ଭୁବନେଶ୍ୱର: ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ । ଆଜିଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଆହ୍ୱାନକୁ ପାଳନ କରିଛି ଓଡ଼ିଶା- ମୋ ପରିବାର । ଓଡ଼ିଶା-ମୋ ପରିବାର ଦ୍ୱାରା ଆଜି ସମସ୍ତ ଜିଲ୍ଲାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି/ଫଟୋଚିତ୍ରରେ ମାଲ୍ୟାର୍ପଣ ଏବଂ ସମାଜସେବା ପାଇଁ ପ୍ରତିବଦ୍ଧତାର ଶପଥପାଠ ସମାରୋହ ଅନୁଷ୍ଠିତ ହୋଇଛି ।
ଏହି କ୍ରମରେ ଭୁବନେଶ୍ୱର ଜନତା ମଇଦାନ ନିକଟ ମହାତ୍ମା ଗାନ୍ଧୀ ପାର୍କ ରେ ଓଡ଼ିଶା ମୋ ପରିବାର ଇନ୍-ଚାର୍ଜ ତଥା ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ଓଡ଼ିଶା-ମୋ ପରିବାର ଆବାହକ ଅରୁପ ପଟନାୟକ, ରାଜ୍ୟସଭା ସାଂସଦ ଅମର ଅଟ୍ଟନାୟକ, ଓଡ଼ିଶା-ମୋ ପରିବାର ଇନ୍-ଚାର୍ଜ ତଥା ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର, ଓଡ଼ିଶା-ମୋ ପରିବାର ସଦସ୍ୟ ତଥା ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ ରାଉତ, ମୋ କଲେଜ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଆକାଶ ଦାସନାୟକ, ବିଜୁ ଜନତା ଦଳ ସଂପାଦକ (ଓଡ଼ିଶା-ମୋ ପରିବାର) ମୀରା ପରିଡ଼ା, ସୁବାସ ପାତ୍ର, ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ରୁଦ୍ର ନାରାୟଣ ସାମନ୍ତରାୟ, ସମୀର ପ୍ରଧାନ, ଏବଂ ଜୀବନବିନ୍ଦୁ ଭୁବନେଶ୍ୱର (ଉତ୍ତର) ସଂଯୋଜକ ପ୍ରକାଶ ତ୍ରିପାଠୀଙ୍କ ସମେତ ୧୦ ରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ସଂଗଠନର ପାଖାପାଖି ୧୫୦ ଜଣ ସ୍ୱେଚ୍ଛାସେବୀ ମାନେ ଏକତ୍ରିତ ହୋଇ ସେଠାରେ ଅବସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସମାଜସେବା ପାଇଁ ପ୍ରତିବଦ୍ଧତାର ଶପଥପାଠ କରିଥିଲେ । ଗାନ୍ଧୀ ଜୟନ୍ତୀରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱତନ୍ତ୍ର ରକ୍ତଦାନ ଶିବିରମାନ ଆୟୋଜନ କରି ରକ୍ତଦାନ ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି ଶ୍ରୀ ଦେବୀ ମିଶ୍ର କହିଥିଲେ ।
ଏହାପରେ ଭୁବନେଶ୍ୱର ବୁଦ୍ଧନଗର ସ୍ଥିତ ଗୋପବନ୍ଧୁ କୁଷ୍ଠ କଲୋନୀରେ ଦେବୀ ପ୍ରସାଦ ମିଶ୍ର, ଅରୁପ ପଟନାୟକଙ୍କ ସହିତ ଭୁବନେଶ୍ୱର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଆକାଶ ଦାସନାୟକ ଖଦୀବସ୍ତ୍ର, ଫଳ ଓ ଔଷଧ ପ୍ରଭୃତି ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୀବନବିନ୍ଦୁ ଭୁବନେଶ୍ୱର (ମଧ୍ୟ) ଜିଲ୍ଲା ସଂଯୋଜକ ନବ କିଶୋର ବେହେରା ଉପସ୍ଥିତ ଥିଲେ ।