Wednesday, April 22, 2026 04:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ମନ୍ତ୍ରୀ ରେସ୍ ରେ ନଥିଲି, ଅସନ୍ତୁଷ୍ଟ କାହିଁକି ହେବି?’

ସୁୁଶାନ୍ତଙ୍କୁ ପଶ୍ଚିମ ଓଡ଼ିଶାର ୯ ଜିଲ୍ଲା ଦାୟିତ୍ୱ

by Our Correspondent
24 May, 2023- 06:15 PM
in Latest News, News
1 min read
0
‘ମନ୍ତ୍ରୀ ରେସ୍ ରେ ନଥିଲି, ଅସନ୍ତୁଷ୍ଟ କାହିଁକି ହେବି?’

ଭୁବନେଶ୍ୱର: ‘ମନ୍ତ୍ରୀ ରେସ୍ ରେ କେବେ ନଥିଲି । ତେଣୁ ମନ୍ତ୍ରିପଦ ନ ମିଳିବାରୁ ଅସନ୍ତୁଷ୍ଟର ପ୍ରଶ୍ନ ଉଠୁନି । ୟାକୁ ନେଇ ମିଡିଆ ଚର୍ଚ୍ଚାରେ କୌଣସି ସତ୍ୟତା ନାହିଁ’। ଏହିଭଳି ଭାବ ଆଜି ଗଣମାଧ୍ୟମକୁ ପୁଣି ଥରେ ପ୍ରତିକ୍ରିୟା ଦେଇଛନ୍ତି ବିଜେଡିର ବରିଷ୍ଠ ବିଧାୟକ ସୁଶାନ୍ତ ସିଂହ । ଗତକାଲି ସଂଧ୍ୟାରେ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲା ବେଳେ ଆଜି ପୂର୍ବାହ୍ନରେ ଶଙ୍ଖ ଭବନରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହିତ ଆଲୋଚନା କରିଥିଲେ ।

ସୁଶାନ୍ତ କହିଛନ୍ତି ଯେ ତାଙ୍କ ବିରୋଧରେ ବିରୋଧୀ ଦଳ ଅପପ୍ରଚାର କରୁଛନ୍ତି । ଗତଥର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରିପଦରୁ ହଟାଇବାକୁ ଚାହୁଁ ନ ଥିଲେ । ମାତ୍ର ସଂଗଠନ ପାଇଁ ଅଧିକ ସମୟ ଦେବାକୁ ଆଗ୍ରହ ପ୍ରକାଶ କରି ନିଜଆଡୁ ଇସ୍ତଫା ଦେଇଥିଲେ । ଏଥର ସମ୍ପ୍ରସାରଣ ବେଳେ ସେ ମନ୍ତ୍ରିପଦ ଫେରି ପାଇବା ପାଇଁ କେବେ ବି ଚାହିଁ ନଥିଲେ । ତାହା ହୋଇଥିଲେ ୨୦ ତାରିଖରେ ଦିଲ୍ଲୀରୁ ଫେରି ସିଧା ଗାଁକୁ ଯାଇ ନଥାନ୍ତେ । ମନ୍ତ୍ରିମଣ୍ଡଳ ପୁନର୍ଗଠନ ପରେ କିଛି ସମର୍ଥକ ଭାବାବେଗର ବଶବର୍ତ୍ତୀ ହୋଇ କିଛି କହିଥିଲେ । ମାତ୍ର ସେମାନଙ୍କୁ ବୁଝାଇ ଦେଇଛି ବୋଲି ସୁଶାନ୍ତ କହିଛନ୍ତି ।

କିଛି ଗଣମାଧ୍ୟମରେ ତାଙ୍କୁ ନେଇ ଭ୍ରମାତ୍ମକ ତଥ୍ୟ ପରିବେଷଣ କରାଯାଇଥିବାରୁ ସୁଶାନ୍ତ କ୍ଷୋଭ ପ୍ରକାଶ କରିଛନ୍ତି । ‘ମନ୍ତ୍ରୀ ପଦ ନୁହେଁ, ସଂଗଠନ ପାଇଁ କାର୍ଯ୍ୟ କରିବାକୁ ମୁଁ ଆଗ୍ରହୀ ଥିଲି । ମୋର ଆଗ୍ରହକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଆଶୀର୍ବାଦ ଦେଇଛନ୍ତି । ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାକୁ ଛାଡ଼ି ବାକି ୯ ଟି ଜିଲ୍ଲାର ଦାୟିତ୍ୱ ବୁଝିବାକୁ ଏବେ ମୁଖ୍ୟମନ୍ତ୍ରୀ କହିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ନିଷ୍ଠାର ସହ ପାଳନ କରିବି । ପଶ୍ଚିମ ଓଡ଼ିଶାର ୩୫ ବିଧାନସଭା ନିର୍ବାଚନମଣ୍ଡଳୀରୁ ଆମେ ୩୧ରୁ ଅଧିକ ଆସନ ଏବଂ ୫ ଟି ଯାକ ଲୋକସଭା ଆସନରେ ଜିତିବାକୁ ଉଦ୍ୟମ କରିବୁ’ ବୋଲି ସୁଶାନ୍ତ କହିଛନ୍ତି ।

Previous Post

ଲାଇକେରା ଓ କିରିମେରା ହେଲା ଓଡ଼ିଶାର ୨୩ତମ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା

Next Post

ସଂସଦ ଭବନ ଉଦଘାଟନ ରାଜନୀତି

Next Post
ସଂସଦ ଭବନ ଉଦଘାଟନ ରାଜନୀତି

ସଂସଦ ଭବନ ଉଦଘାଟନ ରାଜନୀତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA