Friday, July 3, 2026 06:04 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଟ୍‍ର ରୌପ୍ୟ ଜୟନ୍ତୀ ଉଦ୍‍ଘାଟିତ

by Our Correspondent
17 Nov, 2022- 07:21 PM
in Latest News, News
1 min read
0
କିଟ୍‍ର ରୌପ୍ୟ ଜୟନ୍ତୀ ଉଦ୍‍ଘାଟିତ
ଭୁବନେଶ୍ୱର: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡଷ୍ଟ୍ରିଆଲ୍‍ ଟେକ୍ନୋଲୋଜି(କିଟ୍‍) ୨୫ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ (ସଏଲ୍‍ ଟୁ ସିଲ୍‍ଭର) ବୁଧବାର ଉଦ୍‍ଘାଟିତ ହୋଇଯାଇଛି । କିଟ୍‍ ପ୍ରତିଷ୍ଠାର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଚଳିତବର୍ଷ କିଟ୍‍ ତାର ରୌପ୍ୟ ଜୟନ୍ତୀ ପାଳନ କରୁଛି । କିଟ୍‍ କ୍ରିକେଟ ଷ୍ଟାଡ଼ିଅମରେ ଅନୁଷ୍ଠିତ ଉଦ୍‍ଘାଟନୀ ଉତ୍ସବରେ କିଟ୍‍, କିସ୍‍, କିମ୍‍ସର ୭୫ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ କର୍ମଚାରୀ ଯୋଗ ଦେଇଥିଲେ । ଏହା ଦୀର୍ଘ ୩ ମାସ ଧରି ଚାଲିବାକୁ ଥିବା ବେଳେ ୨୦୨୩ ଫେବୃଆରୀ ୨୩ ତାରିଖ କିଟ୍‍ର ପ୍ରତିଷ୍ଠା ଦିବସରେ ଉଦ୍‍ଯାପିତ ହେବ । ଏହି ତିନି ମାସ ମଧ୍ୟରେ ବିଭିନ୍ନ କ୍ଷେତ୍ରରୁ ବିଶିଷ୍ଟ ଲୋକମାନଙ୍କୁ ଡକାଯାଇ ରୌପ୍ୟ ଜୟନ୍ତୀ ପାଳନ କରାଯିବ । ଏହି ସମୟ ମଧ୍ୟରେ କିଟ୍‍ ପକ୍ଷରୁ ନାନାଦି କାର୍ଯ୍ୟକ୍ରମର ଆୟୋଜନ କରାଯିବ ।

ଏହି କାର୍ଯ୍ୟକ୍ରମରେ ଭାରତୀୟ ରଗ୍‍ବୀ ଫୁଟବଲ୍‍ ସଂଘର ସଭାପତି ରାହୁଳ ବୋଷ, ଅଲିମ୍ପିଆନ୍‍ ତଥା କିଟ୍‍ ଛାତ୍ରୀ ଦୂତି ଚାନ୍ଦ, କିଟ୍‍ ଓ କିସ୍‍ର ସଭାପତି ଶାଶ୍ୱତୀ ବଳ, ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର ଏନ୍‍ ଦାଶ, କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳାଧିପତି ଅଶୋକ କୁମାର ପରିଜା, ଉପକୁଳାଧିପତି ପଦ୍ମଶ୍ରୀ ଡା ସୁବ୍ରତ ଆଚାର୍ଯ୍ୟ, କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, ଉପକୁଳପତି ପ୍ରଫେସର ଶରଣଜିତ ସିଂହ ଓ ଡା. ସିବିକେ ମହାନ୍ତି, କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରୌପ୍ୟ ଜୟନ୍ତୀ ସମ୍ପର୍କରେ ସୂଚନା ଦେଇ କହିଲେ, ୧୯୯୨ରେ କିଟ୍‍ ଏକ ଅନୁଷ୍ଠାନ ଭାବେ ପଞ୍ଜୀକୃତ ହୋଇ ଆଇଟିଆଇ ଆରମ୍ଭ ହୋଇଥିଲେ ମଧ୍ୟ ୧୯୯୭ରେ କିଟ୍‍ରେ ବିଭିନ୍ନ ସ୍ନାତକ ଓ ଅନ୍ୟାନ୍ୟ (ଗ୍ରାଜୁଏଟ୍‍ ଓ ଅଣ୍ଡର-ଗ୍ରାଜୁଏଟ୍‍) ପାଠ୍ୟକ୍ରମ ଆରମ୍ଭ କରାଯାଇଥିବାରୁ ୧୯୯୭କୁ ମୂଳ ବର୍ଷ ଭାବେ ଗଣନା କରାଯାଇ ଚଳିତବର୍ଷ ରୌପ୍ୟ ଜୟନ୍ତୀ ପାଳନ କରାଯାଉଛି । କିଟ୍‍ ସହ ଦୀର୍ଘ ୨୫ରୁ ଊର୍ଦ୍ଧ୍ୱ ସମୟ ଧରି ଯେଉଁମାନେ ଜଡ଼ିତ ରହିଆସିଛନ୍ତି ସେମାନଙ୍କୁ ଶ୍ରୀ ସାମନ୍ତ କୃତଜ୍ଞତା ଜଣାଇଥିଲେ । କିଟ୍‍ ଏହି ୨୫ବର୍ଷ ମଧ୍ୟରେ ଶିକ୍ଷା ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ମାଇଲଖୁଣ୍ଟ ସୃଷ୍ଟି କରିପାରିଛି ବୋଲି ଶ୍ରୀ ସାମନ୍ତ କହିଥିଲେ ।
ଶେଷରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କିଟ୍‍ର ୨୫ବର୍ଷ ଧରି ଚାକିରି କରିଥିବା କର୍ମଚାରୀମାନେ ସେମାନଙ୍କ ଅଭିଜ୍ଞତା ନେଇ ବକ୍ତବ୍ୟ ରଖିଥିଲେ । ପରେ ଆତସବାଜି, ଲାଇଟ୍‍ ଓ ସାଉଣ୍ଡ ଶୋ, କିଟ୍‍ ଛାତ୍ରଛାତ୍ରୀଙ୍କ ଲିଖିତ ଏକ ପୁସ୍ତିକା ଉନ୍ମୋଚନ ଏବଂ କିଟ୍‍ ଓ କିସ୍‍ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।
Previous Post

ଜୋର୍ ଧରିଲା ଫସଲ ବୀମା ରାଜନୀତି

Next Post

ବାଲିଯାତ୍ରା ବିଭ୍ରାଟ, ବର୍ଷିଲେ ପ୍ରଭାତ

Next Post
ବାଲିଯାତ୍ରା ବିଭ୍ରାଟ, ବର୍ଷିଲେ ପ୍ରଭାତ

ବାଲିଯାତ୍ରା ବିଭ୍ରାଟ, ବର୍ଷିଲେ ପ୍ରଭାତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA