Sunday, April 26, 2026 07:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବୃହତ୍ତ ବିଜୟ ପଥରେ ବିଜେଡ଼ି, ଦୁଇ ନମ୍ବର ପାଇଁ ବିଜେପିର ସଂଘର୍ଷ

ଭୋଟ ଗଣତିର ଦ୍ୱିତୀୟ ଦିନ

by Our Correspondent
27 Feb, 2022- 08:08 PM
in Latest News, News
1 min read
0
ବୃହତ୍ତ ବିଜୟ ପଥରେ ବିଜେଡ଼ି, ଦୁଇ ନମ୍ବର ପାଇଁ ବିଜେପିର ସଂଘର୍ଷ

ଭୁବନେଶ୍ୱର: ଭୋଟ ଗଣତିର ଦ୍ୱିତୀୟ ଦିନରେ ବି ବିଜେଡ଼ିର ବୃହତ୍ତ ବିଜୟ ଯାତ୍ରା ଜାରି ରହିଛି । ବିଜେପି ଓ କଂଗ୍ରେସକୁ ବହୁ ପଛରେ ପକାଇ ଦେଇଛି ଦଳ । ଆଜି ସଂଧ୍ୟା ସାଢ଼େ ୭ଟା ସୁଦ୍ଧା ମିଳିଥିବା ଟ୍ରେଣ୍ଡିଂରେ ୬୨୦ ଜିଲ୍ଲା ପରିଷଦ ମଧ୍ୟରୁ ବିଜେଡ଼ି ସପକ୍ଷରେ ୫୫୨ ଆସନ ରହିଛି । ବିଜେପି ଓ କଂଗ୍ରେସ ସପକ୍ଷରେ ୩୧ ଲେଖାଏଁ ଆସନ ଥିବା ବେଳେ ଅନ୍ୟାନ୍ୟ ଦଳ ସପକ୍ଷରେ ରହିଛି ୭ ଟି ଆସନ ।

ଗତକାଲି ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଜୋନ୍ ର ଭୋଟ ଗଣତି ହୋଇଥିଲା । ଏହା ମଧ୍ୟରୁ ନିଆଳୀ ଅନ୍ତର୍ଗତ ଗୋଟିଏ ଜୋନ୍ ର ଗଣତି ସ୍ଥଗିତ ରହିଥିବା ଦୃଷ୍ଟିରୁ ନିର୍ବାଚନ କମିସନଙ୍କ ପକ୍ଷରୁ ୩୧୪ ଆସନର ଫଳାଫଳ ଘୋଷଣା ହୋଇଛି । ବିଜେଡ଼ି ୨୮୧ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୧୫, କଂଗ୍ରେସ ୧୪ ଏବଂ ଅନ୍ୟାନ୍ୟ ଦଳ ୪ଟି ଆସନରେ ବିଜୟୀ ହୋଇଛନ୍ତି ।

ଦ୍ୱିତୀୟ ଦିନରେ ଆଜି ସକାଳୁ ୩୦୬ ଜିଲ୍ଲା ପରିଷଦ ଜୋନ୍ ର ଭୋଟ ଗଣତି ଚାଲିଛି । ଗତକାଲିର ୩୧୪ ଆସନକୁ ମିଶାଇ ସଂଧ୍ୟା ସୁଦ୍ଧା ୩୨୧ ଜିଲ୍ଲା ପରିଷଦ ଆସନର ଫଳାଫଳ ଘୋଷଣା ହୋଇଛି । ସେଥରୁ ବିଜେଡ଼ି ୨୮୮ ଆସନରେ ବିଜୟୀ ହୋଇଛି । ବିଜେପି ୧୫ ଏବଂ କଂଗ୍ରେସ ୧୪ଟି ଆସନରେ ବିଜୟୀ ହୋଇଛନ୍ତି । ଅନ୍ୟାନ୍ୟ ଦଳ ପାଇଛନ୍ତି ୪ ଟି ଆସନ ।

ଦୁଇଦିନର ଟ୍ରେଣ୍ଡିଂ ଏବଂ ଫଳାଫଳକୁ ଦେଖିଲେ ବିଜେଡ଼ି ଏକ ବୃହତ୍ତ ବିଜୟ ପଥକୁ ଅଗ୍ରସର ହେଉଛି । ୩୦ଟି ଯାକ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନର ସମ୍ଭାବନା ଉଜ୍ଜଳ ହୋଇଥିବା ବେଳେ ୭୦୦ ଆସନ ପାର୍ ସହ ରେକର୍ଡ କରିବ ବୋଲି ଅନୁମାନ କରାଯାଉଛି । ୨୦୧୨ ନିର୍ବାଚନରେ ବିଜେଡ଼ି ନାଁରେ ୬୫୧ ଜିଲ୍ଲା ପରିଷଦ ଆସନର ରେକର୍ଡ ଥିଲା । ୨୦୧୭ ମସିହାରେ ବିଜେଡ଼ି ୪୭୬ ଆସନ ପାଇଥିଲା ।

ଗତଥର ୨୯୭ ଆସନ ପାଇଥିବା ବିଜେପି ଚଳିତ ଥର ୫୦ ଆସନ ଛୁଇଁବା କଷ୍ଟକର ଦିଶିଲାଣି । ବରଂ ଗତଥର ୬୦ ଆସନ ପାଇ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ସହ ଦୁଇନମ୍ବର ପୋଜିସନ୍ ପାଇଁ ବିଜେପି ଲଜ୍ଜାଜନକ ସଂଘର୍ଷ କରୁଛି । ବିଜେଡ଼ିର ବିକଳ୍ପ ବୋଲି ଦାବି କରି ଆସୁଥିବା ବିଜେପିର ଏହି ଦହନୀୟ ସ୍ଥିତିକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ପରିସ୍ଥିତି ଏଭଳି ହୋଇଛି ଯେ ବିଜେପି ଅତି କମ୍ ଆସନ ସହ ଦୁଇ ନମ୍ବର ସ୍ଥିତି ରକ୍ଷା କରିବା ବି କଷ୍ଟକର ହୋଇଗଲାଣି ।

କାରଣ ଆଜି ସଂଧ୍ୟା ସୁଦ୍ଧା ଆସିଥିବା ଟ୍ରେଣ୍ଡିଂରେ ବିଜେପି ଓ କଂଗ୍ରେସ ସମାନ ସଂଖ୍ୟକ(୩୧) ଆସନରେ ଆଗୁଆ ଅଛନ୍ତି । ଆଉ ଗୋଟିଏ ଦିନ ଭୋଟ ଗଣତି ଥିବାରୁ କିଏ ଦୁଇ ନମ୍ବରରେ ରହିବ ତାହା ଏବେଠାରୁ କହିହେବନାହିଁ ।

Previous Post

ବିରୋଧୀ ଦଳକୁ ଆଣ୍ଟି ଇନକମ୍ବେନ୍ସିଂ ଭୋଟ !

Next Post

ବିଜେଡ଼ି ଭାଙ୍ଗିଲା ବିଜେଡ଼ି ରେକର୍ଡ

Next Post
ବିଜେଡ଼ି ଭାଙ୍ଗିଲା ବିଜେଡ଼ି ରେକର୍ଡ

ବିଜେଡ଼ି ଭାଙ୍ଗିଲା ବିଜେଡ଼ି ରେକର୍ଡ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA