Tuesday, May 13, 2025 09:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡି ଛାଡ଼ିଲେ ପ୍ରିୟଦର୍ଶୀ ମିଶ୍ର

'ଦଳ ମୋତେ ଅଲୋଡ଼ା କରିଦେଲା'

by Our Correspondent
30 Mar, 2024- 11:10 AM
in Latest News, News, Politics
1 min read
0
ବିଜେଡି ଛାଡ଼ିଲେ ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ୱର: ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇଛନ୍ତି । ଦଳରେ ତାଙ୍କୁ କ୍ରମାଗତ ଅବହେଳା କରାଯାଉଥିବା ପ୍ରତିବାଦରେ ସେ ବିଜେଡି ଛାଡ଼ିଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି । ତେବେ ଯାହା ବି ହୋଇଯାଉ, ଏଥର ସେ ନିର୍ବାଚନ ଲଢ଼ିବା ନିଶ୍ଚିତ ବୋଲି କହିଛନ୍ତି । ଆଜି ସେ ବିଜେପିରେ ଯୋଗଦେବେ ବୋଲି ମଧ୍ୟ ସୂଚନା ମିଳିଛି ।

ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଜ୍ୱାଇଁ ହେଉଛନ୍ତି ପ୍ରିୟଦର୍ଶୀ । ତେବେ ଶ୍ୱଶୁରଙ୍କ ନାଁରେ ତାଙ୍କର ପରିଚୟ ତିଆରି ହୋଇନି । ସେ ନିଜ ପରିଚୟ ନିଜେ ସୃଷ୍ଟି କରିଛନ୍ତି । ଛାତ୍ର ଓ ଯୁବାବସ୍ଥାରେ ବିଜୁ ବାବୁଙ୍କ ସହ ଜନତା ଦଳରେ କାମ କରିଛନ୍ତି । ପରବର୍ତ୍ତୀ ସମୟରେ ବିଜେଡି ଗଠନ ଆରମ୍ଭରୁ ନବୀନ ବାବୁଙ୍କ ସହ ଏହିଭଳି ଦୀର୍ଘ ୩୦ ବର୍ଷ ଧରି କାମ କରିଛନ୍ତି । ତାଙ୍କର ସାଂଗଠନିକ ଦକ୍ଷତା ଦୃଷ୍ଟିରୁ ୨୦୧୪ ରେ ଭୁବନେଶ୍ୱର ଉତ୍ତରରୁ ବିଜେଡି ଟିକେଟ୍ ପାଇ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ।

ମାତ୍ର ୨୦୧୯ ରେ ଦଳ ତାଙ୍କୁ ଟିକେଟ୍ ଦେଲା ନାହିଁ । ତାଙ୍କ ଜାଗାରେ ନୂଆ ମୁହଁ ସୁଶାନ୍ତ(ବାପୁ) ରାଉତଙ୍କୁ ଦିଆଗଲା ଟିକେଟ୍ । ଏଥିରେ ପ୍ରିୟଦର୍ଶୀ ଭୀଷଣ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିବାକୁ ଧମକ ଦେଇଥିଲେ ମଧ୍ୟ ତାଙ୍କୁ ବୁଝାଇ ଶାନ୍ତ କରାଗଲା । ପରିବର୍ତ୍ତୀ ସମୟରେ ତାଙ୍କୁ ଅଳ୍ପ ସମୟ ପାଇଁ ହାଉସିଂ ବୋର୍ଡ ଅଧ୍ୟକ୍ଷ ଏବଂ ପରେ ଦଳର ସାଧାରଣ ସମ୍ପାଦକ ପଦବୀ ଦିଆଗଲା । ତେବେ ଗତଥର ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ ଏଥର ସେ ଟିକେଟ ପାଇବେ ବୋଲି ଆଶା ରଖିଥିଲେ ଏବଂ ୬ ମାସ ହେଲା ନିଜ ସଂଗଠନକୁ ସୁଦୃଢ଼ କରିବା ସହ ଗାଁ ଗାଁ ବୁଲି ଲୋକସମ୍ପର୍କ ବଢ଼ାଇଥିଲେ । ମାତ୍ର ଟିକେଟ୍ ପାଇବାର ଗ୍ରୀନ୍ ସିଗନାଲ୍ ଏ ଯାଏଁ ନ ମିଳିବାରୁ ଆଗୁଆ ବାଟ କାଟି ଦେଇଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଗତ ୫ ବର୍ଷ ହେଲା ମୋତେ ଦଳୀୟ ସାଂଗଠନିକ କାର୍ଯ୍ୟରେ କେହି ଡାକୁ ନ ଥିଲେ । ଉପରେ ପଡ଼ି ନିଜ ଉଦ୍ୟମରେ ଦଳୀୟ କାର୍ଯ୍ୟକ୍ରମ କିନ୍ତୁ ଜାରି ରଖିଥଲି । ୨୦୨୪ ପାଇଁ ୨୦୧୯ରେ ମୋତେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପୁଣି ଧୋକ୍କା ମିଳିବା ଜାଣି ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଲି । ନିର୍ବାଚନ ଲଢ଼ିବି ବୋଲି ଆଗରୁ କହିଛି, ମୁଁ ନିଶ୍ଚିତ ଲଢ଼ିବି । କେହି ମତେ ଅଟକେଇ ପାରିବି ନାହିଁ ।

ତେବେ ପ୍ରିୟଦର୍ଶୀଙ୍କ ବିଜେଡି ଦଳତ୍ୟାଗ ଏବଂ ବିଜେପିରେ ସାମିଲ ହେବାର ସୂଚନା ଆସିବା ଊଭୟ ଦଳରେ ଭୂକମ୍ପ ସୃଷ୍ଟି କରିଛି । ଉତ୍ତର ନିର୍ବାଚନ ମଣ୍ଡଳୀରେ ପ୍ରିୟଦର୍ଶୀଙ୍କ ଦବଦବା ଭଲ ଥିବାରୁ ବିଜେଡି ପାଇଁ କଠନ ପରିସ୍ଥିତି ସୃଷ୍ଟି କରିଛି । ଅନ୍ୟପକ୍ଷରେ ବିଜେପିକୁ ଯାଇ ପ୍ରିଦଦର୍ଶୀ ଟିକେଟ ହାତେଇଲେ ଦିଲ୍ଲୀପ ମହାନ୍ତିଙ୍କ ଭଳି ଆଶାୟୀ ପ୍ରାର୍ଥୀମାନେ ତାଙ୍କୁ ସମର୍ଥନ ଓ ସହଯୋଗ କରିବାର ପ୍ରଶ୍ନ ଉଠୁନାହିଁ । ତେଣୁ ବିଜେପି ଭୋଟ ମଧ୍ୟ ଭାଗ ଭାଗ ହୋଇଯାଇପାରେ । ରାଜନୀତିର ଏଭଳି ଜଟିଳ ଅଙ୍କକଷାରେ ଉତ୍ତର ଭୁବନେଶ୍ୱର ସ୍ଥିତି ରୋଚକ ମୋଡ଼ ନେଇଛି ।

ସେପଟେ ମଧ୍ୟ ନିର୍ବାଚନମଣ୍ଡଳୀରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ବିରୋଧ କରୁଥିବା ଅମରେଶ(ବାଇଁଆ) ଜେନାଙ୍କ ପଦକ୍ଷେପକୁ ସମସ୍ତେ ଚାହିଁ ରହିଥିବା ବେଳେ ଏକାମ୍ରରେ ମଧ୍ୟ ସମାନ ସ୍ଥିତି । ଅଶୋକ ପଣ୍ଡାଙ୍କୁ ସେଠାରେ ପ୍ରବଳ ବିରୋଧ କରୁଛନ୍ତି ବିରଞ୍ଚି ନାରାୟଣ(ଲିଟୁ) ମହାସୁପକାର ।

ରୋଚକ କଥା ହେଉଛି, ଏକାମ୍ରର ଟାଣୁଆ କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ର ବିଜେପିରେ ଯୋଗଦେବାକୁ ଯାଉଥିଲା ବେଳେ ଜୟଦେବର ବିଜେଡି ଯୁବନେତା ସିଲୁ ପାତ୍ର ବିଜେପିରେ ଯୋଗଦେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ।

Previous Post

ବିଜେଡିରେ ସୁରେନ୍ଦ୍ର ସିଂ ଭୋଇ

Next Post

ସିରିଜ୍ ଇସ୍ତଫା: ବିଜେଡି ଛାଡ଼ିଲେ ଅନୁଭବ, ଆକାଶ

Next Post
ସିରିଜ୍ ଇସ୍ତଫା: ବିଜେଡି ଛାଡ଼ିଲେ ଅନୁଭବ, ଆକାଶ

ସିରିଜ୍ ଇସ୍ତଫା: ବିଜେଡି ଛାଡ଼ିଲେ ଅନୁଭବ, ଆକାଶ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA