Sunday, April 26, 2026 12:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପ୍ରଫେସର ଡି ପି ରାୟ ସୋଆ ର ନୂତନ ଚାନ୍ସଲର

by Our Correspondent
01 Mar, 2022- 09:25 PM
in Latest News, News
1 min read
0
ପ୍ରଫେସର ଡି ପି ରାୟ ସୋଆ ର ନୂତନ ଚାନ୍ସଲର

ଭୁବନେଶ୍ୱର : ବିଶିଷ୍ଟ କୃଷି ବିଜ୍ଞାନୀ ପ୍ରଫେସର ଡ଼ଃ  ଦେବୀ ପ୍ରସାଦ ରାୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ବିଶ୍ୱବିଦ୍ୟାଳୟର ନୂତନ ଚାନ୍ସଲର ଭାବେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି |ସୋଆ ର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ଼ଃ  ମନୋଜ ନାୟକ ଙ୍କ ପ୍ରମୁଖ ଉପଦେଷ୍ଟା ଭାବେ କାର୍ଯ୍ୟରତ ଥିବା ପ୍ରଫେସର ରାୟ ପୂର୍ବରୁ ଭୁବନେଶ୍ୱରସ୍ଥିତ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ର କୁଳପତି ଭାବେ ଦୁଇ ଥର ଦାୟିତ୍ୱ ତୁଲାଇଛନ୍ତି | ୨୦୧୧ ମସିହାରୁ ପ୍ରଫେସର ଖଗେଶ୍ବର ପ୍ରଧାନ ସୋଆ ର ଚାନ୍ସଲର ଭାବେ କାର୍ଯ୍ୟ କରୁଥିଲେ।

ମଙ୍ଗଳବାର ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓ ସୋଆ ର ପ୍ରତିଷ୍ଠାତା ସଭାପତି ପ୍ରଫେସର ନାୟକଙ୍କ ଉପସ୍ଥିତିରେ ପ୍ରଫେସର ରାୟ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି | ବିଶ୍ଵବିଦ୍ୟାଳୟକୁ ପ୍ରଫେସର ରାୟ ସଫଳତାର ଶିଖରକୁ ନେବା ନିମନ୍ତେ ନେତୃତ୍ୱ ଓ ଦିଗଦର୍ଶନ ଦେବେ ବୋଲି ପ୍ରଫେସର ନାୟକ କହିଛନ୍ତି।

ପ୍ରଫେସର ରାୟ ୧୯୭୧ ମସିହାରେ ଓୟୁଏଟି ରୁ ଵିଏସସି (ଏଗ୍ରିକଲଚର) ଶିକ୍ଷା ଗ୍ରହଣ ପରେ କଲିକତା ବିଶ୍ୱବିଦ୍ୟାଳୟ ରୁ ଏମଏସସି (ଏଜି) ଓ ୧୯୮୧ ମସିହାରେ ପିଏଚଡି ଡ଼ିଗ୍ରୀ ହାସଲ କରିଥିଲେ |କଲିକତା ବିଶ୍ୱବିଦ୍ୟାଳୟ ରେ ହର୍ଟିକଲ୍ଚର ବିଭାଗ ରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଓ ଓୟୁଏଟି ରେ ଆସୋସିଏଟ ପ୍ରଫେସର ଭାବେ କାର୍ଯ୍ୟ ତୁଲାଇବା ସହ ଆସୋସିଏଟ ଡାଇରେକଟର (ରିସର୍ଚ୍ଚ ), ହର୍ଟିକଲ୍ଚର ବିଭାଗର ପ୍ରଫେସର ଓ ବିଭାଗୀୟ ମୁଖ୍ୟ, ଏକ୍ସଟେନସନ ଏଡୁକେସନ ଡିନ ଏବଂ ରେଜିଷ୍ଟ୍ରାର ଭାବେ ଦାୟିତ୍ୱ ତୁଲାଇଥିଲେ | ପ୍ରଫେସର ରାୟ ୨୦୦୬ ରେ ଓୟୁଏଟି ର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଓ ୨୦୧୨ପର୍ଯ୍ୟନ୍ତ ଏହି ପଦବୀ ରେ ଅବସ୍ଥାପିତ ଥିଲେ |

ସେ ଫଳ, ବିଭିନ୍ନ ବୃକ୍ଷ ରୋପଣ ଓ ଫସଲ ର ଉନ୍ନତି, ଅରକାର୍ଡ ମ୍ୟାନେଜେମେଣ୍ଟ ଓ ଜଳ ପରିଚାଳନା ଭଳି ବିଭିନ୍ନ କ୍ଷେତ୍ରରେ ଗବେଷଣା କରିଛନ୍ତି | ସେ ୫୦ରୁ ଅଧିକ ପୋଷ୍ଟ ଗ୍ରାଜୁଏଟ ଓ ପିଏଚଡି ଛାତ୍ରଛାତ୍ରୀଙ୍କୁ ଗାଇଡ଼ କରିଥିବା ବେଳେ ଜାତୀୟ ଓ ଆନ୍ତର୍ଜାତକ ସ୍ତରରେ ତାଙ୍କର ୨୦୦ ରୁ ଅଧିକ ସନ୍ଦର୍ଭ ପ୍ରକାଶ ପାଇଛି | ପ୍ରଫେସର ରାୟ ଇଣ୍ଡିଆନ କାଉନସିଲ ଅଫ ଆଗ୍ରିକଲଚରାଲ ରିସର୍ଚ୍ଚ, ଡିପାର୍ଟମେଣ୍ଟ ଅଫ ବାୟୋଟେକ୍ନୋଲୋଜି, ଡିପାର୍ଟମେଣ୍ଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏବଂ ଭାରତ ସରକାରଙ୍କ ଯୋଜନା କମିଶନ ଅଧୀନରେ ଥିବା ବିଭିନ୍ନ ଜାତୀୟ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି |

ନାସନାଲ ଏକାଡେମି ଅଫ ଏଗ୍ରିକଲଚରାଲ ସାଇନ୍ସ, ନୂଆଦିଲ୍ଲୀ ସ୍ଥିତ ହର୍ଟିକଲଚର ସୋସାଇଟି ଅଫ ଇଣ୍ଡିଆ, ଚେନ୍ନାଇ ସ୍ଥିତ ନାସନାଲ ଏକାଡେମି ଅଫ ବାୟୋଲୋଜିକାଲ ସାଇନ୍ସେସ, ବାରଣାସୀ ସ୍ଥିତ ଇଣ୍ଡିଆନ ସୋସାଇଟି ଅଫ ଭେଜିଟେବୁଲ ସାଇନ୍ସ, ନୂଆଦିଲ୍ଲୀ ସ୍ଥିତ କନଫେଡେରେସନ ଅଫ ହର୍ଟିକଲଚର ଆସୋସିଏସନ ଅଫ ଇଣ୍ଡିଆ ଏବଂ ଭୁବନେଶ୍ୱର ସ୍ଥିତ ଓଡିଶା ପରିବେଶ ସମାଜ ର ଫେଲୋ ରହିଥିବା ପ୍ରଫେସର ରାୟ ୨୦୦୯ ରେ ଡ଼ଃ ଏମ ଏଚ ମାରିଗୌଡା ଜାତୀୟ ପୁରସ୍କାର, ୨୦୧୦ରେ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଥୀଙ୍କ ଓଡିଶା ଲିଡରସିପ ସମ୍ନାନ, ୨୦୧୧ରେ ଲାଇଫ ଟାଇମ ଅ।ଚିଭମେଣ୍ଟ ଇନ ଭେଜିଟେବୁଲ କ୍ରପ୍ସ ଆୱାର୍ଡ, ୨୦୧୧ ରେ ଲାଇଫ ଟାଇମ କଣ୍ଟ୍ରିବ୍ୟୁସନ ଫର ପ୍ରମୋସନ ଅଫ ଏଗ୍ରିକଲଚର ସାଇନ୍ସ, ୨୦୧୬ ରେ ସିନିଅର ସାଇନଟିଷ୍ଟ ଆୱାର୍ଡ ଏବଂ ୨୦୧୯ ରେ ପନିପରିବା ଓ ଶିକ୍ଷା କ୍ଷେତ୍ରରେ ଅବଦାନ ନିମନ୍ତେ ଓଡିଶା ବିଜ୍ଞାନ ଏକାଡେମି ସମ୍ମାନ ରେ ସମ୍ମାନିତ ହୋଇଛନ୍ତି ।

ସୋଆର ଉପ କୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଉପ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଉପ କୁଳପତି ତଥା ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ର ଡିନ ପ୍ରଫେସର ଗଙ୍ଗାଧର ସାହୁ, ନିର୍ଦେଶକ ଡ଼ଃ ମହେନ୍ଦ୍ର ପ୍ରସାଦ, ଫାକଲ୍ଟି ଅଫ ଭେଟେରିନାରୀ ସାଇନ୍ସେସର ଡ଼ଃ ବ୍ରହ୍ମଦେବ ପଟନାୟକ, ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ପ୍ରଫେସର ଜୟଦେବ ପତି, ସିଭିଓ ତଥା ନିର୍ଦେଶକ (ରିସୋରସେସ ଶ୍ରୀ ଯୁଗଳ କିଶୋର ଦାସ, ଚିଫ କନ୍ସଲଟାଣ୍ଟ (ଇଁଫ୍ରାଷ୍ଟ୍ରକଚର) ଶ୍ରୀ ସତ୍ୟରଞ୍ଜନ ସେଠୀ, ସୁମା ରିଅଲ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ର ସିଇଓ ଶ୍ରୀ ସୁନୀଲ ଦାସ, ପ୍ରମେୟ ନିଉଜ ସେଭେନ ର ଏଡିଟର ଶ୍ରୀ ଦେବନାରାୟଣ ସେଠୀ, ସମ ହସ୍ପିଟାଲ ର ଡେପୁଟି ମେଡିକାଲ ସୁପରିଟେଣ୍ଡେଣ୍ଟ ଡ଼ଃ ରାଜେଶ ଲେଙ୍କା ଓ ପ୍ରମେୟ (ଭୁବନେଶ୍ୱର )ର ବୁରୋ ଚିଫ ଶ୍ରୀ ଦେବେନ୍ଦ୍ର ସୁଆର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ |

Previous Post

ବିଜେଡ଼ିକୁ ୭୬୬ ଆସନ, ୫୨.୭୩% ଭୋଟ

Next Post

କର୍ମୀ ଓ ନେତାଙ୍କ ଉତ୍ସାହ ବଢ଼ାଇଲେ ନବୀନ

Next Post
କର୍ମୀ ଓ ନେତାଙ୍କ ଉତ୍ସାହ ବଢ଼ାଇଲେ ନବୀନ

କର୍ମୀ ଓ ନେତାଙ୍କ ଉତ୍ସାହ ବଢ଼ାଇଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA