Monday, October 2, 2023 11:19 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ବ୍ୟକ୍ତିଗତ ଆକ୍ରୋଶରୁ ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ

୫୪୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

by Our Correspondent
26 May, 2023- 03:01 PM
in Crime, Latest News, News
1 min read
0
ବ୍ୟକ୍ତିଗତ ଆକ୍ରୋଶରୁ ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟା ପଛରେ କୌଣସି ଷଡ଼ଯନ୍ତ୍ର ନ ଥିଲା । ଏଏସଆଇ ଗୋପାଳ ଦାସ ବ୍ୟକ୍ତିଗତ ଆକ୍ରୋଶରୁ ତାଙ୍କୁ ହତ୍ୟା କରିଥିଲା । ନବ ଦାସଙ୍କ ପଟୁ ସେ କିଛି ଗୋଟିଏ ଭୟ ଆଶଙ୍କା କରୁଥିଲା । ଲମ୍ବା ସମୟ ଧରି ଏହି ଭୟ ତାକୁ ଆଚ୍ଛନ୍ନ କରିଥିଲା । ଯାହା ତା’ ମନରେ ରାଗ ସୃଷ୍ଟି କରିଥିଲା । ନବ ଦାସଙ୍କୁ ହତ୍ୟା କରିବାକୁ ଯୋଜନା କରି ମାନସିକ ଭାବେ ପ୍ରସ୍ତୁତ ରହିଥିଲା । ଯେଉଁଥିରେ ସେ ସଫଳ ହେଲା ।

ନବ ଦାସ ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଜି ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ଦାଖଲ କରିଥିବା ଚାର୍ଜସିଟ୍ ରେ ଏହା ଉଲ୍ଲେଖ କରିଛି । ତଦନ୍ତକାରୀ ଅଧିକାରୀଙ୍କ ସହ ୮୯ ଜଣ ସାକ୍ଷୀଙ୍କଠାରୁ ବୟାନ ରେକର୍ଡ ପରେ ହତ୍ୟାକାଣ୍ଡର ୧୧୮ ଦିନରେ କ୍ରାଇମବ୍ରାଞ୍ଚ ଆଜି ଚାର୍ଜସିଟ୍ ଦାଖଲ କରିଛି ।

ଚାର୍ଜସିଟ୍ ରେ ଏକମାତ୍ର ଅଭିଯୁକ୍ତ ରହିଛନ୍ତି ଗୋପାଳ ଦାସ । ତାଙ୍କ ବିରୋଧରେ ୩୦୨(ହତ୍ୟା), ୩୦୭(ହତ୍ୟା ଉଦ୍ୟମ) ଏବଂ ୨୭(୧) ଆର୍ମସ୍ ଆକ୍ଟରେ ମାମଲା ରୁଜୁ ହୋଇଛି । ତଦନ୍ତ ବେଳେ ରାଜନୈତିକ କିମ୍ବା ଅନ୍ୟ କୌଣସି ଷଡ଼ଯନ୍ତ୍ର ଦିଗର ତଥ୍ୟ ପ୍ରମାଣ କ୍ରାଇମବ୍ରାଞ୍ଚକୁ ମିଳିନାହିଁ ।

ସମ୍ପୂର୍ଣ୍ଣ ଚାର୍ଜସିଟ୍ ଗଣମାଧ୍ୟମର ହସ୍ତଗତ ହୋଇ ନ ଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ହୋଇଥିବା ପ୍ରେସ୍ ରିଲିଜ୍ ରେ ମୁଖ୍ୟ କଥା ଉଲ୍ଲେଖ କରାଯାଇଛି । ଗୋପାଳ ବ୍ୟକ୍ତିଗତ ଆକ୍ରୋଶ ରଖି ନବ ଦାସଙ୍କୁ ହତ୍ୟା କରିଥିଲା । ନବଙ୍କ ପ୍ରତି ଗୋପାଳ ମନରେ ଆକ୍ରୋଶରୁ ରାଗ ସୃଷ୍ଟି ହୋଇଥିଲା । ନବ ଓ ତାଙ୍କ ସମର୍ଥକଙ୍କ ପଟୁ ତା’ ଜୀବନ ପ୍ରତି ବିପଦ ଥିବା ଗୋପାଳ ଭାବୁଥିଲା । ନବଙ୍କୁ ହତ୍ୟା କରିବା ପାଇଁ ଗୋପାଳ ଯୋଜନା କରି ତାହାକୁ କାମରେ ଲଗାଇଥିଲା । ତେବେ କେଉଁ କାରଣରୁ ନବଙ୍କ ପଟୁ ବିପଦ ଆଶଙ୍କା କରୁଥିଲା ତାହା ତଦନ୍ତ ଅଧିକାରୀଙ୍କୁ ଗୋପାଳ କହିନାହିଁ ।

ଗୋପାଳ ପାଗଳ ନୁହେଁ ବୋଲି ମଧ୍ୟ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ରେ ସ୍ପଷ୍ଟ କରାଯାଇଛି । ସମ୍ପୂର୍ଣ୍ଣ ସୁସ୍ଥ ମସ୍ତିଷ୍କ ଓ ଯୋଜନାବଦ୍ଧ ଭାବେ ସେ ହତ୍ୟାକାଣ୍ଡ ଘଟାଇଛି । ଗୋପାଳକୁ ତାଙ୍କ ପରିବାର ଲୋକ ପାଗଳ ଦର୍ଶାଇବାକୁ ଉଦ୍ୟମ କରିଥିଲେ । ବାଇପୋଲାର୍ ଡିଜଅର୍ଡର ରୋଗ ପାଇଁ ସେ ଔଷଧ ଖାଉଥିବା କହିଥିଲେ । ମାତ୍ର ତଦନ୍ତ ବେଳେ ଏହା ଭୁଲ୍ ପ୍ରମାଣିତ ହୋଇଛି । ଡିଏମଇଟି ଦ୍ୱାରା ଏକ ଡାକ୍ତରୀ ଟିମ୍ ତାକୁ ପରୀକ୍ଷା କରିଥିଲେ । ଏହି ପରୀକ୍ଷାରୁ ତା’ର କୌଣସି ମାନସିକ ବିକୃତି ଜଣାପଡ଼ି ନ ଥିଲା । ଗୋପାଳର ସହଯୋଗୀ ଏବଂ ତାକୁ ଜାଣିଥିବା ଲୋକମାନେ ସେ ସୁସ୍ଥ ମଣିଷ ବୋଲି କହିଥିଲେ । ତଦନ୍ତ ବେଳେ ସେ ସହଯୋଗ କରୁଥିଲା ଏବଂ ଭଲରେ ଭଲରେ ସବୁ ପ୍ରଶ୍ନର ଉତ୍ତର ଦେଉଥିଲା । ସୁତରାଂ ସେ ପାଗଳ ନ ଥିଲା । ତା’ର ମାନସିକ ସ୍ଥିତି ଠିକ୍ ଥିଲା । ଯୋଜନାବଦ୍ଧ ହୋଇ ସମ୍ପୂର୍ଣ୍ଣ ସୁସ୍ଥ ମନରେ ନବ ଦାସଙ୍କୁ ଗୁଳି କରିଥିଲା ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ରାଜନୈତିକ କାରଣରୁ ନବ ଦାସଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ବିରୋଧୀ ଦଳ ପୂର୍ବରୁ ତମ୍ବି ତୋଫାନ କରିଥିଲେ । କ୍ରାଇମବ୍ରାଞ୍ଚ ତଦନ୍ତର ନିରପେକ୍ଷତାକୁ ପ୍ରଶ୍ନ ଉଠାଇଥିଲେ । ଅନ୍ୟପକ୍ଷରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅନୁଧ୍ୟାନରେ ତଦନ୍ତ ଚାଲୁଥିବାରୁ କ୍ରାଇମବ୍ରାଞ୍ଚଉପରେ ବିଶ୍ୱାସ ରଖିବାକୁ ସରକାର ଭରସା ଦେଇଥିଲେ ।

କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ଚାର୍ଜସିଟ୍ ଦାଖଲ ପରେ ବିଜେପି ଓ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ହତ୍ୟା ପଛରେ ରହିଥିବା ଷଡ଼ଯନ୍ତ୍ର ଦିଗକୁ ଚାପି ଦିଆଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେବେ ବିନା ତଥ୍ୟ ପ୍ରମାଣରେ ବିରୋଧୀଙ୍କ ରାଜନୈତିକ ବୟାନବାଜିକୁ ବିଜେଡି ନେତା ସମାଲୋଚନା କରିଛନ୍ତି ।

Previous Post

ସଂସଦ ଭବନ ଉଦଘାଟନ ରାଜନୀତି

Next Post

ନବୀକରଣ ହେବ ହରେକୃଷ୍ଣ ମହତାବ ଲାଇବ୍ରେରୀ

Next Post
ନବୀକରଣ ହେବ ହରେକୃଷ୍ଣ ମହତାବ ଲାଇବ୍ରେରୀ

ନବୀକରଣ ହେବ ହରେକୃଷ୍ଣ ମହତାବ ଲାଇବ୍ରେରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3386 shares
    Share 1354 Tweet 847
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2194 shares
    Share 878 Tweet 549
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2085 shares
    Share 834 Tweet 521
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2059 shares
    Share 824 Tweet 515
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1938 shares
    Share 775 Tweet 485

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA