Wednesday, April 22, 2026 10:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପିପିଲି ଗଡ଼ରେ ଜୁନିୟର ମହାରଥୀ

by Our Correspondent
03 Oct, 2021- 01:27 PM
in Latest News, News, Politics
1 min read
0
ପିପିଲି ଗଡ଼ରେ ଜୁନିୟର ମହାରଥୀ

ଭୁୁବନେଶ୍ୱର: ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିକଳ୍ପ ନାହିଁ । ସେ ହେଉଛନ୍ତି ରାଜ୍ୟର ଅପ୍ରତିଦ୍ୱନ୍ଦୀ ନେତା । ପିପିଲି ଉପନିର୍ବାଚନ ଫଳାଫଳ ଏହା ପୁଣି ଥରେ ପ୍ରମାଣିତ କରୁଛି । ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ତାଙ୍କର ନିକଟତମ ବିଜେପି ପ୍ରତିଦ୍ୱନ୍ଦୀ ଆଶ୍ରିତ ପଟ୍ଟନାୟକଙ୍କଠାରୁ ୮ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି ।

ଅଷ୍ଟମ ରାଉଣ୍ଡ ବେଳକୁ ରୁଦ୍ରଙ୍କୁ ୩୧, ୪୫୭ ଭୋଟ ମିଳିଥିବା ବେଳେ ଆଶ୍ରିତଙ୍କୁ ମିଳିଛି ୨୨,୬୦୧ ଭୋଟ । କଂଗ୍ରେସ ପ୍ରାର୍ଥୀ ବିଶ୍ୱକେତନ ହରିଚନ୍ଦନ ମହାପାତ୍ରଙ୍କୁ ମିଳିଛି ମାତ୍ର ୨,୧୨୨ ଭୋଟ ।

ଆଜି ଗଣତି ଆରମ୍ଭରୁ ହିଁ ବିଜେଡ଼ି ପ୍ରାର୍ଥୀ ଆଗୁଆ ରହିଛନ୍ତି । ଗୋଟିଏ ପରେ ଗୋଟିଏ ରାଉଣ୍ଡରେ ବିଜେଡ଼ି ପ୍ରାର୍ଥୀଙ୍କ ଭୋଟ ବ୍ୟବଧାନ ବଢ଼ି ଚାଲିଛି । ପ୍ରଥମ ରାଉଣ୍ଡ ଗଣତି ଶେଷରେ ବିଜେଡ଼ି ପ୍ରାର୍ଥୀ ୧୪୦୬ ଖଣ୍ଡ ଭୋଟରେ ଆଗୁଆ ଥିଲା ବେଳେ ଦ୍ୱିତୀୟ ରାଉଣ୍ଡରେ ୩୩୧୭, ତୃତୀୟ ରାଉଣ୍ଡରେ ୫୦୪୪ ଏବଂ ଚତୁର୍ଥ ରାଉଣ୍ଡରେ ୫୧୪୦ ଭୋଟରେ ଆଗୁଆ ଥିଲେ ।

୨୦୧୯ ସାଧାରଣ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ୮୮, ୫୧୮(୫୦.୬୬%) ଏବଂ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୭୮, ୭୩୧(୪୧.୬୨%) ଭୋଟ ମିଳିଥିଲା । କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କୁ ମିଳିଥିଲା ୯,୮୩୦(୫.୬୩%) ଭୋଟ ।

୧୯୯୫ ନିର୍ବାଚନକୁ ଛାଡ଼ିଦେଲେ ୧୯୮୫ ମସିହାରୁ ପ୍ରଦୀପ ମହାରଥୀ ପିପିଲି ଆସନରୁ ଲଗାତର ନିର୍ବାଚିତ ହୋଇଥିଲେ । ସମୁଦାୟ ୭ ଥର ଏହି ଆସନରୁ ସେ ପ୍ରତିନିଧିତ୍ୱ କରିଥିଲେ । ତେବେ ତାଙ୍କ ମୃତୁ୍ୟ ଯୋଗୁଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ବିଜେଡ଼ି ପାଇଁ ଏହା ସେତେଟା ସହଜ ନ ଥିଲା । ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିଲେ ମଧ୍ୟ ତାଙ୍କ ସପକ୍ଷରେ ଅପେକ୍ଷାକୃତ ଅନୁକମ୍ପା ଭୋଟ ନ ଥିଲା ।

ତେବେ ନବୀନ ପଟ୍ଟନାୟକଙ୍କ ଉପରେ ଲୋକଙ୍କ ଅତୁଟ ଭରସା ଏବଂ ଭୋଟରଙ୍କୁ ବାନ୍ଧି ରଖିବାରେ ବିଜେଡ଼ିର ରଣକୌଶଳ ଆଗରେ ବିରୋଧୀ ତୁଚ୍ଛ ହୋଇଯାଇଛନ୍ତି । ଦୁଇ ଦୁଇ ଥର ଉପନିର୍ବାଚନ ସ୍ଥଗିତ ସତ୍ତ୍ୱେ ଭୋଟରଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ବିଜେଡ଼ି ନେତା ଓ କର୍ମୀମାନେ ପ୍ରବଳ ଖଟିଥିଲେ । ଶତ୍ରୁ ପକ୍ଷକୁ ମାତ୍ ଦେବାରେ ବିଜେଡ଼ିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସଫଳ ଗୋଟିଚାଳନା ପିପିଲିରେ ମଧ୍ୟ ଦେଖିବାକୁ ମିଳିଥିଲା ।

ବଡ଼କଥା ହେଉଛି, ମୁଖ୍ୟମନ୍ତ୍ରୀ ଏଥର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ନ ଥିଲେ ମଧ୍ୟ ଲୋକଙ୍କ ହୃଦୟରେ ବସା ବାନ୍ଧି ସାରିଥିବା ପିପିଲି ଜନାଦେଶରୁ ସ୍ପଷ୍ଟ ହେବାକୁ ଯାଉଛି ।

Previous Post

ଓଡ଼ିଶା-ମୋ ପରିବାର ପକ୍ଷରୁ ସମାଜସେବା ପ୍ରତିବଦ୍ଧତାର ଶପଥ

Next Post

ନବୀନଙ୍କ ଲୋକପ୍ରିୟତା ଆଗରେ ବିରୋଧୀ ଫିକା

Next Post
ନବୀନଙ୍କ ଲୋକପ୍ରିୟତା ଆଗରେ ବିରୋଧୀ ଫିକା

ନବୀନଙ୍କ ଲୋକପ୍ରିୟତା ଆଗରେ ବିରୋଧୀ ଫିକା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA