ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି । ୮୫୨ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡ଼ିକୁ ୭୬୬ ଆସନ ମିଳିଛି । ବିଜେପିକୁ ୪୨, କଂଗ୍ରେସକୁ ୩୭ ଆସନ ମିଳିଛି । ୩ ଜଣ ସ୍ୱାଧୀନ ପ୍ରାର୍ଥୀ ଏବଂ ୪ ଜଣ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
ଭୋଟ ପ୍ରତିଶତ ଦେଖିଲେ, ବିଜେଡ଼ିକୁ ୫୨.୭୩% ଭୋଟ ମିଳିଥିବା ବେଳେ ବିଜେପିକୁ ୩୦.୦୭%, କଂଗ୍ରେସକୁ ୧୩.୫୭% ଏବଂ ଅନ୍ୟାନ୍ୟଙ୍କୁ ୩.୧୬% ଭୋଟ ମିଳିଛି ।