ଭୁବନେଶ୍ୱର: ସ୍ୱାଧୀନତା ଦିବସ ପୂର୍ବରୁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁଲିସ ସେବା ପଦକ ଘୋଷଣା କରାଯାଇଛି । ସମୁଦାୟ ୯୫୪ ଜଣଙ୍କୁ ଏହି ପଦକ ମିଳିବ । ଓଡ଼ିଶାରୁ ମୋଟ ୧୭ ଅଧିକାରୀଙ୍କୁ ମିଳିବ ପୁଲିସ ପଦକ । ସାହସିକତା ପାଇଁ ୪, ବିଶିଷ୍ଟ ସେବା ପାଇଁ ୨ ଏବଂ ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣ ଅଧିକାରୀଙ୍କୁ ଏହି ପଦକ ମିଳିବ ।
ସାହସିକତା ପଦକ: ସୁବେଦାର ପ୍ରହଲ୍ଲାଦ ହିମିରିକା, ଏସଆଇ ସନ୍ତୋଷ ଗୁରୁ, କମାଣ୍ଡୋ ସୁନୀଲ ବରିହା, କନଷ୍ଟେବଳ ସୁଜିତ ରଣା
ବିଶିଷ୍ଟ ସେବା ପଦକ: ଅତିରିକ୍ତ ଡିଜି ସଂଜୟ କୁମାର, ଅତିରିକ୍ତ ଏସପି ରବୀନ୍ଦ୍ରନାଥ ଶତପଥୀ
ଉଲ୍ଲେଖନୀୟ ସେବା ପଦକ: ଆଇଜି(ଉତ୍ତରାଞ୍ଚଳ) ଦୀପକ କୁମାର, ଏଏସପି ଅନନ୍ତ ଚରଣ ପତି, ଏଏସପି ବେଣୁଧର ନାୟକ, ଡିଏସପି ରାଜୀବ ଲୋଚନ ପଣ୍ଡା, ଡିଏସପି ଅମିତା ତ୍ରିପାଠୀ, ହାବିଲଦାର କୃଷ୍ଣଚନ୍ଦ୍ର ମହାନ୍ତି, କନେଷ୍ଟବଳ ପିଟର ତିର୍କୀ, ଏଏସଆଇ ଗୁପ୍ତପ୍ରସାଦ ମହାନ୍ତି, ଏସଆଇ ଦିଲ୍ଲୀପ ନାୟକ, କନେଷ୍ଟବଳ ସୁଶାନ୍ତ ମାଝୀ, ଇନସପେକ୍ଟର ଉମାକାନ୍ତ ପ୍ରଧାନ ।