Sunday, June 15, 2025 02:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗ୍ରାଉଣ୍ଡ ଜିରୋରେ ବଳ କଷାକଷି

ବିଜେପି 'ଜନ ଆଶୀର୍ବାଦ' ଯାତ୍ରା ୧୯ରୁ, ନବୀନଙ୍କ ଜିଲ୍ଲାଗସ୍ତ ୨୦ରୁ

by Our Correspondent
16 Aug, 2021- 11:51 AM
in Latest News, News, Politics
1 min read
0
ଗ୍ରାଉଣ୍ଡ ଜିରୋରେ ବଳ କଷାକଷି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନର ତାରିଖ ଘୋଷଣା ପୂର୍ବରୁ ରାଜନୈତିକ ମାହୋଲରେ ଏହାର ଉଷ୍ମତା ଦେଖିବାକୁ ମିଳିଲାଣି । ଦିଲ୍ଲୀ କି ଭୁବନେଶ୍ୱରରେ ଖାଲି ଭାଷଣବାଜି ନୁହେଁ, ଏଥର ଗ୍ରାଉଣ୍ଡକୁ ଯାଇ ଲୋକଙ୍କ ମନ ଜିଣିବାକୁ ପଡ଼ିବ । ସମ୍ଭବତଃ ଏହାକୁ ହୃଦୟଙ୍ଗମ କରି ଉଭୟ ବିଜେପି ଓ ବିଜେଡ଼ି ଶୀର୍ଷ ନେତୃବୃନ୍ଦ ଚଳିତ ସପ୍ତାହରୁ ଗ୍ରାଉଣ୍ଡ ଜିରୋ ଅଭିଯାନ ଆରମ୍ଭ କରୁଛନ୍ତି । ଏଥିରେ କଂଗ୍ରେସ ବି ପଛରେ ପଡ଼ିବାକୁ ଚାହିଁନି । ଦଳ ପକ୍ଷରୁ ବ୍ୟାପକ ଯୋଜନା ପ୍ରସ୍ତୁତି ଚାଲିଛି ।

ଆସନ୍ତା ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଓଡ଼ିଶାରେ ‘ଜନ ଆଶୀର୍ବାଦ’ ଯାତ୍ରାର ଆୟୋଜନ କରାଯାଇଛି । ଏହାକୁ ପ୍ରଭାବୀ ଓ ଶକ୍ତିଶାଳୀ କରିବାର ବିଶେଷ ଯୋଜନା କରାଯାଇଛି । ଏହି ଯାତ୍ରାର ନେତୃତ୍ୱ ନେବେ ଦୁଇ ହେଭିୱେଟ୍ ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ । ଏହି ଦୁଇ କେନ୍ଦ୍ରମନ୍ତ୍ରୀ ସମୁଦାୟ ୪୧୯ କିମି ଗସ୍ତ କରିବେ । ଗସ୍ତକାଳରେ ବିଭିନ୍ନ ଜିଲ୍ଲା ଯାଇ ୧୧୫ ଟି ସ୍ଥାନରେ କାର୍ଯ୍ୟକ୍ରମରେ ଯୋଗଦେବେ । କେନ୍ଦ୍ରରେ ମୋଦି ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସହ ସେମାନଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିବେ ।

ଅପରପକ୍ଷରେ ଲୋକଙ୍କ ଆକର୍ଷଣ ଅନ୍ୟ ଆଡକୁ ନ ଯିବା ପାଇଁ ବିଜେଡ଼ି ତା’ର ରଣନୀତି ପ୍ରସ୍ତୁତ କରିଛି । ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ନିଜେ ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ବିକାଶ ପ୍ୟାକେଜ୍ ପହଞ୍ଚାଇବାକୁ ଯୋଜନା ହୋଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣକୁ ନୂଆ ରୂପରେ ଲାଗୁ କରି ସ୍ମାର୍ଟ ହେଲଥ୍ କାର୍ଡ ପ୍ରଚଳନ କରିଥିବା ମୁଖ୍ୟମନ୍ତ୍ରୀ ଜିଲ୍ଲାୱାରୀ ଗସ୍ତ କରି ନିଜେ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଏଥିସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ଏହିକ୍ରମରେ ୨୦ ତାରିଖରେ ପ୍ରଥମେ ମାଲକାନଗିିରି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ନଭେମ୍ବର ସୁଦ୍ଧା ସମସ୍ତ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ମିଳିବ ବୋଲି ଘୋଷଣା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟାୟକ୍ରମେ ଅନ୍ୟ ଜିଲ୍ଲାଗୁଡ଼ିକୁ ଗସ୍ତ କରିବେ ବୋଲି ଏହି ସୂତ୍ରରୁ ଜଣାପଡ଼ିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତସୂଚୀ ଏ ପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ ।

ସୂଚନାଥାଉକି, ପୂର୍ବରୁ ପ୍ରଥମ ଲହର କୋଭିଡ୍ ପରେ ଚଳିତ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ ଜିଲ୍ଲାଗସ୍ତରେ ବାହାରିଥିଲେ । ପ୍ରଥମ କଳାହାଣ୍ଡି ଏବଂ ପରେ ସୁନ୍ଦରଗଡ଼ ଗସ୍ତରେ ଯାଇ ଇନ୍ଦ୍ରାବତୀ ମେଗା ପ୍ରକଳ୍ପ ଉଦଘାଟନ ଏବଂ ରାଉରକେଲା ହକି ଷ୍ଟାଡିୟମ୍ ର ଶିଳାନ୍ୟାସ କରିଥିଲେ ।

Previous Post

ଇଣ୍ଡିଆନ୍ ଆଇଡଲ୍ ବିଜେତା ହେଲେ ପୱନଦୀପ୍ ରାଜନ

Next Post

ଦୁଇଦିନ ଧରି ଗଞ୍ଜାମ ବୁଲିଲେ ପାଣ୍ଡିଆନ୍

Next Post
ଦୁଇଦିନ ଧରି ଗଞ୍ଜାମ ବୁଲିଲେ ପାଣ୍ଡିଆନ୍

ଦୁଇଦିନ ଧରି ଗଞ୍ଜାମ ବୁଲିଲେ ପାଣ୍ଡିଆନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19058 shares
    Share 7623 Tweet 4765
  • ନବୀନ..ନବୀନ, ମୋହନ..ମୋହନ

    16582 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5779 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5464 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA