Saturday, July 4, 2026 09:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏକାମ୍ର ଯୋଜନା ପାଇଁ ଉପଦେଷ୍ଟା କମିଟି

୧୯ ଜଣିଆ କମିଟିରେ ସଂତୃପ୍ତ ମିଶ୍ର ଅଧ୍ୟକ୍ଷ

by Our Correspondent
07 Jun, 2021- 10:34 PM
in Latest News, News
1 min read
0
ଏକାମ୍ର ଯୋଜନା ପାଇଁ ଉପଦେଷ୍ଟା କମିଟି

ଭୁବନେଶ୍ୱର: ଏକାମ୍ର ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ୧୯ ଜଣିଆ ଉପଦେଷ୍ଟା କମିଟି ଗଠନ କରିଛନ୍ତି । ଶ୍ରୀ ସଂତୃପ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ପୂର୍ତ୍ତ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି । ଏକାମ୍ର କ୍ଷେତ୍ରରେ ୮୦ ଏକର ଜମି ଉପରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ପୁରାତନ କିର୍ତ୍ତୀରାଜିର ସୁରକ୍ଷା, ବିନ୍ଦୁସାଗର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, ଶ୍ରୀ ଲିଙ୍ଗରାଜ ମନ୍ଦିର ଦର୍ଶନ ନିମନ୍ତେ ଭକ୍ତମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଏବଂ ଉତ୍ତମ ଟ୍ରାଫିକ ବ୍ୟବସ୍ଥା ଆଦି ଏକାମ୍ର ଯୋଜନାରେ ଅନ୍ତର୍ଭୁକ୍ତ ରହିଛି ।

ଆଦିତ୍ୟ ବିର୍ଲା ଗ୍ରୁପ ସିଇଓ ଶ୍ରୀ ସଂତୃପ୍ତ ମିଶ୍ର ଉପଦେଷ୍ଟା କମିଟି ଅଧ୍ୟକ୍ଷ ନିଯୁକ୍ତ ହୋଇଥିବା ବେଳେ ପୂର୍ତ୍ତ ସଚିବ, ରାଜସ୍ୱ ଡିଭିଜନାଲ୍ କମିଶନର, ବିଏମସି କମିଶନର, ଦେବୋତ୍ତର କମିଶନର, ସୁପରିଣ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟ, ଆଇନ ବିଭାଗର ଅତିରିକ୍ତ ସଚିବ, ଭୁବନେଶ୍ୱର ଡିସିପି, ସଂସ୍କୃତି ନିର୍ଦ୍ଦେଶକ, ଖୋର୍ଦ୍ଧା ଜିଲ୍ଲାପାଳ, ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ, ରାଜ୍ୟ ସରକାରଙ୍କ ମନୋନୀତ ୫ ସଦସ୍ୟ(୩ ସେବକ ଏବଂ ୨ ଜଣ ସଂସ୍କୃତି/ଐତିହ୍ୟ ବିଶାରଦ), କିର୍ତ୍ତୀରାଜି ସଂରକ୍ଷଣରେ ଅଭିଜ୍ଞ ୨ ଜଣ ବ୍ୟକ୍ତି କମିଟିର ସଦସ୍ୟ ରହିବେ । ଓବିସିସି ପରିଚାଳନା ନିର୍ଦ୍ଦେଶକଙ୍କୁ ସଦସ୍ୟ ଆବାହକ ରଖାଯାଇଛି ।

ନିୟମିତ ବ୍ୟବଧାନରେ କମିଟି ବୈଠକ ବସି ଏକାମ୍ର ଯୋଜନା କାର୍ଯ୍ୟକାରିତାରେ ସମନ୍ୱୟ ରଖିବେ ଏବଂ ମାର୍ଗଦର୍ଶନ କରିବେ । କୌଣସି ସମସ୍ୟା ଉପୁଜିଲେ ତାହାର ସମାଧାନ କରିବେ । ଆବଶ୍ୟକସ୍ଥଳେ ସରକାରୀ ଅଧିକାରୀ କିମ୍ବା ବିଶେଷଜ୍ଞମାନଙ୍କୁ ବୈଠକକୁ ଅଧ୍ୟକ୍ଷ ଆମନ୍ତ୍ରଣ କରି ସେମାନଙ୍କ ମତାମତ ନେଇପାରିବେ ।

ଉପଦେଷ୍ଟା କମିଟି ଅଧ୍ୟକ୍ଷ ନିଯୁକ୍ତି ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀ ସଂତୃପ୍ତ ମିଶ୍ର । ଏହା ତାଙ୍କ ପ୍ରତି ଏକ ବଡ଼ ସମ୍ମାନ ଓ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସେବା କରିବା ପାଇଁ ବଡ଼ ସୁଯୋଗ ବୋଲି କହିଛନ୍ତି । ଏକାମ୍ର ଯୋଜନାର ସଠିକ୍ ରୂପାୟନ ପାଇଁ ପ୍ରଭୁଙ୍କ ଆଶିର୍ବାଦ ଲୋଡିଛନ୍ତି ।

Previous Post

ସମସ୍ତଙ୍କୁ ମାଗଣା କରୋନା ଟିକା

Next Post

ସହରାଞ୍ଚଳ ଉଠାଦୋକାନୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍

Next Post
ସହରାଞ୍ଚଳ ଉଠାଦୋକାନୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍

ସହରାଞ୍ଚଳ ଉଠାଦୋକାନୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA