Wednesday, July 9, 2025 05:11 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Guest Column

ସିରିଜ୍ ଇସ୍ତଫା: ବିଜେଡି ଛାଡ଼ିଲେ ଅନୁଭବ, ଆକାଶ

by Our Correspondent
30 Mar, 2024- 07:56 PM
in Guest Column, News, Politics
1 min read
0
ସିରିଜ୍ ଇସ୍ତଫା: ବିଜେଡି ଛାଡ଼ିଲେ ଅନୁଭବ, ଆକାଶ

-ବିଜେପିରେ ପ୍ରିୟଦର୍ଶୀ ମିଶ୍ର
-ବିଜେଡିରେ କେ. ସୁରିଆ ରାଓ
-ବିଜେପିରେ ରଶ୍ମୀ ମହାପାତ୍ର
-କଂଗ୍ରେସ ଛାଡ଼ିଲେ ଚିରଞ୍ଜିବୀ ବିଶ୍ୱାଳ

ଭୁୁବନେଶ୍ୱର: ସାଧାରଣ ନିର୍ବାଚନ ବେଳେ ଦଳ ଡିଆଁଡିଇଁ ଏକ ସାଧାରଣ କଥା । ଏହିକ୍ରମରେ ଆଜି ଦିନକରେ ବଡ଼ ବଡ଼ ଚେହେରା ନିଜ ଦଳରୁ ଇସ୍ତଫା ଦେଇଛନ୍ତି । କିଛି ଅନ୍ୟ ଦଳକୁ ଡେଇଁଛନ୍ତି, ଆଉ କିଛି ଡେଇଁବେ । ଏଥିରେ ବେଶୀ କ୍ଷତି ସହିଛି ଶାସକ ଦଳ ବିଜେଡି । ତେବେ ଉପକୂଳ ଓଡ଼ିଶାରୁ କଂଗ୍ରେସର ଜଣେ ହେଭିୱେଟ୍ ଦଳରୁ ଇସ୍ତଫା ଦେଇ ବିଜେଡି ମୁହାଁ ହୋଇଥିଲା ବେଳେ ଦକ୍ଷିଣ ଓଡ଼ିଶାରୁ ଜଣେ ପୂର୍ବତନ ବିଧାୟକ ଶାସକ ଦଳ ଶିବିରକୁ ଡ଼େଇଁଛନ୍ତି ।

ଆଜି ସକାଳୁ ସକାଳୁ ବିଜେଡିରୁ ଇସ୍ତଫା ଦେଇଥିଲେ ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଦଳରେ ତାଙ୍କୁ କ୍ରମାଗତ ଅବହେଳା କରାଯାଉଥିବା ପ୍ରତିବାଦରେ ସେ ବିଜେଡି ଛାଡ଼ୁଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଥିଲେ । ଆଉ ଇସ୍ତଫା ଘୋଷଣାର ଅଳ୍ପ ସମୟ ପରେ ବିଜେପି ଅଫିସ୍ ଯାଇ ପଦ୍ମ ଧରିଥିଲେ । ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ପ୍ରଭାରୀ ବିଜୟପାଲ୍ ସିଂହ ତୋମାର, ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ।

ଉତ୍ତରରୁ ନିଶ୍ଚିତ ନିର୍ବାଚନ ଲଢ଼ିବେ ବୋଲି ପ୍ରିୟଦର୍ଶୀ ଘୋଷଣା କରି ବିଜେପିରେ ମିଶିଥିବାରୁ ସ୍ଥିତି ରୋଚକ ହୋଇଛି । କାରଣ ସେଠାରେ ବିଜେପିର ପ୍ରମୁଖ ଦାବିଦାର ଅଛନ୍ତି ଦଳର ବରିଷ୍ଠ ନେତା ତଥା ମୁଖପାତ୍ର ଦିଲ୍ଲୀପ ମହାନ୍ତି । ୫ ବର୍ଷ ହେଲା ସେ ବିଭିନ୍ନ ସାଂଗଠନିକ କାର୍ଯ୍ୟ ଜରିଆରେ ଲୋକଙ୍କ ସହ ସମ୍ପର୍କ ଯୋଡିଛନ୍ତି । ସେଥିପାଇଁ ସେ ମଧ୍ୟ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ତେଣୁ ପ୍ରିୟଦର୍ଶୀ ପ୍ରାର୍ଥୀ ହେଲେ ଦିଲ୍ଲୀପ କ’ଣ କରିବେ ତାହା ଦେଖିବାର ଅଛି ।

ପାରଳାଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ କେ.ସୁରିଆ ରାଓ ନିଜର ଶତାଧିକ କର୍ମୀଙ୍କ ସହ ଦଳରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦେଇଛନ୍ତି । ଆଜି ଶଙ୍ଖ ଭବନଠାରେ ଆୟୋଜିତ ମିଶ୍ରଣ ପର୍ବରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ରଙ୍କ ଉପସ୍ଥିତିରେ ସେମାନେ ଶଙ୍ଖ ଧରିଥିଲେ ।

ସେହିଭଳି ଦଶପଲ୍ଲା ଏନଏସିର ଦୁଇ ବିଜେପି କାଉନସିଲରଙ୍କ ସହ ଜଣେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଆଜି ଶଙ୍ଖ ଭବନଠାରେ ଦଶପଲ୍ଲା ବିଧାୟକ ରମେଶ ବେହେରା ଏବଂ ରାଜ୍ୟସଭା ସାଂସଦ ଡ. ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦୁଇ କାଉନସିଲର ହେଲେ ୧୧ ନଂ ୱାର୍ଡର କିରଣ କୁମାର ସାହୁ, ୫ ନଂ ୱାର୍ଠର ମାନିନୀ ସେଠୀ ଏବଂ ଗରିଆ ଜୋନ୍ ୮ ର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ମନୋରଞ୍ଜନ ମହାପାତ୍ର ।

କଂଗ୍ରେସର ହେଭିୱେଟ୍ ତଥା ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ ଦଳରୁ ଇସ୍ତଫା ଦେଇଛନ୍ତି । ଅତୀତରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ସେ ଏବଂ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ନିଲମ୍ବିତ ହୋଇଥିଲେ । ପରବର୍ତ୍ତୀ ଉଭୟଙ୍କ ଉପରୁ ନିଲମ୍ବନ ହଟିଥିଲା । ତେବେ ଚିରଞ୍ଜିବୀଙ୍କୁ ଆଉ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଲା ନାହିଁ । ଖୁବଶୀଘ୍ର ସେ ବିଜେଡିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । 

କେନ୍ଦ୍ରାପଡ଼ା ସାଂସଦ ତଥା ଓଡ଼ିଆ ସିନେଷ୍ଟାର୍ ଅନୁଭବ ମହାନ୍ତି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ମଧ୍ୟ ବିଜେପିରେ ଯୋଗଦେଇପାରନ୍ତି । ଭର୍ତ୍ତୃହରି ମହତାବଙ୍କ ପରେ ସେ ବିଜେଡିର ଦ୍ୱିତୀୟ ସିଟିଂ ସାଂସଦ ଯିଏ ଇସ୍ତଫା ଦେଇଛନ୍ତି ।

ସେହିଭଳି କୋରେଇର ପୂର୍ବତନ ବିଧାୟକ ତଥା ଓଡ଼ିଆ ସିନେଷ୍ଟାର୍ ଆକାଶ ଦାସ ନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ମଧ୍ୟ ବିଜେପିରେ ଯୋଗଦେଇପାରନ୍ତି । ଯାହା ବି ହେଲେ କୋରେଇରୁ ସେ ନିର୍ବାଚନ ଲଢ଼ିବେ ବୋଲି ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇଛନ୍ତି ।

ଭୁବନେଶ୍ୱର ଏକାମ୍ରର ବରିଷ୍ଠ କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ର ଦଳରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି ।

Previous Post

ବିଜେଡି ଛାଡ଼ିଲେ ପ୍ରିୟଦର୍ଶୀ ମିଶ୍ର

Next Post

ଖୋର୍ଦ୍ଧା ବିଜେପିରେ ଅପରାଜିତା ନିଆଁ

Next Post
ଖୋର୍ଦ୍ଧା ବିଜେପିରେ ଅପରାଜିତା ନିଆଁ

ଖୋର୍ଦ୍ଧା ବିଜେପିରେ ଅପରାଜିତା ନିଆଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19067 shares
    Share 7627 Tweet 4767
  • ନବୀନ..ନବୀନ, ମୋହନ..ମୋହନ

    16583 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5780 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5465 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA