ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଚଳିତବର୍ଷର ପଦ୍ମ ସମ୍ମାନ ଘୋଷଣା କରାଯାଇଛି । ଏଥିରେ ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କରାଯାଇଛି । ସେମାନେ ହେଲେ
୧.ଅଦ୍ୱୈତ ଗଡ଼ନାୟକ-କଳା
୨.ଅଶୋକ କୁମାର ମହାପାତ୍ର-ମେଡିସିନ
୩.ଦୁର୍ଗାଚରଣ ରଣଭୀର-ଓଡ଼ିଶୀ
୪.ପ୍ରତିଭା ଶତପଥୀ-ସାହିତ୍ୟ ଓ ଶିକ୍ଷା
କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷିତ ତାଲିକାରେ ୭ ଜଣଙ୍କୁ ପଦ୍ମବିଭୂଷଣ, ୧୯ ଜଣଙ୍କୁ ପଦ୍ମଭୂଷଣ ଏବଂ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପାଇଁ ମନୋନୀତ କରାଯାଇଛି ।