Sunday, April 26, 2026 07:11 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗାଁରେ ଚାଲିଲାନି ବିଜେପିର ଗପ

ପ୍ରତ୍ୟାଖ୍ୟାନ କଲେ ଗ୍ରାମାଞ୍ଚଳ ଭୋଟର

by Our Correspondent
28 Feb, 2022- 08:40 PM
in Latest News, News, Politics
1 min read
0
ଗାଁରେ ଚାଲିଲାନି ବିଜେପିର ଗପ

ଭୁବନେଶ୍ୱର: କଟକରୁ କେନ୍ଦୁଝର । ମାଲକାନଗିରିରୁ ମୟୁରଭଞ୍ଜ । ସବୁଠି ବିଜେପିର ଦହନୀୟ ଅବସ୍ଥା । ଗ୍ରାମାଞ୍ଚଳ ଭୋଟର ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ୨୦୧୭ ନିର୍ବାଚନରେ ଦଳ ୨୯୭ ଜିଲ୍ଲା ପରିଷଦ ଆସନରେ ବିଜୟୀ ହେବା ସହ ୮ ଟି ଜିଲ୍ଲାରେ ପରିଷଦ ଗଠନ କରିଥିଲା । ମାତ୍ର ଏଥର ୫୦ ଅଙ୍କ ଛୁଇଁବା ସମ୍ଭବ ହେଉନି । ୧୦ ଜିଲ୍ଲାରେ ବିଜେପି ଖାତା ଖୋଲି ପାରିନାହିଁ । ମୋଟାମୋଟି କହିଲେ, ଏଇ ତିନିବର୍ଷ ତଳେ ମୁଖ୍ୟ ବିରୋଧୀ ଦଳ ଆସନରେ ବସେଇଥିବା ବିଜେପିଠାରୁ ଓଡ଼ିଶାବାସୀ ଭରସା ତୁଟେଇ ଦେଇଛନ୍ତି ।

ବିଜେପିରେ ଏଠି ନେତାଙ୍କର ଅଭାବ ନାହିଁ । ମାଳ ମାଳ ମୁଖ୍ୟମନ୍ତ୍ରୀ ଦାବିଦାର ଅଛନ୍ତି । ମାତ୍ର ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେଉଥିବା ନେତୃତ୍ୱର ଅଭାବ ରହିଛି । ଗତ ପଞ୍ଚାୟତ ନିର୍ବାଚନ ଏବଂ ପରବର୍ତ୍ତୀ ସମୟରେ ସାଧାରଣ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ପ୍ରଚାରର ମଙ୍ଗ ଧରିବା ସହ ସଂଗଠନକୁ ପରିଚାଳନା କରିଥିଲେ । ଆଉ ବିଜେପିକୁ ତାହାର କିଞ୍ଚିତ ଫଳ ମିଳିଥିଲା । ମାତ୍ର ଏଥର ଧର୍ମେନ୍ଦ୍ର ଉତ୍ତର ପ୍ରଦେଶ ନିର୍ବାଚନ ଦାୟିତ୍ୱ ବାହାନାରେ ଓଡ଼ିଶା ପଞ୍ଚାୟତ ନିର୍ବାଚନଠାରୁ ସମ୍ପୂର୍ଣ୍ଣ ଦୂରେଇଗଲେ । ରାଷ୍ଟ୍ରପତିଙ୍କ ଗସ୍ତବେଳେ ଓଡ଼ିଶା ଆସି ବି ନିର୍ବାଚନ ଭିତରେ ମୁଣ୍ଡ ପୂରାଇଲେନି । କାରଣ ଯାହା ବି ହେଉ, ତାଙ୍କର ନେତୃତ୍ୱ ବିହୀନେ ଦଳର ଅବସ୍ଥା କ’ଣ ତାହା ଦେଖିବାକୁ ମିଳୁଛି । ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ବିଶ୍ୱେଶ୍ୱର ଟୁଡୁ, ପ୍ରତାପ ଷଡ଼ଙ୍ଗୀ, ଜୁଏଲ୍ ଓରାମଙ୍କ ଭଳି ହେଭିୱେଟ୍ ନେତା ରାଜ୍ୟ ସମ୍ଭାଳିବେ କ’ଣ ନିଜ ନିଜର ଗଡ଼କୁ ମଧ୍ୟ ବଞ୍ଚାଇପାରିଲେନି!

ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଅଧିକାଂଶ ନେତାଙ୍କର ଦେଖାଦର୍ଶନ ମିଳୁ ନାହିଁ । ସମ୍ଭବତଃ ମୁହଁ ଦେଖାଇବାକୁ ଲାଜ ଲାଗୁଛି । ହାତଗଣତି ନେତା ଟିଭି ଡିବେଟ୍ ରେ ଆସୁଥିଲେ ମଧ୍ୟ ପରାଜୟକୁ ସହଜରେ ସ୍ୱୀକାର କରୁନାହାନ୍ତି । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଟିଭି ଚାନେଲ୍ କୁ ସାକ୍ଷାତକାର ଦେବା ବେଳେ ସେମିତି ଗୁଣ୍ଡା ଭଳି ଆଚରଣ କରୁଛନ୍ତି । ଅଖାଡୁଆ, ବିରକ୍ତିକର ଯୁକ୍ତି କରୁଛନ୍ତି । ନିର୍ବାଚନ ଫଳାଫଳକୁ ‘ଧନମତ’ କହି ଗ୍ରାମାଞ୍ଚଳ ଭୋଟରଙ୍କୁ ଲାଞ୍ଚୁଆ ଆଖ୍ୟା ଦେଇଛନ୍ତି ପ୍ରତାପ ଷଡ଼ଙ୍ଗୀ । ନେଡ଼ି ଗୁଡ଼ କହୁଣୀକୁ ବୋହିଗଲା ପରେ ବି ସାଧାରଣ ଜନତାଙ୍କ ଦ୍ୱାରା ସେମାନେ ପ୍ରତ୍ୟାଖ୍ୟାତ ହେବାର କାରଣ ହୃଦୟଙ୍ଗମ ନ କରିବା ବିଜେପି ପ୍ରେମୀମାନଙ୍କୁ ବାସ୍ତବିକ ଅଧିକ ଲଜ୍ଜିତ କରୁଛି ।

୨୦୧୭ ପରଠୁଁ ବିଜେପି ନେତାଙ୍କର ଭୂଆଁବାଣ ଏବଂ ଅହଂଭାବ ଲୋକମାନଙ୍କୁ ଅସହ୍ୟ ହେବା ସହ କର୍ମୀମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥିବା ଏବେ ଜଣାପଡୁଛି । ଅର୍ଥାତ୍ ଗାଁରେ ଚାଲିଲାନି ବିଜେପିର ଗପ । ଗାଁ ଦାଣ୍ଡଠାରୁ ସହରର ଖଟି ଜାଗା ସବୁଠି ବିଜେପି ପରାଜୟକୁ ନେଇ ଚର୍ଚ୍ଚା । ଆଉ ଏହାର କାରଣ ଗୁଡ଼ିକ ହେଉଛି..

– ବିଜେପି ନେତା/ନେତ୍ରୀମାନଙ୍କ ମନ୍ତବ୍ୟ ଓଡ଼ିଶାବାସୀ ଟିଭିରେ ଶୁଣୁଛନ୍ତି । ସେମାନେ ପ୍ରସଙ୍ଗ ଉପରେ କ’ଣ କହନ୍ତି ନ କହନ୍ତି ତାହା ଭିନ୍ନ କଥା । ମାତ୍ର ସେମାନଙ୍କ ଭାବଭଙ୍ଗୀ, ଆଚରଣ ଓ ଉଚ୍ଚାରଣ ବିରକ୍ତିକର । ଖୋଦ୍ ସେମାନଙ୍କ ଦଳର ଅନେକ ନେତା ଓ କର୍ମୀଙ୍କୁ ମଧ୍ୟ ତାହା ପସନ୍ଦ ହୁଏ ନାହିଁ । ଅତଏବ, ଶିଷ୍ଟାଚାରରେ କେମିତି କଥା କୁହାଯାଏ ଏବଂ ଲୋକଙ୍କ ମନକୁ ଛୁଇଁହୁଏ ତାହା ଟିଭିରେ ମୁହଁ ଦେଖାଉଥିବା ବିଜେପି ନେତା ଏ ଯାଏଁ ଶିଖି ପାରିନାହାନ୍ତି ।

– ଗର୍ବ ଓ ଅହଂକାର ଅଧିକାଂଶ ବିଜେପି ନେତାଙ୍କର ଏକ ଅଳଙ୍କରଣ ହୋଇଥିବା ସାଧାରଣରେ ବିଶ୍ୱାସ ଜନ୍ମିସାରିଛି । ରାଜ୍ୟରେ ସରକାର ଗଢ଼ିବେ ବୋଲି ଖାଲି ହାୱା କରି କରି ସେମାନେ ନିଜକୁ ଅହଂକାରୀ କରିଦେଇଛନ୍ତି । ଏମାନଙ୍କର ଅହଂକାର ସ୍ୱଭାବ ଲୋକଙ୍କ ପାଇଁ ଗ୍ରହଣୀୟ ହେଉନାହିଁ । ବରଂ ବିରକ୍ତିକର ହେଉଛି । ସେମାନଙ୍କ କଥା ଓ କାମରେ ଆକାଶ ପାତାଳ ଫରକ ।

– ସରକାର ଓ ଶାସକ ଦଳ ବିରୋଧରେ ପ୍ରସଙ୍ଗକୁ କିଭଳି ଅସ୍ତ୍ର କରାଯାଏ, ବିଜେପି ବାଲାଙ୍କୁ ସେହି ବିଦ୍ୟା ଜଣାନାହିଁ । ଯେମିତି କି ମାହାଙ୍ଗା ଡବଲ୍ ମର୍ଡର ଏବଂ ମମିତା ମେହେର ପ୍ରସଙ୍ଗ । ବିଜେପି ନେତାଙ୍କୁ ମାହାଙ୍ଗାରେ ମର୍ଡର କରାଗଲା । ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମର୍ଡର କଳାହାଣ୍ଡିରେ ହେଲା । ଅଥଚ ବିଜେପି ନେତାମାନେ ସ୍ଥାନୀୟ ଅଞ୍ଚଳର ଜନମତକୁ ଧ୍ୟାନ ଦେଲେ ନାହିଁ । ସେମାନଙ୍କର ବେଶୀ ଧ୍ୟାନ ରହିଲା ଟିଭି କ୍ୟାମେରା ଉପରେ । ଭୁବନେଶ୍ୱରର ରାମମନ୍ଦିର ଛକରୁ ଶିଶୁଭବନ ଛକ ଦେଇ ନବୀନ ନିବାସ ରାସ୍ତା ହେଲା ଫୋକସ୍ ପଏଣ୍ଟ । କାରଣ ଥିଲା ରାଜଧାନୀରେ ଆନ୍ଦୋଳନ କଲେ, ସବୁ ଟିଭିରେ ମୁହଁ ଦିଶିବ । ଖବରକାଗଜରେ ଫଟୋ ବାହାରିବ । ଦ୍ୱିତୀୟ କଥା ହେଉଛି, ଗୋଟିଏ ପ୍ରସଙ୍ଗକୁ ଲଜିକାଲ୍ ଏଣ୍ଡ୍ କୁ ନ ଟାଣି ନୂଆ ପ୍ରସଙ୍ଗକୁ ଡିଆଁ ମାରିବା ଏବଂ ପୁରୁଣା ପ୍ରସଙ୍ଗକୁ ଭୁଲିଯିବା । ନୟାଗଡ଼ ପରୀ ହତ୍ୟାକାଣ୍ଡ, ମାହାଙ୍ଗା ଡବଲ୍ ମର୍ଡର ଏବଂ ମମିତା ମେହେର ପ୍ରସଙ୍ଗ ତାହାର ଜ୍ୱଳନ୍ତ ଉଦାହରଣ । ସାଧାରଣ ଲୋକଙ୍କର ମନରେ ସେମାନେ ବିଶ୍ୱାସ ଜନ୍ମାଇଲେ ଯେ ବିଜେପି ଯାହା କହୁଛି ସେଥିରେ ଦମ୍ ନାହିଁ । ଡାମ୍ଫା ମାରୁଛନ୍ତି ।

– ସାଧାରଣ ଜନତାଙ୍କ ସହ ଯୋଡି ହୋଇ ରହିବାର ଲକ୍ଷଣ ଓଡ଼ିଶା ବିଜେପି ନେତାମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁନାହିଁ । ସେଥିପାଇଁ ସାଂଗଠନିକ ବିସ୍ତାର ଏବଂ ଦଳୀୟ କାର୍ଯ୍ୟକ୍ରମରେ ସେମାନଙ୍କ ମନ ନାହିଁ । ତୃଣମୂଳସ୍ତରକୁ ନ ଯାଇ ବଡ଼ ନେତାମାନେ ଭୁବନେଶ୍ୱରର ପାର୍ଟି ଅଫିସ୍ ଏସି ରୁମ୍ ରେ ବସି ପ୍ରେସ୍ ମିଟ୍ କରିବାଟା ମୁଖ୍ୟ ଦଳୀୟ କାର୍ଯ୍ୟକ୍ରମ ବୋଲି ଧରିନେଇଛନ୍ତି । ସୁତରାଂ ଲୋକଙ୍କ ସମସ୍ୟାର ସମାଧାନ ନୁହେଁ ବରଂ ଟିଭିରେ ମୁହଁ ଦେଖାଇବାଟା ବିଜେପି ନେତୃତ୍ୱର ଆଦତ୍ ବୋଲି ଭୋଟର ଜାଣିସାରିଲେଣି ।

– ସୋସିଆଲ୍ ମିଡ଼ିଆରେ ବିରୋଧୀଙ୍କୁ ଭାଷା ଅଭାଷାରେ ଆକ୍ରମଣ କରିବାର ବିଦ୍ୟା ଓ କୌଶଳରେ ବିଜେପି ମୂଳରୁ ଧୂରନ୍ଧର । ମାତ୍ର ଏହା ଦଳ ପାଇଁ ଯେ ବୁମେରାଂ, ତାହା ସେମାନେ ବୁଝି ନ ଥିଲେ କି ବୁଝିବା ମାନସିକତାରେ ନାହାନ୍ତି । ସାଧାରଣ ଜନତା ନିଜର ମୋବାଇଲ୍ ରେ ହ୍ୱାଟସ୍ ଆପ୍ କି ଫେସବୁକ୍ ରୁ ରାଜନୈତିକ ଗାଳିମନ୍ଦରୁ ମଜ୍ଜା ନିଅନ୍ତି ସତ ମାତ୍ର ତାହା ଅର୍ଥ ନୁହେଁ ଯେ ସେମାନେ ବୋକା । ବରଂ ଏଥିରୁ ରାଜନୈତିକ ଦଳର ଚରିତ୍ର ତଉଲି ଦିଅନ୍ତି । ଏହି ଦୃଷ୍ଟିରୁ ବିଜେପି ଲୋକଙ୍କ ବିଶ୍ୱାସଭାଜନ ହୋଇପାରୁନାହିଁ ।

Previous Post

ବିଜେଡ଼ି ଭାଙ୍ଗିଲା ବିଜେଡ଼ି ରେକର୍ଡ

Next Post

ବିଜେଡ଼ିକୁ ୭୬୬ ଆସନ, ୫୨.୭୩% ଭୋଟ

Next Post
ବିଜେଡ଼ିକୁ ୭୬୬ ଆସନ, ୫୨.୭୩% ଭୋଟ

ବିଜେଡ଼ିକୁ ୭୬୬ ଆସନ, ୫୨.୭୩% ଭୋଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA