Thursday, July 2, 2026 02:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାଲିଯାତ୍ରା ବିଭ୍ରାଟ, ବର୍ଷିଲେ ପ୍ରଭାତ

by Our Correspondent
18 Nov, 2022- 04:44 PM
in Latest News, News
1 min read
0
ବାଲିଯାତ୍ରା ବିଭ୍ରାଟ, ବର୍ଷିଲେ ପ୍ରଭାତ
ଭୁବନେଶ୍ୱର/କଟକ: ଗତକାଲି ଶେଷ ହୋଇଥିବା କଟକର ଐତିହାସିକ ବାଲିଯାତ୍ରା ଆୟୋଜନରେ ବିଭ୍ରାଟକୁ ନେଇ ବର୍ଷିଛନ୍ତି କଟକ ମହାନଗର ପୂଜା କମିଟିର ସମ୍ପାଦକ ତଥା ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ । ବାଲିଯାତ୍ରା ଆୟୋଜନରୁ ସେ ଦୁର୍ନୀତିର ଗନ୍ଧ ବାରିବା ସହ ବିଭ୍ରାଟ ପାଇଁ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି । କିଛି ଅଫିସରଙ୍କ ମନମାନି ପାଇଁ ବାଲିଯାତ୍ରା ଆୟୋଜନରେ ଯାବତୀୟ ଗଡ଼ବଡ଼ ହୋଇଛି । ରାଜ୍ୟ ସରକାର ଏହାର ସ୍ପେଶାଲ୍ ଅଡିଟ୍ କରିବାକୁ ସେ ଦାବି କରିଛନ୍ତି । ସେହିଭଳି ବାଲିଯାତ୍ରା ମଞ୍ଚକୁ ରାଜନୈତିକ ଦଳର ବନ୍ଦନା ପାଇଁ ବ୍ୟବହାର କରାଯିବାକୁ ଦୃଢ଼ ନାପସନ୍ଦ କରିଛନ୍ତି ।
ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି, କଟକ ବାଲିଯାତ୍ରା ଜିଲ୍ଲା ସଂସ୍କୃତି ସମିତି ନାଁରେ ପାଳନ କରାଯାଉଥିଲେ ହେଁ ଏହାର ସ୍ୱଚ୍ଛତା କଟକବାସୀ କିମ୍ବା ଓଡ଼ିଶାବାସୀ ଜାଣିବା ସମ୍ଭବପର ହେଉନାହିଁ । କିଛି ପ୍ରଶାସନିକ ଅଧିକାରୀଙ୍କ ନିୟନ୍ତ୍ରଣରେ ସମସ୍ତ ବ୍ୟବସ୍ଥା ନିୟନ୍ତ୍ରିତ ହେଉଛି । ଦୋକାନଘରର ଆକାର, ଭଡ଼ା, ଆବଣ୍ଟନର ନିଷ୍ପତ୍ତି ହାତଗଣତି ଲୋକଙ୍କ ଦ୍ୱାରା କରାଯାଉଛି ।
କିନ୍ତୁ କଟକ ସହରର ଏକ ପରମ୍ପରା ରହିଛି । ପ୍ରତ୍ୟେକ କାର୍ଯ୍ୟରେ ନିର୍ବାଚିତ ପ୍ରତିନିଧି, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ମହାନଗର ଶାନ୍ତି କମିଟି, ପୂର୍ବାଞ୍ଚଳ ଶାନ୍ତି କମିଟି ମିଳିତ ଭାବେ ଦାୟିତ୍ୱ ନିଅନ୍ତି । ଅତୀତରେ ବାଲିଯାତ୍ରାର ସମସ୍ତ ହିସାବ ନିକାଶ କଟକବାସୀଙ୍କ ପାଖରେ ଭିନ୍ନ ଭିନ୍ନ ଫୋରମ୍ ରେ ଉପସ୍ଥାପିତ ହେଉଥିଲା । ମାତ୍ର ଏବେ ତାହାକୁ ପ୍ରକାଶ୍ୟରେ ଉପେକ୍ଷା କରାଯାଉଛି ।
ସେ ଅଭିଯୋଗ କରିଛନ୍ତି ଯେ ଚଳିତବର୍ଷ ବାଲିଯାତ୍ରାରେ ଅତିଥି ଚୟନ, ସମ୍ବର୍ଦ୍ଧିତ ବ୍ୟକ୍ତି ଚୟନରେ ବିଭ୍ରାଟ ପରିଲକ୍ଷିତ ହୋଇଛି । ଜିଲ୍ଲା ପ୍ରଶାସନ ଏକଚାଟିଆ ନିଷ୍ପତ୍ତି ନେଇଛନ୍ତି । ବାଲିଯାତ୍ରା ଜାତୀୟ ମାନ୍ୟତା ପାଇବାକୁ ଯାଉଥିବା ବେଳେ ଏହା ଗ୍ରହଣୀୟ ନୁହେଁ । ବାଲିଯାତ୍ରା ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେଉ । ବାଲିଯାତ୍ରାରେ କେତେ ଆୟ ହୋଇଛି ଓ ବ୍ୟୟ ହୋଇଛି ତାର ଅଡିଟ୍ ହେଉ ବୋଲି ଦାବି କରିଛନ୍ତି ।
ସେହିଭଳି ପଥୋତ୍ସବର ରାଜନୀତିକରଣ ଓ ମଞ୍ଚରେ ଅଶ୍ଲୀଳ ନାଚଗୀତକୁ ଶ୍ରୀ ତ୍ରିପାଠୀ ନାପସନ୍ଦ କରିଛନ୍ତି । ସେ କହିଛନ୍ତି,ଏହା ଠିକ୍ ନୁହେଁ । ବାଲିଯାତ୍ରା ମଞ୍ଚକୁ ଅପସଂସ୍କୃତି ଆଣିବା ଏବଂ ରାଜନୈତିକ ଦଳର ପ୍ରଚାର ପ୍ରସାର ପାଇଁ ବ୍ୟବହାର କରାଯିବା ଅନୁଚିତ । ଏହା ଓଡ଼ିଶାବାସୀଙ୍କ ଅସ୍ମିତା ପ୍ରତି ପଦାଘାତ ।
Previous Post

କିଟ୍‍ର ରୌପ୍ୟ ଜୟନ୍ତୀ ଉଦ୍‍ଘାଟିତ

Next Post

ଟିକସ ମୁକ୍ତ ହେଲା ‘ଦମନ’

Next Post
ଟିକସ ମୁକ୍ତ ହେଲା ‘ଦମନ’

ଟିକସ ମୁକ୍ତ ହେଲା ‘ଦମନ’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA