Thursday, April 30, 2026 01:11 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସମସ୍ତଙ୍କୁ ମାଗଣା କରୋନା ଟିକା

by Our Correspondent
07 Jun, 2021- 06:09 PM
in Latest News, National, News
1 min read
0
ସମସ୍ତଙ୍କୁ ମାଗଣା କରୋନା ଟିକା

ନୂଆଦିଲ୍ଲୀ: ଦେଶର ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଟିକାକରଣ ଦାୟିତ୍ୱ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ନିଜ ହାତକୁ ନେଇଛନ୍ତି । କେନ୍ଦ୍ର ସରକାର ଟିକା ଉତ୍ପାଦନକାରୀ କମ୍ପାନୀଠାରୁ ଉତ୍ପାଦନର ୭୫ ପ୍ରତିଶତ ଟିକା କିଣି ରାଜ୍ୟମାନଙ୍କୁ ମାଗଣାରେ ଯୋଗାଇ ଦେବେ । ଆସନ୍ତା ଜୁନ୍ ୨୧ ତାରିଖ ସୋମବାର ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସରୁ ରାଜ୍ୟମାନେ ଏହି ଟିକା ପାଇବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ ଘରୋଇ ମେଡ଼ିକାଲ୍ ମାନେ ୨୫% ଟିକା ପୂର୍ବଭଳି କମ୍ପାନୀମାନଙ୍କଠାରୁ କିଣିପାରିବେ । ଅର୍ଥାତ ଯେଉଁମାନେ ପଇସା ଦେଇ ଟିକା ନେବାକୁ ଚାହିଁବେ, ନେଇପାରିବେ ।

ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ରାଜ୍ୟମାନଙ୍କରେ ଟିକାର ଅଭାବ ଏବଂ ଟିକା ସଂଗ୍ରହ ଦାୟିତ୍ୱ କେନ୍ଦ୍ର ସରକାର ନେବା ପାଇଁ ରାଜ୍ୟ ସରକାରମାନେ ଚାପ ପକାଇଥିଲେ । କାରଣ ରାଜ୍ୟ ସରକାରମାନେ ବିଦେଶରୁ ଟିକା କିଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର ଆହ୍ୱାନ କରିଥିଲେ ମଧ୍ୟ ଏଥିପାଇଁ କମ୍ପାନୀମାନେ ଆଗ୍ରହ ଦେଖାଇ ନ ଥିଲେ । କେନ୍ଦ୍ର ସରକାରଙ୍କ ସହ ସିଧାସଳଖ କଥା ହେବା ପାଇଁ ସେମାନେ ଚାହିଁଥିଲେ । ଏହି ଦୃଷ୍ଟିରୁ କେନ୍ଦ୍ର ସରକାର ଟିକା କିଣି ରାଜ୍ୟମାନଙ୍କୁ ଦେଉ ବୋଲି ଓଡ଼ିଶା ସମେତ ପ୍ରାୟ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କେନ୍ଦ୍ରକୁ ଅନୁରୋଧ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ୧୬ ଜାନୁଆରୀ ରୁ ଏପ୍ରିଲ୍ ପର୍ଯ୍ୟନ୍ତ ଭାରତର ଟିକାକରଣ କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିଲା । ମାତ୍ର ରାଜ୍ୟମାନଙ୍କର ଆଗ୍ରହକୁ ଦେଖି ୨୫% ଟିକାକ୍ରୟ ପାଇଁ ଅନୁମତି ଦିଆଯାଇଥିଲା । ସେହି ଅନୁଯାୟୀ ମେ ୧ ତାରିଖରୁ ପରିବର୍ତ୍ତିତ ନୀତି କାର୍ଯ୍ୟକାରୀ ହୋଇଥିଲା । ମାତ୍ର ରାଜ୍ୟମାନେ ଏହାର ଅସୁବିଧା ବୁଝିବା ପରେ ସେମାନଙ୍କ ଦାବି ମୁତାବକ ଟିକା ନୀତି ବଦଳା ଯାଉଛି ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ୧୮ ବର୍ଷରୁ ସମସ୍ତଙ୍କୁ ଟିକା ମାଗଣାରେ ଦିଆଯିବ ଏବଂ ସେଥିପାଇଁ ରାଜ୍ୟ ସରକାରମାନେ ଖର୍ଚ୍ଚ କରିବାକୁ ପଡ଼ିବନି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ନଭେମ୍ବର ପର୍ଯ୍ୟନ୍ତ ମାଗଣା ରାସନ

ସମସ୍ତଙ୍କୁ ମାଗଣା କରୋନା ଟିକା ସହ ନଭେମ୍ବର ମାସ ପର୍ଯ୍ୟନ୍ତ ଦେଶର ଗରିବ ଜନତାଙ୍କୁ ମାଗଣା ରାସନ୍ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଦେଶର ୮୦ କୋଟି ଲୋକଙ୍କୁ ଏହି ମାଗଣା ରାସନ୍ ମିଳିବ ।

Previous Post

୧୦ ମାସରେ ୧ ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ କଲା ଓଡ଼ିଶା-ମୋ ପରିବାର

Next Post

ଏକାମ୍ର ଯୋଜନା ପାଇଁ ଉପଦେଷ୍ଟା କମିଟି

Next Post
ଏକାମ୍ର ଯୋଜନା ପାଇଁ ଉପଦେଷ୍ଟା କମିଟି

ଏକାମ୍ର ଯୋଜନା ପାଇଁ ଉପଦେଷ୍ଟା କମିଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA