ଭୁବନେଶ୍ୱର: ଓଡିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ଏକ ରାଜନୈତିକ ବ୍ୟାପାର କମିଟି ଗଠନ ହୋଇଛି । ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନେ ଖଡଗେ ଏହାକୁ ଅନୁମୋଦନ କରିଥିବା ଏଆଇସିସି ସାଧାରଣ ସମ୍ପାଦକ କେ.ସି.ବେଣୁଗୋପାଳ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି । ଏଥିସହ ଓଡ଼ିଶା କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ବିଜୟ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି ।
ରାଜନୈତିକ ବ୍ୟାପାର କମିଟି: ଡ. ଏ ଚେଲ୍ଲାକୁମାର, ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଭକ୍ତ ଚରଣ ଦାସ, ରାମଚନ୍ଦ୍ର ଖୁଣ୍ଟିଆ, ତାରା ପ୍ରସାଦ ବାହିନୀପତି, ବିଜୟ ପଟ୍ଟନାୟକ, ସୁଶୀଳା ତିରିଆ, କିଶୋର ଚନ୍ଦ୍ର ପଟେଲ, ସପ୍ତଗିରି ଉଲ୍ଲାକା, ଜଗନ୍ନାଥ ପଟ୍ଟନାୟକ, ଶରତ କୁମାର ରାଉତ, ଯଜେ୍ଞଶ୍ୱର ବାବୁ, ଦେବାଶିଷ ପଟ୍ଟନାୟକ, ଚିରଞ୍ଜିବୀ ବିଶ୍ୱାଳ, ପଞ୍ଚାନନ କାନୁଗୋ, ସନ୍ତୋଷ ସିଂହ ସାଲୁଜା, ବିଶ୍ୱରଂଜନ ମହାନ୍ତି, ସସ୍ମିତା ବେହେରା, ଜିଆ ଉଲ୍ଲ ହକ୍, ଶରତ ପ୍ରଧାନ, ଅମୀୟ ପଟ୍ଟନାୟକ, ବିସ୍ମୟ ମହାପାତ୍ର ।
ଓଡ଼ିଶା ଦାୟିତ୍ୱରେ ଥିବା ସମସ୍ତ ଏଆଇସିସି ସମ୍ପାଦକ, ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ, ରାଜ୍ୟ ସେବା ଦଳ ମୁଖ୍ୟ, ପ୍ରଦେଶ ଯୁବ କଂଗ୍ରେସ ସଭାପତି ଏବଂ ଛାତ୍ର କଂଗ୍ରେସ ସଭାପତିଙ୍କୁ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ କମିଟିରେ ରଖାଯାଇଛି ।