ମୁମ୍ବାଇ: ଉତ୍ତରାଖଣ୍ଡର ୨୫ ବର୍ଷୀୟ ପୱନଦୀପ ରାଜନ୍ ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୨ ବିଜେତା ହୋଇଛନ୍ତି । ଅରୁଣିତା କାଞ୍ଜିଲାଲ୍ ଦ୍ୱିତୀୟ ଓ ସାୟଲି କାମ୍ବଲେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସୋନି ଟିଭିରେ ପ୍ରସାରିତ ଏହି ଲୋକପ୍ରିୟ ରିୟଲିଟି ସୋ’ ର ଗ୍ରାଣ୍ଡ ଫିନେଲ୍ ରେ ପୱନଦୀପ୍ ଙ୍କୁ ସର୍ବାଧିକ ଭୋଟ ମିଳିଛି ।
ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୨ ଦୀର୍ଘ ୮ ମାସ ଧରି ଚାଲିଥିଲା । ଚୂଡ଼ାନ୍ତ ପର୍ଯ୍ୟାୟକୁ ଶ୍ରେଷ୍ଠ ୬ ଜଣ ଯାଇଥିଲେ । ସେମାନେ ହେଲେ ପୱନଦୀପ୍ ରାଜନ, ଅରୁଣିତା କାଞ୍ଜିଲାଲ୍, ନିହାଲ୍ ତାଉରୋ, ସାୟଲି କାମ୍ବଲେ, ମହମ୍ମଦ ଦନିଶ୍ ଏବଂ ଶାନମୁଖପ୍ରିୟା ।
ଅଗଷ୍ଟ ୧୫ ରାତିରେ ‘ଗ୍ରେଟେଷ୍ଟ ଫିନେଲ୍ ଏଭର୍’ ସୋ’ ପ୍ରସାରଣ ହୋଇଥିଲା । ଲୋକପ୍ରିୟ ଗାୟକ, ଜାଭେଦ ଅଲ୍ଲୀ, ଉଦିତ ନାରାୟଣ, ଅଲକା ୟାଗ୍ନିକ, ସୁଖବିନ୍ଦର ସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ହୋଷ୍ଟ୍ ଆଦିତ୍ୟ ନାରାୟଣ ବିଜେତାଙ୍କ ନାଁ ଘୋଷଣା କରିଥିଲେ ।