Sunday, April 26, 2026 11:05 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ସୋ

ବିଜେପି ଅଫିସରୁ ବାଣୀବିହାର ଛକ ଲୋକାରଣ୍ୟ

by Our Correspondent
10 May, 2024- 10:20 PM
in Latest News, News, Politics
1 min read
0
ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ସୋ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ମେଗା ରୋଡ୍ ସୋ କରିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ଛକ ପର୍ଯ୍ୟନ୍ତ ଅଢ଼େଇ କିମିର ଏହି ରୋଡ୍ ସୋ ଘଣ୍ଟାଏ କାଳ ଚାଲିଥିଲା । ପ୍ରଧାନମନ୍ତ୍ରୀଙ୍କ ଝଲକ ପାଇବା ପାଇଁ ରାସ୍ତାର ଉଭୟ ପାଶ୍ୱର୍ରେ ହଜାର ହଜାର ବିଜେପି କର୍ମୀ ଏବଂ ସାଧାରଣ ଜନତା ଭିଡ଼ ଜମାଇଥିଲେ । ଆସନ୍ତାକାଲି ଫୁଲବାଣୀ, ବଲାଙ୍ଗୀର ଏବଂ ବରଗଡ଼ରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ ।

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ସଂଧ୍ୟା ସାଢ଼େ ୮ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରୁ ତାଙ୍କର କାରକେଡ୍ ସିଧା ଆସିଥିଲା ରାମମନ୍ଦିର ଛକସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ । ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀମାନେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ସେଠାରୁ ତାଙ୍କ ଅପେକ୍ଷାରେ ଥିବା ଏକ ସୁସଜ୍ଜିତ ଗାଡ଼ିକୁ ଉଠିଥିଲେ ପ୍ରଧାନମନ୍ତ୍ରୀ । ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ସାଂସଦ ପ୍ରାର୍ଥୀ ଶ୍ରୀମତୀ ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀଙ୍କ ଦୁଇପାଶ୍ୱର୍ରେ ଛିଡ଼ା ହୋଇଥିଲେ । ପ୍ରଧାନମନ୍ତ୍ରୀ ଓ ଅନ୍ୟମାନେ ପଦ୍ମ ଫୁଲ ଚିହ୍ନକୁ ହାତରେ ଧରିଥିଲେ । ତା’ ପରେ ଆରମ୍ଭ ହୋଇଥିଲା ରୋଡ୍ ସୋ ।

ବିଜେପି ଅଫିସଠାରୁ ବାଣୀବିହାର ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇପାଶ୍ୱର୍ରେ ଛିଡ଼ା ହୋଇଥିବା ହଜାର ହଜାର ବିଜେପି କର୍ମୀ ଏବଂ ସାଧାରଣ ଜନତାଙ୍କୁ ପ୍ରଧାନମନ୍ତ୍ରୀ ହାତରେ ଧରିଥିବା ପଦ୍ମଫୁଲ ଚିହ୍ନ ଦେଖାଇ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ବିଭିନ୍ନ ନିର୍ବାଚନମଣ୍ଡଳୀରୁ ବିଜେପି କର୍ମୀମାନେ ଦିନ ୨ଟାରୁ ଆସି ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ଅପେକ୍ଷା କରିଥିଲେ ।ରା

ଭୁବନେଶ୍ୱର ରାସ୍ତାରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ବେଳେ ଆଗରେ ଚାଲିଥିଲେ ସମ୍ବଲପୁର ଶାଢ଼ୀ ପରିହିତା ବିଜେପିର ଶତାଧିକ ମହିଳା କର୍ମୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କର ୧୦ ବର୍ଷର ଶାସନର କୃତିତ୍ୱ ଏବଂ ଓଡ଼ିଶାର କଳା ଓ ସଂସ୍କୃତିର ଝଲକ ଦେଖାଇବା ପାଇଁ ୧୦ଟି ଜାଗାରେ ପ୍ରସ୍ତୁତ ହୋଇଥିଲା ମଞ୍ଚ । ଏହି ମଞ୍ଚରୁ ବିଭିନ୍ନ ସାଂସ୍କୃତିକ ଦଳ ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ । ପ୍ରାୟ ୧ ଘଣ୍ଟାର ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ରାତି ୯ଟା ୪୫ ମିନିଟ୍ ରେ ବାଣୀବିହାର ଛକରେ ଶେଷ ହୋଇଥିଲା ।

ରୋଡ୍ ସୋ ସାରି ପ୍ରଧାନମନ୍ତ୍ରୀ ସିଧା ଯାଇଥିଲେ ରାଜଭବନ । ଆଜି ସେଠାରେ ରାତ୍ରୀଯାପନ କରିବେ । ଆସନ୍ତାକାଲି ସକାଳୁ ପ୍ରଧାନମନ୍ତ୍ରୀ ମାରାଥନ୍ ପ୍ରଚାରରେ ଯାଇ ସଂଧ୍ୟାରେ ଦିଲ୍ଲୀ ଫେରିଯିବେ ।

Previous Post

‘୨୦୩୪ ସୁଦ୍ଧା ଓଡ଼ିଶା ହେବ ଦେଶରେ ଏକ ନମ୍ବର’

Next Post

ରାଉରକେଲାରେ ପାଣ୍ଡିଆନଙ୍କ ରୋଡ୍ ସୋ

Next Post
ରାଉରକେଲାରେ ପାଣ୍ଡିଆନଙ୍କ ରୋଡ୍ ସୋ

ରାଉରକେଲାରେ ପାଣ୍ଡିଆନଙ୍କ ରୋଡ୍ ସୋ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA