Friday, April 24, 2026 10:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘କୋଟିଆ’ ରାଜନୀତି: ଧର୍ମେନ୍ଦ୍ରଙ୍କ ପାଇଁ ବାହାରିଲେ ବିଧାୟକ

by Our Correspondent
03 Apr, 2023- 07:02 PM
in Latest News, News
1 min read
0
‘କୋଟିଆ’ ରାଜନୀତି: ଧର୍ମେନ୍ଦ୍ରଙ୍କ ପାଇଁ ବାହାରିଲେ ବିଧାୟକ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆରେ ଉତ୍କଳ ଦିବସ ପାଳନ କରିବା ଏବଂ ଆନ୍ଧ୍ର ଅଧିକାରୀଙ୍କୁ ଘଉଡ଼ାଇ ଗୋ ବ୍ୟାକ୍ ନାରା ଦେବା ଘଟଣାକୁ ନେଇ ରାଜନୀତି ସରଗରମ ଥିବା ବେଳେ ଆଜି ଧର୍ମେନ୍ଦ୍ରଙ୍କ ସହ କୋଟିଆ ଗସ୍ତ କରିଥିବା ବିଜେପିର ୪ ବିଧାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ରଙ୍କ ପକ୍ଷ ରଖି ବିଜେଡିକୁ ଜବାବ ଦେଇଛନ୍ତି । ଓଡ଼ିଶାବାସୀଙ୍କ ସ୍ୱାର୍ଥରେ କେନ୍ଦ୍ରମନ୍ତ୍ରୀ କହିଥିବା କଥାକୁ ସମର୍ଥନ କରିବା ପରିବର୍ତ୍ତେ ବିଜେଡି ନେତା ଆନ୍ଧ୍ରର ଭାଷା କହୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ୱରର ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ବଡ଼ସାହି ବିଧାୟକ ସନାତନ ବିଜୁଳି ଏବଂ ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିଥିଲେ ।

କହିଥିଲେ, ଦୁଇଦିନ ହେବ କୋଟିଆକୁ ନେଇ ଯେଉଁ ରାଜନୀତି ବୟାନବାଜି ଚାଲିଛି ତାହା ରାଜ୍ୟବାସୀଙ୍କୁ କଷ୍ଟ ଦେଉଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ କୋଟିଆ ଗସ୍ତ ଓ ଆନ୍ଧ୍ରର ଅନୁପ୍ରବେଶ ବିରୋଧରେ ଏକଜୁଟ୍ ପାଇଁ ଆହ୍ୱାନକୁ ବିଜେଡି ସ୍ୱାଗତ କରିବା ବଦଳରେ ବିରୋଧ କରିବା ରାଜନୈତିକ ଅସହିଷ୍ଣୁତାର ପରିଚୟ ।

ଧର୍ମେନ୍ଦ୍ରଙ୍କ ପକ୍ଷ ରଖି କହିଥିଲେ ଯେ ୨୦୧୮ ଏପ୍ରିଲ ୯ରେ ସେ କୋଟିଆ ଗସ୍ତ କରି ଲୋକମାନଙ୍କ ସମସ୍ୟା ଶୁଣିଥିଲେ । ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟି କୋଟିଆ ସମସ୍ୟା ଉପରେ ଆଲୋଚନା କରିଥିଲେ । ୨୦୨୦ ଓ ୨୦୨୧ ରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗରେ ହସ୍ତକ୍ଷେପ ଲୋଡ଼ିଥିଲେ । ପରବର୍ତ୍ତୀ ସମୟରେ ଆନ୍ଧ୍ରର ମୁଖ୍ୟମନ୍ତ୍ରୀଙ୍କୁ କୋଟିଆ ଗ୍ରାମପୁଞ୍ଜ ବିବାଦର ସମାଧାନ ପାଇଁ ଚିଠି ମାଧ୍ୟମରେ ୪ଟି ପ୍ରସ୍ତାବ ଦେଇଥିଲେ । ସର୍ବୋପରି ରାଜ୍ୟର ସୀମା ବିବାଦ ସମ୍ପର୍କରେ ସର୍ବଦଳୀୟ ବୈଠକ ଡାକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କର୍ଣ୍ଣପାତ କରି ନ ଥିଲେ ।

ଅନ୍ୟପକ୍ଷରେ, ୨୦୨୧ ଅଗଷ୍ଟ ୩୧ରେ ସୁପ୍ରିମକୋର୍ଟ କୋଟିଆ ବିବାଦର ସମାଧାନ ପାଇଁ ଆପୋଷ ବୁଝାମଣାର ବାଟ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୨୧ ନଭେମ୍ବର ୮ ରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଓ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସାକ୍ଷାତ ହୋଇଥିଲା । ଏହି ସାକ୍ଷାତ ଅତ୍ୟନ୍ତ ସୌହାର୍ଦ୍ଦପୂର୍ଣ୍ଣ ଓ ଫଳପ୍ରଦ ଥିଲା ବୋଲି ଉଭୟ ମୁଖ୍ୟମନ୍ତ୍ରୀ ମିଳିତ ବିବୃତି ଦେଇଥିଲେ । ଏକ ଯୁଗ୍ମ ଉଚ୍ଚସ୍ତରୀୟ କମିଟି କୋଟିଆ ପଞ୍ଚାୟତରେ ଥିବା ୨୧ଟି ଗ୍ରାମପୁଞ୍ଜର ବିବାଦକୁ ସମାଧାନ କରିବେ ବୋଲି ମତପ୍ରକାଶ କରିଥିଲେ । ମାତ୍ର ଦେଢ଼ବର୍ଷ ବିତିଯାଇଥିଲେ ମଧ୍ୟ ବିବାଦର ସମାଧାନ ହେବା ପରିବର୍ତ୍ତେ ଆନ୍ଧ୍ର ଓଡ଼ିଶା ସୀମାନ୍ତକୁ ଅନୁପ୍ରବେଶ କରିବା ସଙ୍ଗୀନ ପ୍ରସଙ୍ଗ ।

ଏହି ସମସ୍ତ ବିଷୟ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସନ୍ଦେହ ଘେରକୁ ଟାଣୁଥିବା ବିଧାୟକମାନେ ଅଭିଯୋଗ କରିଥିଲେ । ସେମାନେ କହିଥିଲେ ଯେ କୋଟିଆ ଗ୍ରାମପୁଞ୍ଜରେ ରାଜ୍ୟ ସରକାରଙ୍କର କିଛି ଯୋଜନା ପହଞ୍ଚିଥିଲେ ମଧ୍ୟ ସେଥିରେ ଜନକଲ୍ୟାଣ ହୋଇନାହିଁ । କୋଟିଆ ପାଇଁ ମୁଖ୍ୟ ରାସ୍ତା ଥିଲେ ମଧ୍ୟ ଭିତରେ ରାସ୍ତାଘାଟ ଅବସ୍ଥା ଶୋଚନୀୟ । ରାସ୍ତାଘାଟ ନିର୍ମାଣ କାର୍ଯ୍ୟରେ ୧୫୦ କୋଟି ଟଙ୍କା ବିନିଯୋଗ ହୋଇଥିବା ରାଜ୍ୟ ସରକାରଙ୍କ ଦାବି ଅତ୍ୟନ୍ତ ହାସ୍ୟାସ୍ପଦ ।

ତେବେ ବିଜେପି ବିଧାୟକଙ୍କ ଏହି ଅଭିଯୋଗ ଉପରେ ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କୋଟିଆ ବିବାଦର ସମଧାନ କରିବାର ଦାୟିତ୍ୱ ହେଉଛି କେନ୍ଦ୍ର ସରକାରଙ୍କର । ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କୁ ଡାକି କେନ୍ଦ୍ର ଆଲୋଚନା କରୁ ଏବଂ ସମସ୍ୟାର ସମାଧାନ ହେଉ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେଡି ସମାଲୋଚନା କରିଥିଲା । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅନୁରୂପ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ହିସାବରେ ଧର୍ମେନ୍ଦ୍ର କୋଟିଆ ମାମଲାରେ ହସ୍ତକ୍ଷେପ କରନ୍ତୁ ବୋଲି କହିଥିଲେ ।

Previous Post

ପଠାଣି ସାମନ୍ତଙ୍କ ଜନ୍ମପୀଠରେ ସ୍ମାରକୀ ନିର୍ମାଣ ହେଉ

Next Post

ଜାପାନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

Next Post
ଜାପାନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ଜାପାନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA