Wednesday, April 22, 2026 01:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

by Our Correspondent
26 Jan, 2025- 02:05 PM
in Latest News, News
1 min read
0
ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ପ୍ରିୟ ଭାଇ ଓ ଭଉଣୀମାନେ,

୭୬ ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ମୋର ଅଭିନନ୍ଦନ ଜଣାଉଛି ।

ପ୍ରତ୍ୟେକ ଓଡିଶାବାସୀ, ଦେଶ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଭାରତୀୟଙ୍କୁ ଆଜିର ଦିନର ଅନେକ ଅନେକ ଶୁଭେଚ୍ଛା।

ଆମେ ଜାଣୁ ଆଧୁନିକ ଭାରତ ଇତିହାସରେ ଦୁଇଗୋଟି ଦିନ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ, ୧୫ ଅଗଷ୍ଟ ୧୯୪୭, ଯେଉଁଦିନ ଆମ ଦେଶ ଭାରତ ଏକ ସ୍ଵାଧୀନ ରାଷ୍ଟ୍ର ଭାବେ ଜନ୍ମ ନେଲା ଏବଂ ୨୬ ଜାନୁଆରୀ ୧୯୫୦, ଯେଉଁଦିନ ଦେଶ ଏକ ଗଣତାନ୍ତ୍ରିକ ସାର୍ବଭୌମ୍ୟ ରାଷ୍ଟ୍ରରେ ପରିଣତ ହେଲା।

ପ୍ରତ୍ୟେକ ଭାରତବାସୀଙ୍କ ପାଇଁ ଏହି ଦୁଇଟି ଯାକ ଦିନ ସବୁଠାରୁ ବଡ ପର୍ବ।

ଆମର ସ୍ଵାଧୀନତା ସଂଗ୍ରାମ ଏକ ସଙ୍ଘର୍ଷମୟ କାହାଣୀ, ବଳିଦାନର କାହାଣୀ ଓ ତ୍ୟାଗର ଗାଥା। ଏହି ସଂଘର୍ଷରେ ଲକ୍ଷ ଲକ୍ଷ ଦେଶବାସୀ ନିଜକୁ ଉତ୍ସର୍ଗ କରିଦେଇଥିଲେ। ସେମାନେ ତାଙ୍କର କୈଶୋର ଏବଂ ଯୌବନ ଦେଶ ଉଦ୍ଦେଶ୍ୟରେ ସମର୍ପି ଦେଇଥିଲେ, କାରଣ ଆମେ ଏକ ସ୍ଵାଧୀନ ଦେଶରେ ନିଶ୍ଵାସ-ପ୍ରଶ୍ୱାସ ନେଇ ପାରିବା।

ଆଜି ମୋର ପରମ ସୌଭାଗ୍ୟ ଯେ, ଆଜି ଏହି ମଞ୍ଚରୁ ମୁଁ ଦେଶର ସେଇ ସବୁ ମହାନ ଜନନାୟକ ଏବଂ ମନିଷୀ ମାନଙ୍କୁ ପ୍ରଣାମ କରିବାର ସୁଯୋଗ ପାଇଛି।

ଆଜିର ଏହି ପବିତ୍ର ଦିନରେ ଜାତିର ଜନକ ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଅବୁଲ କାଲାମ ଆଜାଦ, ବୀର୍ ସବରକର୍, ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର, ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ, ଲାଲା ଲାଜପତ ରାୟ, ବିପିନ ଚନ୍ଦ୍ର ପାଲ, ବାଲ ଗଙ୍ଗାଧର ତିଲକ, ସରୋଜିନୀ ନାଇଡୁ, ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପରି ମହାମନୀଷୀ ମାନଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି।

ଆମ ରାଜ୍ୟ ଓଡିଶାରେ ମଧ୍ୟ ସ୍ଵାଧୀନତା ସଂଗ୍ରାମ ତଥା ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ଆନ୍ଦୋଳନରେ ଅନେକ ବୀର ସୁପୁତ୍ର ନିଜର ତ୍ୟାଗ ଓ ବଳିଦାନ ଦେଇଛନ୍ତି। ବୀର ସୁରେନ୍ଦ୍ର ସାଏ, ଶହୀଦ୍ ମାଧୋ ସିଂ, ବକ୍‌ସି ଜଗବନ୍ଧୁ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ଭଗବାନ ବିର୍ସା ମୁଣ୍ଡା, ଶହୀଦ୍ ଲକ୍ଷ୍ମଣ ନାୟକ, ଡକ୍ଟର ହରେକୃଷ୍ଣ ମହତାବ, ମା’ ରମାଦେବୀ, ଶହୀଦ୍ ବାଜି ରାଉତ, ମାଳତୀ ଚୌଧୁରୀ, ପାର୍ବତୀ ଗିରିଙ୍କ ପରି ମହାନ ସଂଗ୍ରାମୀ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ଏଥି ସହିତ ସାରା ଦେଶର ଲକ୍ଷ ଲକ୍ଷ ସ୍ଵାଧୀନତା ସଂଗ୍ରାମୀ ବୀର ଏବଂ ବିରଙ୍ଗନା ମାନଙ୍କୁ ମୋର ପ୍ରଣିପାତ।

ଦେଶ ସ୍ଵାଧୀନ ହେବା ପରେ ସବୁଠାରୁ ବଡ ଆହ୍ଵାନ ଥିଲା ଏହାର ସୁରକ୍ଷା ଓ ଅଖଣ୍ଡତାକୁ ବଜାୟ ରଖିବା ସହିତ ଲୋକଙ୍କ ସ୍ଵପ୍ନର ଭାରତ ଗଠନ ପାଇଁ ଏକ ସୁଶାସନ ପ୍ରଦାନ କରିବା। ଏହି ଉଦ୍ଦେଶ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ନିର୍ବାଚିତ ହୋଇଥିବା ପ୍ରତିନିଧିମାନେ ତିନି ବର୍ଷର ବିଚାର ବିମର୍ଶ ପରେ ଦେଶକୁ ଭାରତୀୟ ସମ୍ବିଧାନର ଉପହାର ଦେଇଥିଲେ।

ଡକ୍ଟର ବାବା ସାହେବ ଭୀମରାଓ ଅମ୍ବେଦକରଙ୍କ ଅଧ୍ଯକ୍ଷତାରେ ରଚିତ ବିଶ୍ଵର ଦୀର୍ଘତମ ଲିଖିତ ସମ୍ବିଧାନକୁ ୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ଗୃହିତ କରାଯାଇ ୧୯୫୦ ମସିହା ଆଜିର ଦିନରେ କାର୍ଯ୍ୟକାରୀ କରଯାଇଥିଲା।

ସମ୍ବିଧାନକୁ ନିଜର ପ୍ରଥମ ଧର୍ମଗ୍ରନ୍ଥ ମାନୁଥିବା ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ପାଳନ କରିବା ପାଇଁ ୨୦୧୫ ମସିହାରେ ଘୋଷଣା କରିଥିଲେ, ଯାହା ଆମେ ଉତ୍ସାହ ସହକାରେ ପ୍ରତିବର୍ଷ ପାଳନ କରୁଛୁ।

ଆଜିକୁ ୭୫ ବର୍ଷ ପୂର୍ବେ ଆନୁଷ୍ଠାନିକ ଭାବେ ଦେଶରେ ଗଣତନ୍ତ୍ର ଶାସନ ବ୍ୟବସ୍ଥା ସ୍ଥାପିତ ହୋଇଥିଲା । ଏହାପରେ ନିରବଚ୍ଛିନ୍ନ ଭାବେ ଆମ ଦେଶ ସାମ୍ବିଧାନିକ ବିଧି ବ୍ୟବସ୍ଥା କୁ ପାଥେୟକରି ଆଗେଇ ଚାଲିଛି।

ଭାରତର ସମସାମୟିକ ରାଷ୍ଟ୍ର ଯେଉଁମାନେ ବିଭିନ୍ନ ଔପନିବେଶିକ ବାଦରୁ ସ୍ଵାଧୀନତା ପ୍ରାପ୍ତ କରିଥିଲେ, ସେମାନଙ୍କ ମଧ୍ୟରୁ କୌଣସି ରାଷ୍ଟ୍ରରେ ନିରବଚ୍ଛିନ୍ନ ଭାବେ ଗଣତନ୍ତ୍ର ରହିନାହିଁ। ସେହି ସବୁ ରାଷ୍ଟ୍ର କିଛି ସମୟ ପାଇଁ ଏକଛତ୍ରବାଦରେ ପରିଣତ ହୋଇଛି, କିମ୍ବା ଆଜି ମଧ୍ୟ ସେଠାରେ ଏକଛତ୍ରବାଦ ଶାସନ ଚାଲିଛି।

ଭାରତରେ ଗଣତନ୍ତ୍ର ବଜାୟ ରଖିବାରେ ସବୁଠାରୁ ବଡ ଭୂମିକା ଗ୍ରହଣ କରିଛନ୍ତି, ଏ ଦେଶର କୋଟି କୋଟି ଜନତା।

କୁହାଯାଏ, ଗଣତାନ୍ତ୍ରିକ ଶାସନରେ ‘ଲୋକଙ୍କ ସ୍ଵର ହିଁ ହେଉଛି ଭଗବାନଙ୍କ ସ୍ଵର’। ସାଧାରଣ ଜନତା ହେଉଛନ୍ତି ଗଣତନ୍ତ୍ରରେ ଅସଲ ଶାସକ।

ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ଅତୁଟ ବିଶ୍ବାସ ରଖୁଥିବା ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ପ୍ରେରଣାଦାୟୀ ନେତୃତ୍ଵରେ ଆଜି ଭାରତ ଗତ ଦଶ ବର୍ଷ ମଧ୍ୟରେ ଏକ ଶକ୍ତିଶାଳୀ ଦେଶ ଭାବେ ପ୍ରତିଷ୍ଠା ହାସଲ କରିଛି।

ଭାରତ ଆଜି ବିଶ୍ୱର ପଞ୍ଚମ ଶ୍ରେଷ୍ଠ ଅର୍ଥନୀତି ହୋଇଥିବା ବେଳେ, ଖୁବ ଶୀଘ୍ର ତୃତୀୟ ଶ୍ରେଷ୍ଠ ଅର୍ଥନୀତି ଭାବେ ପ୍ରତିଷ୍ଠା ହାସଲ କରିବାକୁ ଯାଉଛି । ବିଶ୍ଵର ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ଭାରତକୁ ଅଭୂତପୂର୍ବ ସମ୍ମାନ ପ୍ରଦାନ କରାଯାଉଛି। ଗତ ଦଶନ୍ଧିରେ ସାମାଜିକ, ଅର୍ଥନୈତିକର ପ୍ରତ୍ଯେକ ମାନକ ଏବଂ ସୂଚକାଙ୍କରେ ଉନ୍ନତି ପରିଲକ୍ଷିତ ହୋଇଛି, ଯାହାଦ୍ୱାରା ୧୪୦ କୋଟି ଭାରତବାସୀଙ୍କ ସାମର୍ଥ୍ୟ ଏବଂ ଜୀବନଯାପନ ଶୈଳୀରେ ପରିବର୍ତ୍ତନ ଆସିଛି।

କେବଳ ସାମାଜିକ ଓ ଅର୍ଥନୈତିକ ବିକାଶ ନୁହେଁ, ସାଂସ୍କୃତିକ ବିକାଶର ମଧ୍ୟ ଅଭ୍ଯୁଦୟ ହୋଇଛି । ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଏବଂ ବର୍ତ୍ତମାନ ପ୍ରୟାଗରାଜରେ ଚାଲୁଥିବା ମହାକୁମ୍ଭ ହିଁ ଏହି ସାଂସ୍କୃତିକ ଅଭ୍ଯୁଦୟର ପରିଚାୟକ।

ଏହି ନୂତନ ଜାଗରଣ ଦେଶରେ ସାମ୍ପ୍ରଦାୟିକ ସଦଭାବ ଓ ରାଷ୍ଟ୍ରୀୟ ଏକତା ବଜାୟ ରଖିବାରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି।

ମାନନୀୟ ମୋଦୀ ଜୀଙ୍କ ଏହି ମନ୍ତ୍ରକୁ ପାଥେୟ କରି ଆମ ରାଜ୍ୟରେ ସୁଶାସନ ପ୍ରତିଷ୍ଠା ହୋଇଛି।

ଓଡିଆ ଅସ୍ମିତା ସହିତ ରାଜ୍ୟର ବିକାଶ ଦ୍ରୁତ ଗତିରେ ଆଗେଇ ଚାଲିଛି।

ସାତମାସ ତଳେ ଯେଉଁ ଆଶା ଆକାଂକ୍ଷା ସହିତ ରାଜ୍ଯବାସୀ ଆମ ଉପରେ ଭରସା କରି ଶାସନ କରିବାକୁ ସୁଯୋଗ ଦେଇଛନ୍ତି, ତାକୁ ପୂରଣ କରିବା ପାଇଁ ଗୋଟିଏ ମୂହୁର୍ତ୍ତ ମଧ୍ୟ ଆମ ସରକାର ବିଳମ୍ବ କରି ନ ଥିଲେ।

୨୦୨୪ ମସିହା ଜୁନ ୧୨ ତାରିଖରେ ଶପଥ ଗ୍ରହଣ କରିବାର ଗୋଟିଏ ଘଣ୍ଟା ମଧ୍ୟରେ ପ୍ରଥମ କ୍ଯାବିନେଟ ବୈଠକ ଡାକି ଚାରିଗୋଟି ଗୁରତ୍ଵପୂର୍ଣ୍ଣ ନିଷ୍ଫତ୍ତି ନିଆଯାଇଥିଲା। ସେଗୁଡିକ ହେଲା-ଶ୍ରୀ ମନ୍ଦିରର ଚାରିଦ୍ଵାର ଭକ୍ତଙ୍କ ପ୍ରବେଶ ପାଇଁ ଖୋଲିବା ସହିତ ଶ୍ରୀମନ୍ଦିରର ସୁପରିଚାଳନା ଓ ଉନ୍ନତି ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠିର ବ୍ୟବସ୍ଥା, ମହିଳା ସଶକ୍ତିକରଣ ପାଇଁ ସୁଭଦ୍ରା ଯୋଜନାର କାର୍ଯ୍ୟକାରୀତା ଓ ଚାଷୀ ଭାଇ ଭଉଣୀଙ୍କ ପାଇଁ ଧାନ କିଣା ବାବଦକୁ ୩୧୦୦ ଟଙ୍କା ପ୍ରଦାନ ।

ସେହି ଦିନଠାରୁ ଆମ ସରକାର ରାଜ୍ୟର ବିକାଶ ପାଇଁ ଅନବରତ କାର୍ଯ୍ୟ କରିଚାଲିଛନ୍ତି ଏବଂ ଏହାର ସୁଫଳ ରାଜ୍ୟବାସୀ ପାଉଛନ୍ତି।

ମହିଳାମାନେ ହେଉଛନ୍ତି ଆମ ସମାଜର ମୁଖ୍ୟ ଅଙ୍ଗ ଏବଂ ଜନସଂଖ୍ୟାର ଅଧା। ସୁଭଦ୍ରା ଯୋଜନାରେ ରାଜ୍ୟର ଏକ କୋଟିରୁ ଅଧିକ ମା’ ମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ପାଞ୍ଚବର୍ଷ ପାଇଁ ପ୍ରଦାନ କରିବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଆଜି ସୁଦ୍ଧା ୮୦ ଲକ୍ଷରୁ ଅଧିକ ମହିଳା ହିତାଧିକାରୀମାନେ ପ୍ରଥମ କିସ୍ତି ଟଙ୍କା ପାଇ ସାରିଲେଣି, ଅବଶିଷ୍ଟ ଯୋଗ୍ୟ ମହିଳା ହିତାଧିକାରୀମାନେ ଆସନ୍ତା କିଛି ଦିନ ମଧ୍ୟରେ ପାଇଯିବେ। ପୁନର୍ବାର ମାର୍ଚ୍ଚ ୮ ତାରିଖ ମହିଳା ଦିବସ ଅବସରରେ ଦ୍ଵିତୀୟ କିସ୍ତି ପାଇବେ। ଏହି ସହାୟତାକୁ ଉପଯୋଗ କରି ମା ମାନେ ଛୋଟ ଛୋଟ ବ୍ୟବସାୟ କରି ନିଜ ନିଜ ପରିବାର ପାଇଁ ରୋଜଗାର କରି ପାରିବେ।

ଓଡିଶାର ଅର୍ଥନୀତି ଆମ ପରିଶ୍ରମୀ ଚାଷୀଙ୍କ ବିନା କଳ୍ପନା କରାଯାଇପାରେ ନାହିଁ। ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଅଧିବାସୀ କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟରୁ ସେମାନଙ୍କ ଜୀବିକା ନିର୍ବାହ କରିଥାନ୍ତି। ତେଣୁ, ସେମାନଙ୍କ କଲ୍ୟାଣ କରିବା ସହିତ, ସୁବିଧା ଅସୁବିଧାରେ ଛିଡା ହେବା ଆମ ସରକାରଙ୍କ ନୈତିକ ଦାୟୀତ୍ଵ । ଏହି ଦାୟୀତ୍ଵକୁ ଆମେ ସୂଚାରୁ ରୂପେ ତୁଲାଉଛୁ।

ଏହାର ପ୍ରମାଣ ହେଉଛି, ଧାନ କିଣା ବାବଦକୁ ୩୧୦୦ ଟଙ୍କା ପ୍ରଦାନ ଏବଂ ଅଦିନିଆ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଭାଇ ଭଉଣୀ ମାନଙ୍କୁ କ୍ଷତିପୂରଣ ବାବଦକୁ ଯଥାଶୀଘ୍ର ୨୯୧ କୋଟିରୁ ଅଧିକ ଟଙ୍କା ସହାୟତା ପ୍ରଦାନ। ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରି କ୍ଷତି ପୂରଣ ପ୍ରଦାନ କରିବା ଚାଷୀ ଭାଇ ଓ ଭଉଣୀ ମାନଙ୍କ ପ୍ରତି ଆମର ପ୍ରତିବଦ୍ଧତାକୁ ସୂଚାଇଥାଏ।

ଶିକ୍ଷା ଓ ସ୍ୱାସ୍ଥ୍ୟ ହେଉଛି ଜଣେ ସାଧାରଣ ଲୋକ ପାଇଁ ଦୁଇଟି ମୁଖ୍ୟ ପ୍ରସଙ୍ଗ। ଏହି କ୍ଷେତ୍ରରେ ଆମ ସରକାର ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। ରାଜ୍ୟ ବାସୀଙ୍କ ପାଇଁ ଖୁସି ଖବର ହେଉଛି ଆଗାମୀ ମାସ ଠାରୁ ରାଜ୍ୟର ଏକ କୋଟିରୁ ଅଧିକ ପରିବାର, ଅର୍ଥାତ ସାଢେ ତିନି କୋଟିରୁ ଅଧିକ ଲୋକେ ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଯୋଡି ହେବାକୁ ଯାଉଛନ୍ତି।

ଏହି ଯୋଜନାରେ କେବଳ ରାଜ୍ୟ ଭିତରେ ନୁହେଁ, ରାଜ୍ୟ ବାହାରେ ରହୁଥିବା ଓଡ଼ିଶାର ମୋର ପ୍ରିୟ ଭାଇ ଓ ଭଉଣୀ ମାନେ ମଧ୍ୟ ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇ ପାରିବେ । ସେଥିପାଇଁ ୨୯ ହଜାରରୁ ବି ଅଧିକ ଅନୁବନ୍ଧିତ ଡାକ୍ତରଖାନାରେ ସେସବୁ ସୁଯୋଗ ଉପଲବ୍ଧ । ମହିଳା ହିତାଧିକାରୀମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ପାଇବେ।

ଏହା ସହିତ ୭୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତି ମଧ୍ୟ ଗୁଣାତ୍ମକ ଚିକିତ୍ସା ପାଇ ପାରିବେ । ଏହି ଯୋଜନା ବ୍ଯତୀତ ରାଜ୍ୟର ହସପିଟାଲରେ ସମସ୍ତେ ଚିକିତ୍ସା ସୁବିଧା, ନିଦାନ ଓ ଔଷଧ ବିନାମୂଲ୍ୟରେ ପାଇ ପାରିବେ।

ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ହେବାକୁ ଯାଉଛି। ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ଦୁଇ ଦିନ ତଳେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ନିଷ୍ଫତ୍ତି ନିଆଯାଇଛି। ଏହି ବିଦ୍ୟାଳୟଗୁଡିକ ଅତ୍ୟାଧୁନିକ ବ୍ୟବସ୍ଥାରେ ପରିପୂର୍ଣ୍ଣ ରହିବ ଏବଂ ଆଗାମୀ ଚାରି ବର୍ଷ ମଧ୍ୟରେ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ବିଦ୍ୟାଳୟ ପ୍ରତିଷ୍ଠା ହେବ। ଏଥିପାଇଁ ଆମ ସରକାର ୧୨ ହଜାର କୋଟି ଟଙ୍କା ଖର୍ଚ କରିବେ ।

ଏହା ସହିତ ନିପୁଣ ଓଡ଼ିଶା, ପି.ଏମ୍ ଶ୍ରୀ ଯୋଜନା, ଐତିହ୍ୟ ବିଦ୍ୟାଳୟ ଯୋଜନା ଆଦି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟ ଗୁଡିକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଏହା ବ୍ୟତୀତ, ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ଅତିରିକ୍ତ ୧ ଟଙ୍କା ବୃଦ୍ଧି କରାଯାଇଛି ।

ଦେଶର ଛାତ୍ର ଓ ଯୁବଶକ୍ତିର ବିକାଶରେ ଗୁଣାତ୍ମକ ଶିକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହି ଉଦ୍ଦେଶ୍ୟରେ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ନୂତନ ଶିକ୍ଷା ନୀତି-୨୦୨୦ ପ୍ରଣୟନ କରିଛନ୍ତି । ଏଥିରେ ଶିକ୍ଷା ପ୍ରଣାଳୀକୁ ବିଶ୍ୱସ୍ତରୀୟ କରିବାର ଯୋଜନା କରାଯାଇଥିବା ବେଳେ ମାତୃଭାଷାରେ ଉଚ୍ଚ ଶିକ୍ଷା ହାସଲ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି ।

ଆମେ ଜାଣୁ, ଜନଜାତିମାନେ ଆମ ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ । ସେମାନଙ୍କ ବିକାଶ ବିନା ରାଜ୍ୟର ବିକାଶ ଅସମ୍ଭବ। ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀଜୀ ସଦା ସର୍ବଦା ଜନଜାତି ମାନଙ୍କୁ ସମ୍ମାନ ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଭଗବାନ ବୀର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରି ଜନଜାତିମାନଙ୍କ ପାଇଁ ୬ ହଜାର ୬୪୦ କୋଟି ଟଙ୍କାର ବିକାଶ ମୂଳକ ପ୍ରକଳ୍ପ ଗୁଡିକ ଆରମ୍ଭ କରିଛନ୍ତି ।

ଏହା ସହିତ ‘ଧରତି ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ଓ ପି.ଏମ୍ ଜନ୍‌ମନ୍ ଯୋଜନା ମାଧ୍ୟମରେ ଆଦିବାସୀ ମାନଙ୍କର ସାମଗ୍ରିକ ବିକାଶର ଲକ୍ଷ୍ୟ ରଖାଯାଇଅଛି।

ଜନଜାତି ସମ୍ପ୍ରଦାୟର ଶିକ୍ଷା ଏବଂ ସେମାନଙ୍କର ବିକାଶ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ ଉଦ୍ଦେଶ୍ୟ। ଜନଜାତି ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ଏବଂ ପାଠ ପଢା ଛାଡିବାର ହାର ହ୍ରାସ କରିବା ପାଇଁ ଆମ ସରକାର ଜାନୁଆରୀ ୫ ତାରିଖ ଦିନ “ଶହିଦ ମାଧୋ ସିଂହ ହାତଖର୍ଚ୍ଚ” ଯୋଜନା କାର୍ଯ୍ୟକାରୀ କରିଛନ୍ତି ।
ଏଥିରେ ନବମ ଏବଂ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ଏହା ଦ୍ୱାରା ୨ ଲକ୍ଷ ଜନଜାତି ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।

ଗତ ସରକାର ସମୟରେ ଆଦିବାସୀମାନଙ୍କ ଜମି ହସ୍ତାନ୍ତର ପାଇଁ ଅନୁମତି ଦିଆଯାଇ ସେମାନଙ୍କୁ ଭୂମିହୀନ କରିବା ପାଇଁ ଯେଉଁ ଚଞ୍ଚକତା ହୋଇଥିଲା, ତାକୁ ଆମ ସରକାର ନବ ଗଠିତ ଆଦିବାସୀ ଉପଦେଷ୍ଟା କମିଟି ବୈଠକରେ ରଦ୍ଦ କରିଛନ୍ତି । ଆଦିବାସୀମାନଙ୍କ ସ୍ୱାର୍ଥ, ସ୍ୱାଭିମାନ ଓ ସଂସ୍କୃତିର ସୁରକ୍ଷା ପାଇଁ ଆମ ସରକାର ଶତପ୍ରତିଶତ ପ୍ରତିଶୃତିବଦ୍ଧ ।

ଆମ ସରକାରର ଦୂରଗାମୀ ଯୋଜନା ଗୁଡିକର ସଫଳ ରୂପାୟନରେ ଏକ ମୁଖ୍ୟ ଉପାଦାନ ହେଉଛି ‘ଦକ୍ଷତାରୁ ଚାହିଦା’ ଏବଂ ‘ଶିଳ୍ପରୁ ସମୃଦ୍ଧି’ ।

ଗତ ସାତ ମାସ ମଧ୍ୟରେ ଆମେ ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ, ଏଥିରେ ଏକ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଆଗାମୀ ଉତ୍କର୍ଷ ଓଡିଶା-ମେକ ଇନ ଓଡ଼ିଶା କନକ୍ଲେଭ- ୨୦୨୫ କାର୍ଯ୍ୟକ୍ରମରେ ଓଡିଶାକୁ ପାରମ୍ପରିକ କ୍ଷେତ୍ର ସହ ବିକଳ୍ପ ଶକ୍ତି, ଆଇ.ଟି, ସେମିକଣ୍ଡକ୍ଟର, ଷ୍ଟିଲ, କୃଷି ଭିତ୍ତିକ ଶିଳ୍ପ, ପର୍ଯ୍ୟଟନ, ପେଟ୍ରୋକେମିକାଲସ୍, ଫାର୍ମାସିଟିକାଲ୍ସ , ବନ୍ଦର ଭିତ୍ତିକ ଶିଳ୍ପ ପରି ଆଧୁନିକ କ୍ଷେତ୍ରରେ ନିବେଶର ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି ।

ସିଙ୍ଗାପୁରର ରାଷ୍ଟ୍ରପତିଙ୍କ ଓଡିଶା ଆଗମନ ଏବଂ ଆମ ସରକାରଙ୍କ ସହିତ ଆଠଗୋଟି ବୁଝାମଣା ପତ୍ର ସ୍ବାକ୍ଷରିତ କରିବା ଏହାର ଜ୍ଵଳନ୍ତ ଉଦାହରଣ।

ରାଜ୍ୟରେ ଥିବା ଅମୂଲ୍ୟ ଖଣିଜ ସଂପଦକୁ ରପ୍ତାନି କରିବା ନୀତି ବଦଳରେ ତାକୁ ଉପଯୋଗ କରି ରାଜ୍ୟରେ ଶିଳ୍ପ ବିପ୍ଲବ ଆଣିବା ପାଇଁ ଆମ ସରକାର ବଦ୍ଧ ପରିକର । ଏହାଦ୍ୱାରା ଆମ ରାଜ୍ୟର ଲକ୍ଷ ଲକ୍ଷ ଯୁବବର୍ଗ ଉପକୃତ ହେବେ।

ଏହି ସ୍ୱଳ୍ପ ସମୟ ମଧ୍ୟରେ ଆମ ସରକାର ରାଜ୍ୟର ଭିତ୍ତିଭୂମି କ୍ଷେତ୍ରର ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ଆରମ୍ଭ କରିସାରିଛନ୍ତି । ଏହା ଆମ ବିକାଶର ଗତିକୁ ତ୍ୱରାନ୍ୱିତ କରିବା ସହିତ ଏହାର ସ୍ୱରୂପକୁ ବ୍ୟାପକ କରିବ ।
ଏହା ଭିତରେ କେନ୍ଦ୍ର ସରକାର ଓଡିଶା ପାଇଁ ପ୍ରାୟ 20 ହଜାର କୋଟି ଟଙ୍କାର ଆଠ ଟି ନୂଆ ରେଳ ଲାଇନ ପ୍ରକଳ୍ପ ମଞ୍ଜୁର କରିଛନ୍ତି । ବର୍ତ୍ତମାନ ଓଡିଶାରେ ପ୍ରାୟ 73 ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ କାମ ଜାରି ରହିଛି । ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ସଡକ କ୍ଷେତ୍ରରେ ମଧ୍ୟ ଓଡିଶାକୁ 20 ହଜାର କୋଟି ଟଙ୍କାର 4 ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି ।

ମୋର ଦୃଢ ବିଶ୍ୱାସ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆଗାମୀ 5 ବର୍ଷ ଆମ ଓଡିଶା ପାଇଁ ଭିତ୍ତିଭୂମିର ସୁବର୍ଣ୍ଣ ଯୁଗ ହେବ । ଡବଲ ଇଞ୍ଜିନ ସରକାର ଓଡିଶାର ବିକାଶକୁ ଦ୍ୱିଗୁଣିତ କରିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।

ଆମର ଗାଁ ଗୁଡିକ ହେଉଛି, ଆମ ଦେଶର, ଆମ ରାଜ୍ୟର ଆତ୍ମା । ଆମ ଜନସଂଖ୍ୟାର ଏକ ବଡ ଅଂଶ ଗାଁ ମାନଙ୍କରେ ହିଁ ବସ ବାସ କରନ୍ତି । ଗାଁ ମାନଙ୍କର ବିକାଶରେ ହିଁ ଓଡିଶାର ବିକାଶ । ଦେଶର ବିକାଶ । ସେଥିପାଇଁ, ଆମ ସରକାର ‘ବିକଶିତ ଗାଁ, ବିକଶିତ ଓଡିଶା”ର ପରିକଳ୍ପନା କରିଛନ୍ତି । ଗାଁ ମାନଙ୍କର ଭିତ୍ତିଭୂମି ବିକାଶ ପାଇଁ ବର୍ଷକୁ ହଜାର କୋଟି ଟଙ୍କା ଲେଖାଏଁ, ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ଗାଁ’ର ବିକାଶ ପାଇଁ ପ୍ରକଳ୍ପ ଗୁଡିକ ଗ୍ରାମ ସଭାରେ ସ୍ଥିର କରାଯିବ । ଗାଁ ହେଉଛି ବିକାଶର ଚାବିକାଠି, ଗାଁ’ର ଲୋକମାନଙ୍କ ହାତରେ ବିକାଶର ଚାବିକାଠି ରହିବ ।

ସ୍ୱାଧୀନତା ସଂଗ୍ରାମୀମାନେ ଆମର ଚିର ନମସ୍ୟ । ସେମାନଙ୍କ ସଂଗ୍ରାମ, ତ୍ୟାଗ ଓ ଦେଶ ପ୍ରତି ଥିବା ଅବଦାନକୁ ସମ୍ମାନ ଦେଇ ରାଜ୍ୟ ସରକାର ସେମାନଙ୍କ ପେନସନ୍ ପରିମାଣକୁ ବୃଦ୍ଧି କରିଛନ୍ତି । ଜରୁରୀକାଳୀନ ପରିସ୍ଥିତି ସମୟରେ ଯେଉଁମାନେ ସଂଗ୍ରାମ କରି ଦେଶରେ ଗଣତନ୍ତ୍ରର ପୁନଃପ୍ରତିଷ୍ଠା କରିଥିଲେ, ସେମାନଙ୍କ ବଳିଦାନକୁ ସ୍ୱୀକାର କରି ରାଜ୍ୟ ସରକାର ମିସା ଆଇନରେ ବନ୍ଦୀ ହୋଇଥିବା ସଂଗ୍ରାମୀମାନଙ୍କ ପାଇଁ ମାସକୁ ୨୦ ହଜାର ଟଙ୍କାର ପେନସନ୍ ବ୍ୟବସ୍ଥା କରିଛନ୍ତି । ଆଜି ଭଳି ଏକ ପବିତ୍ର ଦିନରେ ସେମାନଙ୍କ ପ୍ରତି ଆମ ସରକାରଙ୍କ ବିନମ୍ର ଶ୍ରଦ୍ଧାଞ୍ଜଳି।

ଓଡିଶାର ଜନସାଧାରଣଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି । ମୋଦୀଜୀଙ୍କ ପରିକଳ୍ପିତ ପୂର୍ବୋଦୟ ଯୋଜନାରେ ଓଡିଶାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ।

ଆଜି ଓଡିଶାରେ ଲାଇଟ ହାଉସ ଟୁରିଜିମ ଫେସ୍ଟିଭାଲ, ନ୍ୟାଭି ଡେ, ଡିଜି କନଫରେନସ୍, ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ ଓ ପ୍ରବାସୀ ଭାରତୀୟ ଦିବସ ପରି ଗୁରୁତ୍ୱପୂର୍ଣ୍ଣ ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଖୁବ୍ ସଫଳତାର ସହ ଅନୁଷ୍ଠିତ ହୋଇଛି । ପ୍ରବାସୀ ଭାରତୀୟ ଓ ପ୍ରବାସୀ ଓଡିଆ ମାନେ ଏବେ ଓଡିଶାର ବିକାଶ ଯାତ୍ରାରେ ସହଭାଗୀ ହେବା ପାଇଁ ଖୁବ୍ ଉତ୍ସାହିତ ଅଛନ୍ତି।

ଆଜିର ଏହି ପବିତ୍ର ସାଧାରଣତନ୍ତ୍ର ଦିବସ କେବଳ ଉତ୍ସବର ବେଳ ନୁହେଁ, ଏହି ପବିତ୍ର ଦିବସଟି ଆମ ସମସ୍ତଙ୍କୁ ଚେତାଇ ଦେଇଥାଏ ଯେ ଗଣତନ୍ତ୍ର ଏବଂ ସମ୍ବିଧାନର ସୁରକ୍ଷା ଦାୟୀତ୍ଵ ଆମ ସମସ୍ତଙ୍କର ଉପରେ ନ୍ୟସ୍ତ। ଏହା ଆମକୁ ମନେ ପକାଇ ଦେଇଥାଏ, କିପରି ଆମେ ଗଣତନ୍ତ୍ରର ସଜାଗ ପ୍ରହରୀ ହୋଇ ଜରୁରୀକାଳୀନ ପରିସ୍ଥିତି ପରି ସ୍ଵେଚ୍ଛାଚାରି ଏବଂ ଅଗଣତାନ୍ତ୍ରିକ କାର୍ଯ୍ୟକୁ କିପରି ଭାବେ ପ୍ରତିହତ କରିବା।

ଆଜି ଆମ ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତିତ୍ବ ହେଉଛନ୍ତି ଭାରତରତ୍ନ ଡକ୍ଟର ବାବା ସାହେବ ଆମ୍ବେଦକର, ଯିଏ ଆମ୍ଭମାନଙ୍କୁ ଆମ ଅମୂଲ୍ୟ ସମ୍ବିଧାନ ପ୍ରଦାନ କରିଛନ୍ତି। ତାଙ୍କର ଏହି ଅବଦାନକୁ ଆମେ ସମସ୍ତେ ପ୍ରତି ମୁହୂର୍ତ୍ତରେ ମନେ ପକାଇବା ଉଚିତ, କାରଣ ଏହି ସମ୍ବିଧାନ ଯୋଗୁଁ ଆମ ଦେଶ ଭାରତ ଏକ ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଛି।

ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ମୋଦୀ ଜୀ ଆମକୁ ଶିକ୍ଷା ଦେଇଛନ୍ତି, ସମ୍ବିଧାନକୁ ମଥାରେ ଲଗାଇ ଜନସେବା କରିବା ପାଇଁ ।

ଆଜିର ଏହି ପବିତ୍ର ଦିବସରେ ମୁଁ ସମସ୍ତଙ୍କୁ ଆହ୍ଵାନ କରୁଛି, ଆସନ୍ତୁ, ବାବା ସାହେବଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ କରି ଆମ ରାଜ୍ୟ ଓଡ଼ିଶାକୁ ୨୦୩୬ ମସିହା ସୁଦ୍ଧା ଏକ ସମୃଦ୍ଧ ରାଜ୍ୟ ଭାବେ ଗଢି ତୋଳିବା ଏବଂ ୨୦୪୭ ମସିହା ସୁଦ୍ଧା ଆମ ଦେଶ ଭାରତକୁ ବିକଶିତ ଦେଶ ଭାବେ ଗଢିବା ପାଇଁ ନିଜ ନିଜର ଯୋଗଦାନ ଦେବା।

ଆସନ୍ତୁ ଆମ ଓଡ଼ିଶା, ଓଡ଼ିଆପଣ ତଥା ଭାରତୀୟତାକୁ ସଦା ଜାଗ୍ରତ ରଖିବା ପାଇଁ ଏକ ସମୃଦ୍ଧ ଗଣତନ୍ତ୍ରର ଉତ୍ତର ଦାୟାଦ ରୂପେ ଆମେ ସାଥି ହୋଇ ବିକାଶକୁ ବିଶ୍ୱାସ ବନେଇବା। ଝଡ଼ ଆସିବ, ଝଞ୍ଜା ଆସିବ, ଆହ୍ବାନର ପାହାଡ଼ ଆସି ଠିଆ ହେବ, କିନ୍ତୁ ବିଡ଼ାଏ କାଠି ଭଳି ଆମେ ଏକାଠି ହୋଇ ଏହାକୁ ସାମ୍ନା କରିବା। ଅନ୍ୟାୟ ବିରୁଦ୍ଧରେ ନ୍ୟାୟର ଏବଂ ଅହଙ୍କାର ବିରୁଦ୍ଧରେ ଅସ୍ମିତାର ବିଜୟ ପାଇଁ ନିଜକୁ ସମର୍ପଣ କରୁଥିବା।

ପୁଣିଥରେ ଆପଣମାନଙ୍କୁ ୭୬ତମ ସାଧାରଣତନ୍ତ୍ର ଦିବସର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭକାମନା।

ଜୟ ହିନ୍ଦ
ବନ୍ଦେ ଉତ୍କଳ ଜନନୀ
ଭାରତ ମାତା କି ଜୟ

Previous Post

ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମ ସମ୍ମାନ

Next Post

ଭାଙ୍ଗିଲା ବିଜେଡିର ଛାମୁଆ ସଂଗଠନ

Next Post
ଭାଙ୍ଗିଲା ବିଜେଡିର ଛାମୁଆ ସଂଗଠନ

ଭାଙ୍ଗିଲା ବିଜେଡିର ଛାମୁଆ ସଂଗଠନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA