୍ମଦିନ ଅବସରରେ ଆଜି ଭୁବନେଶ୍ୱରରେ ଆୟୋଜିତ ଉତ୍ସବରେ ଯୋଗଦେଇ ଶ୍ରୀ ମୁରାଦ୍ ମୁମ୍ବାଇ ପୁଲିସ କମିଶନର ଭାବେ ଅରୂପ ପଟ୍ଟନାୟକଙ୍କ କାର୍ଯ୍ୟକୁ ସ୍ମରଣ କରିଥିଲେ ।
ସଭାରେ ଉପସ୍ଥିତ ଶ୍ରୀ ପଟ୍ଟନାୟକଙ୍କୁ ଇଙ୍ଗିତ କରି ରାଜା ମୁରାଦ୍ କହିଥିଲେ, ଅରୂପ ପଟ୍ଟନାୟକ ଜୀ ତାଙ୍କ ବାସ୍ତବ ଜୀବନ ‘ସିଘଂମ୍ ଷ୍ଟାଇଲ୍’ ପାଇଁ ବେଶ୍ ଜଣାଶୁଣା । ତାଙ୍କୁ ଦେଖି ଅପରାଧୀମାନେ ଭୟରେ ଥରୁଥିଲେ । ତାଙ୍କ ପାଇଁ ମୁମ୍ବାଇବାସୀ ସବୁବେଳେ ନିଜକୁ ନିରାପଦ ମଣୁଥିଲେ ।
ଅରୁପ ପଟ୍ଟନାୟକ ଜୀ ତାଙ୍କର ମହାନ୍ କାର୍ଯ୍ୟ ପାଇଁ ସମସ୍ତଙ୍କର ସମ୍ମାନ ଅର୍ଜନ କରିଥିଲେ । ଖାଲି ସେତିକି ନୁହେଁ ମୁମ୍ବାଇ ପୁଲିସର କାର୍ଯ୍ୟଦକ୍ଷତା ଓ ସମ୍ମାନ ବୃଦ୍ଧିରେ ଅରୁପ ଜୀଙ୍କର ବହୁତ ଯୋଗଦାନ ଥିଲା ବୋଲି ରାଜା ମୁରାଦ କହିଥିଲେ ।