Friday, June 26, 2026 06:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସଂସଦ ଭବନ ଉଦଘାଟନ ରାଜନୀତି

by Our Correspondent
25 May, 2023- 07:54 PM
in Latest News, National, News, Politics
1 min read
0
ସଂସଦ ଭବନ ଉଦଘାଟନ ରାଜନୀତି

ଭୁବନେଶ୍ୱର: ନୂଆ ସଂସଦ ଭବନ ଉଦଘାଟନକୁ ନେଇ ବିବାଦ ବଢ଼ିବା ସହ ରାଜନୀତି ଜୋର୍ ହୋଇଛି । କଂଗ୍ରେସ, ଆପ୍, ଟିଏମସି, ଜେଡିୟୁ ସମେତ ୨୦ ଟି ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସଂସଦ ଭବନ ଉଦଘାଟନକୁ ବର୍ଜନ ସଂକ୍ରାନ୍ତରେ ଗତକାଲି ଏକ ମିଳତ ବିବୃତ୍ତି ଜାରି କରିଥିଲେ । ବିଜେପି ନେତୃତ୍ୱାଧୀନ ଏନଡିଏ ପକ୍ଷରୁ ଆଜି ଏହାର ଜବାବରେ ବିରୋଧୀ ଦଳର ଦୋମୁହାଁ ନୀତିକୁ ଦର୍ଶାଯାଇଛି । ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ୱକୁ ବିରୋଧ କରିଥିବା ଦଳ ସଂସଦୀୟ ଶିଷ୍ଟାଚାର ଓ ସାମ୍ବିଧାନିକ ମୂଲ୍ୟବୋଧ ସମ୍ପର୍କରେ ପ୍ରବଚନ ଦେବା ହାସ୍ୟାସ୍ପଦ ବୋଲି କୁହାଯାଇଛି ।

ଇତିମଧ୍ୟରେ ବିଜେଡି, ୱାଇଏସଆର, ତେଲୁଗୁ ଦେଶମ୍ ପାର୍ଟି, ଶିରୋମଣି ଅକାଳୀ ଦଳ ସମେତ ୧୮ ଦଳ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି । ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ ମଧ୍ୟ ଉତ୍ସବରେ ଯୋଗଦେଇପାରିବେନି ବୋଲି ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସଂସଦ ଭବନ ଉଦଘାଟନକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରୁଛନ୍ତି । ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ବାଦ୍ ଦେଇ ନୂଆ ସଂସଦ ଭବନର ଉଦଘାଟନକୁ ସେମାନେ ଗ୍ରହଣ କରିପାରୁନାହାନ୍ତି । ରାଷ୍ଟ୍ରପତିଙ୍କ ପ୍ରତି ଏହା କେବଳ ଅପମାନ ନୁହେଁ, ବରଂ ଗଣତନ୍ତ୍ର ଉପରେ ସିଧାସଳଖ ଆକ୍ରମଣ ବୋଲି ଦର୍ଶାଇ ସଂସଦରୁ ଗଣତନ୍ତ୍ରର ଆତ୍ମାକୁ ଶୋଷି ଦିଆଯାଉଛି ବୋଲି କହିଛନ୍ତି ।

ଏହି ବିବାଦ ଜାତୀୟ ରାଜନୀତିକୁ ଆଚ୍ଛନ୍ନ କରି ରଖିଥିବା ବେଳେ ବିଜେଡିର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ଥିଲା । ଗତକାଲି ସଂଧ୍ୟାରେ ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ଏକ ପ୍ରେସ୍ ବିବୃତ୍ତି ଜାରି କରି ସଂସଦ ଭବନ ଉଦଘାଟନରେ ବିଜେଡି ସାମିଲ ହେବ ବୋଲି ଜଣାଇଥିଲେ ।

ବିଜେଡିର ଯୁକ୍ତି ହେଲା, ଭାରତର ରାଷ୍ଟ୍ରପତି ହେଉଛନ୍ତି ରାଷ୍ଟ୍ରର ମୁଖ୍ୟ । ଭାରତର ସଂସଦ ୧୪୦ କୋଟି ଲୋକଙ୍କର ପ୍ରତିନିଧିତ୍ୱ କରୁଛି । ଭାରତୀୟ ଗଣତନ୍ତ୍ରର ପ୍ରତୀକ ଏହି ଦୁଇଟି ଯାକ ଅନୁଷ୍ଠାନର ପବିତ୍ରତା ଓ ସମ୍ମାନକୁ କ୍ଷୂର୍ଣ୍ଣ କରୁଥିବା ଯେ କୌଣସି ପ୍ରସଙ୍ଗଠାରୁ ଏହି ଦୁଇଟି ସଂସ୍ଥା ଉଧ୍ୱର୍ରେ । ଏହିପରି ପ୍ରସଙ୍ଗକୁ ନେଇ ପରବର୍ତ୍ତୀ ସମୟରେ ବିତର୍କ କରାଯାଇପାରେ । ସୁତରାଂ ଉଦଘାଟନ କାର୍ଯ୍ୟକ୍ରମରେ ବିଜେଡି ସାମିଲ ହେବ ।

ବିଜେଡିର ଏହି ନିଷ୍ପତ୍ତିକୁ ବିଜେପି ସମେତ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିଲା ବେଳେ କଂଗ୍ରେସ କଟାକ୍ଷ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିଜେଡିର ଏହା ଭଲ ନିଷ୍ପତ୍ତି । ଭାରତର ଗଣତନ୍ତ୍ର ସର୍ବ ପୁରାତନ । ବିଶ୍ୱର ପ୍ରଭାବଶାଳୀ ଗଣତନ୍ତ୍ର ମଧ୍ୟରେ ଏହା ଅନ୍ୟତମ । ଗଣତନ୍ତ୍ର ଓ ସମ୍ବିଧାନ ଦଳୀୟ ବିଚାର ଉଧ୍ୱର୍ରେ । ବିରୋଧୀ ଦଳମାନେ ବିରୋଧରୁ ନିବୃତ୍ତ ରହି ନୂଆ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ବିଜେଡି-ବିଜେପି ଭାଇ ଭାଇ ବୋଲି ଏହା ପୁନର୍ବାର ପ୍ରମାଣିତ କରିଛି । ଉଭୟ ଦଳ ଜନସାଧାରଣଙ୍କୁ କେବଳ ଛଳନା କରୁଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି ।

ସୂଚନାଥାଉକି, ଆସନ୍ତା ୨୮ରେ ନୂଆ ସଂସଦ ଭବନ ଲୋକାର୍ପିତ ହେବ । ଗଣତନ୍ତ୍ରର ଆତ୍ମା କୁହାଯାଉଥିବା ସଂସଦ ଭବନକୁ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦଘାଟନ କରା ନ ଯାଇ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯିବାକୁ ବିରୋଧୀ ଦଳ ଗ୍ରହଣ କରିନାହାନ୍ତି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଉପସ୍ଥିତ ନ ରହିବା ତାଙ୍କ ପାଇଁ ଅସମ୍ମାନ ଏବଂ ଅପମାନ ବୋଲି କହିଛନ୍ତି । ପ୍ରଥମ ଥର ପାଇଁ ଜଣେ ମହିଳା ଆଦିବାସୀଙ୍କୁ ରାଷ୍ଟ୍ରପତି ଆସନରେ ବସାଇବାର ଶ୍ରେୟ ନେଉଥିବା ମୋଦୀ ସରକାରଙ୍କ ପାଇଁ ଏହା ବୁମେରାଂ ସଦୃଶ ଛିଡ଼ାହୋଇଛି ।

ଖାଲି ସେତିକି ନୁହେଁ, ନୂଆ ସଂସଦ ଭବନର ଉଦଘାଟନ ପାଇଁ ଧାର୍ଯ୍ୟ ହୋଇଥିବା ଦିନ ଏହି ବିବାଦକୁ ଆହୁରି ବଢ଼ାଇଛି । ସେଦିନ ହେଉଛି ବିନାୟକ ଦାମୋଦର ସାବରକରଙ୍କ ଜନ୍ମତିଥି । ବିଜେପି ଦୃଷ୍ଟିରେ ସେ ଦେଶପ୍ରେମୀ ହୋଇଥିଲେ ମଧ୍ୟ କଂଗ୍ରେସ ଓ ଅନ୍ୟମାନେ ତାଙ୍କୁ ଭିନ୍ନ ଦୃଷ୍ଟିରେ ବିଚାର କରନ୍ତି । ତେଣୁ ତାଙ୍କର ଜନ୍ମତିଥିକୁ ଦେଶର ନୂଆ ସଂସଦ ଭବନ ଉଦଘାଟନ ଦିନ ଭାବେ ବାଛିବା କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଙ୍କୁ ହଜମ ହୋଇନାହିଁ । ଏହା ମୋଦୀ ସରକାରଙ୍କ ସ୍ୱେଚ୍ଛାଚାରିତା ବୋଲି ସେମାନେ ବିଶ୍ୱାସ କରୁଛନ୍ତି ।

ସଂସଦ ଭବନ ଉଦଘାଟନ ବିବାଦ ଆଜି ସର୍ବୋଚ୍ଚ ନ୍ୟାୟାଳୟକୁ ଯାଇଛି । ରାଷ୍ଟ୍ରପତିଙ୍କ ଦ୍ୱାରା ନୂଆ ସଂସଦ ଭବନ ଉଦଘାଟନ ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି ।

 

Previous Post

‘ମନ୍ତ୍ରୀ ରେସ୍ ରେ ନଥିଲି, ଅସନ୍ତୁଷ୍ଟ କାହିଁକି ହେବି?’

Next Post

ବ୍ୟକ୍ତିଗତ ଆକ୍ରୋଶରୁ ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ

Next Post
ବ୍ୟକ୍ତିଗତ ଆକ୍ରୋଶରୁ ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ

ବ୍ୟକ୍ତିଗତ ଆକ୍ରୋଶରୁ ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA