Wednesday, April 22, 2026 08:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନଙ୍କ ଲୋକପ୍ରିୟତା ଆଗରେ ବିରୋଧୀ ଫିକା

ବିଜେପି ଆଣ୍ଠେଇଲା, କଂଗ୍ରେସ ପେଟେଇଲା

by Our Correspondent
03 Oct, 2021- 01:39 PM
in Latest News, News, Politics
1 min read
0
ନବୀନଙ୍କ ଲୋକପ୍ରିୟତା ଆଗରେ ବିରୋଧୀ ଫିକା

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ଫଳାଫଳ ବିରୋଧୀ ଦଳ ପାଇଁ ଶକ୍ତ ଝଟକା ଆଣିଛି । ବିଜେଡ଼ି ବିରୋଧରେ ଲଢ଼ି ପୁଣି ଫେଲ୍ ମାରିଛନ୍ତି । ଉପନିର୍ବାଚନ ପ୍ରଚାର ଓ ହାୱାରେ ବିଜେପି ଭଲ ଫାଇଟ୍ ଦେବା ସତ୍ତ୍ୱେ ବିଜେଡ଼ିର ବିଜୟ ବ୍ୟବଧାନକୁ କମାଇ ପାରିଲା ନାହିଁ। ଡବଲ ହେଲା। କୋଡିଏ ହଜାରରୁ ଅଧିକ ଭୋଟରେ ଜିତିଲା ବିଜେଡି।କଂଗ୍ରେସ କଥା ତ ନ କହିବା ଭଲ । ଅମାନତ ହରାଇଲେ। ଫଳାଫଳ ଆସିବା ପୂର୍ବରୁ ଦଳୀୟ ନେତୃତ୍ୱ ହାତ ଟେକି ଦେଇଥିଲେ । 

ଗତ ସାଧାରଣ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ପ୍ରଦୀପ ମହାରଥୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୯,୭୮୭ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ମାତ୍ର ଉପନିର୍ବାଚନରେ ଜୁନିୟର୍ ମହାରଥୀ ଆଶ୍ରିତଙ୍କୁ କୋଡିଏ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ଆଶ୍ରିତଙ୍କ ପ୍ରତି ଲୋକଙ୍କର ରହିଥିବା ଦୁର୍ବଳତା ଏବଂ ଅନୁକମ୍ପା ଭୋଟରେ ପ୍ରତିଫଳିତ ହୋଇନାହିଁ । ବିଜେଡ଼ିର ସାଂଗଠନିକ ପରିଚାଳନା ଓ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଗରେ ସେ ସବୁ ତୁଚ୍ଛ ବୋଲି ପୁନର୍ବାର ପ୍ରମାଣିତ ହୋଇଛି ।

ସୂଚନାଥାଉକି, ଆଶ୍ରିତ ପଟ୍ଟନାୟକ ଅଞ୍ଚଳର ଜଣେ ଲୋକପ୍ରିୟ ନେତା । ଆଗରୁ କଂଗ୍ରେସରେ ଥିଲେ । ପିପିଲି ବ୍ଲକ୍ ର ଅଧ୍ୟକ୍ଷ ଭାବେ ତାଙ୍କର କାର୍ଯ୍ୟକାଳ ପ୍ରଂଶସନୀୟ ଥିଲା । ୨୦୧୪ ରେ କଂଗ୍ରେସ ଟିକେଟରୁ ବଞ୍ଚିତ ହେବାରୁ ସ୍ୱାଧୀନ ଭାବେ ଲଢ଼ି ୧୮ ହଜାର ଭୋଟ ପାଇଥିଲେ । ପରବର୍ତ୍ତୀ ସମୟରେ ସେ ବିଜେପିରେ ଯୋଗଦେଇଥିଲେ । ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ୭୮,୭୩୧ ଭୋଟ ପାଇଥିଲେ ।

ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତୁ୍ୟ ଯୋଗୁଁ ଉପନିର୍ବାଚନ ହୋଇଥିଲା ଏବଂ ତାଙ୍କ ପୁଅ ରୁଦ୍ରଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିଲା । ତେବେ ଭୋଟରଙ୍କ ଅନୁକମ୍ପା ବରଂ ଆଶ୍ରିତଙ୍କ ସପକ୍ଷରେ ଥିବା ମନେ ହୋଇଥିଲା । ଏଥିସହ ଆଶ୍ରିତଙ୍କ ପାଇଁ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ସମ୍ବିତ ପାତ୍ର, ଅପରାଜିତା ଷଡ଼ଙ୍ଗୀ, ସମୀର ମହାନ୍ତିଙ୍କ ଭଳି ହେଭିୱେଟ୍ ନେତା ପ୍ରଚାର କରିଥିଲେ ।

ତେବେ ସବୁ ଉଦ୍ୟମ ଆଶ୍ରିତଙ୍କୁ ବିଜୟୀ କରାଇ ପାରିଲା ନାହିଁ । ଶକ୍ତିଶାଳୀ ବିଜେଡ଼ି ଆଗରେ ବିଜେପି ପୁଣି ଆଣ୍ଠେଇଲା । ସାଂଗଠନିକସ୍ତରରେ ଦଳ ମଜବୁତ ହୋଇ ପାରି ନ ଥିବା ଦଳୀୟ ନେତାମାନେ ସ୍ୱୀକାର କରିଛନ୍ତି । ବଡ଼କଥା ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରୁ ଭୋଟର ଭରସା ତୁଟାଇ ପାରିନାହାନ୍ତି ଯାହା ଉପନର୍ବାଚନ ଫଳାଫଳ ସ୍ପଷ୍ଟ କରିଛି ।

କଂଗ୍ରେସ କଥା ନ କହିବା ଭଲ । ଗତ ସାଧାରଣ ନିର୍ବାଚନରେ ଅଜିତ୍ ମଙ୍ଗରାଜ ୯,୮୩୦ ଭୋଟ ପାଇଥିଲେ । ଉପନିର୍ବାଚନରେ ପ୍ରାର୍ଥୀ ବିଶ୍ୱକେତନ ହରିଚନ୍ଦନ ମହାପାତ୍ର ଅମାନତ ହରାଇଛନ୍ତି।  ସତୁରୀ ଓ ଅଶୀ ଦଶକରେ କଂଗ୍ରେସର ଗଡ଼ ଥିବା ପିପିଲିରେ ଦଳର ଏଭଳି ଅବସ୍ଥା ରାଜ୍ୟ ନେତୃବୃନ୍ଦଙ୍କୁ ବିଚଳିତ କରୁଥିଲା ଭଳି ମନେ ହେଉନାହିଁ । ୩୦ ତାରିଖରେ ଭୋଟ ସରିବା ପରେ ହିଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପରାଜୟ ସ୍ୱୀକାର କରିସାରିଥିଲେ ।

ସୂଚନାଥାଉକି, ପୂର୍ବରୁ ବାଲେଶ୍ୱର ଓ ତିର୍ତ୍ତୋଲ୍ ଉପନିର୍ବାଚନ ଫଳାଫଳ ବିଜେଡ଼ି ପାଇଁ ଅନୁରୂପ ଥିଲା । ବାଲେଶ୍ୱର ଆସନଟି ବିଜେପି ହାତରୁ ବିଜେଡ଼ି ଛଡ଼ାଇ ଆଣିଥିଲା । ଉଭୟ ଆସନରେ ଭୋଟ ବ୍ୟବଧାନ ବିଜେଡ଼ି ଶିବିରକୁ ଉତ୍ସାହିତ କରିଥିଲା । ବାଲେଶ୍ୱରରେ ବିଜେପିର ଅନୁକମ୍ପା ହାସଲ ଲକ୍ଷ୍ୟକୁ ଭଣ୍ଡୁର କରିବା ଏବଂ ତିର୍ତ୍ତୋଲ୍ ରେ ଗତଥରଠାରୁ ଅଧିକ ଭୋଟ ପାଇବାରେ ସମର୍ଥ ହେବା ବିଜେଡ଼ିର ପତିଆରାକୁ ଦ୍ୱିଗୁଣିତ କରିଥିଲା ।

ପିପିଲି ପ୍ରଚାର ମଇଦାନକୁ ନ ଯାଇ ମଧ୍ୟ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବିଜେଡ଼ି ସଫଳତାର ମୁଖ୍ୟ କାରଣ ହୋଇଥିବା ବେଳେ ଯୁଦ୍ଧକ୍ଷେତ୍ରରେ ଶତ୍ରୁପକ୍ଷକୁ ଦମନ କରିବାର ରଣକୌଶଳରେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଓରଫ୍ ବବି ଦାସଙ୍କ ବିଶେଷ ଭୂମିକା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

Previous Post

ପିପିଲି ଗଡ଼ରେ ଜୁନିୟର ମହାରଥୀ

Next Post

ଡଃ ଗୋପବନ୍ଧୁ ଦାଶଙ୍କ ପୁସ୍ତକ Dynamics of Indo south African cooperation in the changing world ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

Next Post
ଡଃ ଗୋପବନ୍ଧୁ ଦାଶଙ୍କ ପୁସ୍ତକ Dynamics of Indo south African cooperation in the changing world ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଡଃ ଗୋପବନ୍ଧୁ ଦାଶଙ୍କ ପୁସ୍ତକ Dynamics of Indo south African cooperation in the changing world ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA