Sunday, April 26, 2026 01:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡ଼ି ଭାଙ୍ଗିଲା ବିଜେଡ଼ି ରେକର୍ଡ

୭୬୦ ରୁ ଅଧିକ ଜିଲ୍ଲା ପରିଷଦ ଆସନ

by Our Correspondent
28 Feb, 2022- 08:17 PM
in Latest News, News
1 min read
0
ବିଜେଡ଼ି ଭାଙ୍ଗିଲା ବିଜେଡ଼ି ରେକର୍ଡ

ଭୁବନେଶ୍ୱର: ଲଗାତର ପଞ୍ଚମ ଥର ପାଇଁ ଶାସନଗାଦିରେ ବସିଥିବା ବିଜୁ ଜନତା ଦଳର ସଫଳତାରେ ଆଉ ଏକ ବିରଳ ରେକର୍ଡ ଯୋଡି ହୋଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ୮୫୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୭୬୦ ରୁ ଅଧିକ ଆସନ ଅକ୍ତିଆର କରିବାକୁ ଯାଉଛି । ଗତଥରର ବିଜେପି ଗଡ଼କୁ ଭାଙ୍ଗି ଚୁରମାର୍ କରି ଦେଇଛି ଦଳ । ସେଠାରେ ଏକତରଫା ବିଜୟ ହାସଲ କରିଛି । ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ବିଜେଡ଼ି ଜିଲ୍ଲା ପରିଷଦ ଗଠନ କରିବାକୁ ଯାଉଛି ।

୨୦୧୨ ମସିହାରେ ବିଜେଡ଼ି ଖାତାରେ ସର୍ବାଧିକ ୬୫୧ ଜିଲ୍ଲା ପରିଷଦ ଆସନର ରେକର୍ଡ ଥିଲା । ମାତ୍ର ୨୦୧୭ ନିର୍ବାଚନରେ ଦଳର ପ୍ରଦର୍ଶନ ଖରାପ ହୋଇଥିଲା । ମିଳିଥିଲା ୪୭୬ ଆସନ । ବରଗଡ଼, ବଲାଙ୍ଗୀର, ଦେବଗଡ଼, ସମ୍ବଲପୁର, ସୋନପୁର, ଗଜପତି, କଳାହାଣ୍ଡି ଏବଂ ମୟୁରଭଞ୍ଜ ଜିଲ୍ଲାରେ ବିଜେଡ଼ିକୁ ମାତ୍ ଦେଇଥିଲା ବିଜେପି । ମାତ୍ର ସେଠାରେ ଏଥରର ସ୍ଥିତି ସମ୍ପୂର୍ଣ୍ଣ ଓଲଟି ଯାଇଛି । ପଶ୍ଚିମ ଓଡ଼ିଶାକୁ ବିଜେପି କବଳରୁ ଛଡ଼ାଇ ଆଣିଥିଲା ବେଳେ ଉପକୂଳ ଓଡ଼ିଶାରେ ବିଜେଡ଼ି ନିଜର ସ୍ଥିତିକୁ ଆହୁରି ମଜବୁତ୍ କରିଛି ।

ବିଜେଡ଼ିର ଦୃଢ଼ ସଂଗଠନ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ଲୋକପ୍ରିୟତା ତଥା ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ବିଜେଡ ସଫଳତାର ମୁଖ୍ୟ କାରଣ ହୋଇଥିବା ବେଳେ ବିରୋଧୀ ଦଳଙ୍କ ଉପରୁ ଗ୍ରାମାଞ୍ଚଳ ଭୋଟର ମୁହଁ ଫେରାଇ ନେଇଥିବାରୁ ବିଜେଡ଼ି ସଫଳତା ଦ୍ୱିଗୁଣିତ ହୋଇଥିବା କୁହାଯାଉଛି । ଗ୍ରାମାଞ୍ଚଳ ଭୋଟରଙ୍କର ନବୀନ ପଟ୍ଟନାୟକଙ୍କ ପ୍ରତି ଭଲ ପାଇବା କେବଳ ଅତୁଟ ନାହିଁ, ବରଂ ଅଧିକ ବଢ଼ିଥିବା ପ୍ରମାଣିତ ହୋଇଛି ।

ରାଜନୈତିକ ସମୀକ୍ଷକମାନଙ୍କ ମତରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ସାଙ୍ଗରେ ଯୋଡି ହୋଇଯାଇଛି ତାଙ୍କ ସରକାରର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ । କୋଭିଡ଼୍ ପରିଚାଳନାରେ ରାଜ୍ୟ ସରକାରଙ୍କ ସଫଳତା, ମାଗଣା ଚିକିତ୍ସା ଏବଂ ସ୍ୱାସ୍ଥ୍ୟ କାର୍ଡ ଭଳି ଯୋଜନାର ବହୁତ ପ୍ରଭାବ ପଡ଼ିଛି ।

ସେପଟେ ସାଂଗଠନିକ ଶୃଙ୍ଖଳା ଯୋଗୁଁ ଦଳ ବର୍ଷତମାମ ଲୋକମାନଙ୍କ ସହିତ ଯୋଡି ହୋଇରହିଛି । ସରକାରଙ୍କ ବିକାଶମୂଳକ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ କର୍ମୀମାନେ ନେଉଛନ୍ତି । ଦଳ ଓ ସରକାର ଭିତରେ ଉତ୍ତମ ସମନ୍ୱୟ ରକ୍ଷା ଯୋଗୁଁ ଏହା ସମ୍ଭବ ହୋଇପାରୁଛି ।

ବିଜେଡ଼ିର ଯୋଜନାବଦ୍ଧ ରଣନୀତି ମଧ୍ୟ ବିଶାଳ ସଫଳତାର ଅନ୍ୟତମ କାରଣ । ଗତ ନିର୍ବାଚନରେ ଦଳର ଦୋଷ ଦୁର୍ବଳତାକୁ ବାହାର କରି ତାକୁ ସଜାଡ଼ିବା ପାଇଁ ବିଜେଡ଼ି ଅକ୍ଲାନ୍ତ ପରିଶ୍ରମ କରିଥିଲା । ଯାହାର ଶ୍ରେୟ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସଙ୍କର । ସାରା ରାଜ୍ୟ ବୁଲି ତୃଣମୂଳସ୍ତରରେ ଦଳକୁ ମଜବୁତ କରିବାରେ ବବିଙ୍କ ଅବଦାନକୁ ସବୁ ମହଲରୁ ପ୍ରଶଂସା କରାଯାଉଛି । ସର୍ବୋପରି ନବୀନଙ୍କ ନେତୃତ୍ୱ, ସରକାରଙ୍କ ଲେକାଭିମୁଖୀ କାର୍ଯ୍ୟକ୍ରମ ଏବଂ ବବିଙ୍କ ସାଂଗଠନିକ ସଂଚାଳନ ବିଜେଡ଼ିକୁ ରେକର୍ଡ ବିଜୟୀ କରାଯାଇଛି ।

Previous Post

ବୃହତ୍ତ ବିଜୟ ପଥରେ ବିଜେଡ଼ି, ଦୁଇ ନମ୍ବର ପାଇଁ ବିଜେପିର ସଂଘର୍ଷ

Next Post

ଗାଁରେ ଚାଲିଲାନି ବିଜେପିର ଗପ

Next Post
ଗାଁରେ ଚାଲିଲାନି ବିଜେପିର ଗପ

ଗାଁରେ ଚାଲିଲାନି ବିଜେପିର ଗପ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA