Tuesday, September 8, 2026 03:00 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିରୋଧୀ ଦଳକୁ ଆଣ୍ଟି ଇନକମ୍ବେନ୍ସିଂ ଭୋଟ !

ବିଜେଡ଼ି ୨୭୯, ବିଜେପି ୧୭, କଂଗ୍ରେସ ୧୪ରେ ଆଗୁଆ

by Our Correspondent
26 Feb, 2022- 09:06 PM
in Latest News, News, Politics
1 min read
0
ବିରୋଧୀ ଦଳକୁ ଆଣ୍ଟି ଇନକମ୍ବେନ୍ସିଂ ଭୋଟ !

ଭୁବନେଶ୍ୱର:ପଞ୍ଚାୟତ ଭୋଟ ଗଣତି ପ୍ରଥମ ଦିନର ଫଳାଫଳ ସମ୍ପୂର୍ଣ୍ଣ ପ୍ରକାଶ ପାଇ ନାହିଁ । ରାତି ୯ଟା ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁଯାୟୀ, ୩୧୫ ଜିଲ୍ଲା ପରିଷଦ ଆସନରୁ ବିଜେଡ଼ି ୨୭୯ ଆସନରେ ଆଗୁଆ ରହିଛି । ବିଜେପି ୧୭ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୧୪ ଏବଂ ଅନ୍ୟାନ୍ୟ ଦଳ ୫ ଟି ଆସନରେ ଆଗୁଆ ଅଛନ୍ତି । ଏହି ପର୍ଯ୍ୟାୟରେ ବିଜେଡ଼ି ୩୦ଟି ଯାକ ଜିଲ୍ଲାରେ ନିଜର ସ୍ଥିତି ସୁଦୃଢ଼ କରିଥିଲା ବେଳେ ବିଜେପି ଅଧା ଜିଲ୍ଲାରେ ଖାତା ଖୋଲିପାରିନାହିଁ । ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ବରଗଡ଼, ବଲାଙ୍ଗୀର, ଦେବଗଡ଼, ସମ୍ବଲପୁର, ସୋନପୁର ଏବଂ ଗଜପତି ଜିଲ୍ଲାରେ ନିଜର ଦବଦବା ଦେଖାଇଥିଲା । ମାତ୍ର ଏଥର ସେହି ସବୁ ଜିଲ୍ଲାରେ ମାଟି କାମୁଡିବା ଅବସ୍ଥାକୁ ଆସିଛି । ବିଜେଡ଼ି ଅକ୍ତିଆରକୁ ଆସିଛି ଏହିସବୁ ଜିଲ୍ଲା । ଉପକୂଳ ଜିଲ୍ଲାଗୁଡ଼ିକରେ ବିଜେଡ଼ି ନିଜର ପୂର୍ବସ୍ଥିତି ଆହୁରି ସୁଦୃଢ଼ କରିଛି । କଂଗ୍ରେସର ସ୍ଥିତି ଯଥା ପୂର୍ବଂ ତଥା ପରଂ । ମାତ୍ର ୭ଟି ଜିଲ୍ଲାରେ କଂଗ୍ରେସ ସ୍ଥିତି ଜାହିର କରିଛି ।

ପଞ୍ଚମ ଥର ପାଇଁ ରାଜ୍ୟରେ ଶାସନ କରୁଛି ବିଜେଡ଼ି । ଆଉ ଦୁଇବର୍ଷ ପରେ ସାଧାରଣ ନିର୍ବାଚନ । ଏତିକିବେଳେ ରାଜ୍ୟର ଗ୍ରାମାଞ୍ଚଳ ଭୋଟରଙ୍କ ମୁଡ଼୍ ନିଶ୍ଚିତ ଭାବେ ପ୍ରଣିଧାନଯୋଗ୍ୟ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜେଡ଼ି ଉପରୁ ଏହି ଗ୍ରାମାଞ୍ଚଳ ଭୋଟରଙ୍କ ସମର୍ଥନ ଜମାରୁ ହ୍ରାସ୍ ପାଇନାହିଁ, ଯାହା କି ପଞ୍ଚାୟତ ନିର୍ବାଚନ ପ୍ରାରମ୍ଭିକ ଫଳାଫଳରୁ ସ୍ପଷ୍ଟ ହେଉଛି । ବରଂ ଗତଥର ଅପେକ୍ଷା ଦଳ ବହୁ ଅଧିକ ଜିଲ୍ଲା ପରିଷଦ ଆସନ ଜିତିବାର ଲକ୍ଷଣ କହୁଛି । ଅନ୍ୟପକ୍ଷରେ, ମୁଖ୍ୟ ବିରୋଧୀ ଦଳ ବିଜେପି କ୍ଷେତ୍ରରେ କିନ୍ତୁ ବିଲକ୍ଷଣ ଦେଖିବାକୁ ମିଳୁଛି । ଅଧିକ ସିଟ୍ ପାଇବ କ’ଣ ଓଲଟି ଦଳର ସ୍ଥିତି ହଜିଯିବା ଭଳି ହୋଇଛି । ଦ୍ୱିତୀୟ ନମ୍ବର ପାଇଁ କଂଗ୍ରେସ ସହ ବରାବରିରେ ରହିଛି ।

ସାଧାରଣତଃ କ୍ଷମତାସୀନ ଦଳ ପାଇଁ ଭୋଟ ବେଳେ ଆଣ୍ଟି ଇନକମ୍ବେନ୍ସିଂ ଫ୍ୟାକ୍ଟର କାମ କରିଥାଏ । ମାତ୍ର ଓଡ଼ିଶାରେ ବିଜେଡ଼ି ଏବଂ ନବୀନ ପଟ୍ଟନାୟକଙ୍କ ସରକାରରେ ଏହି ତତ୍ତ୍ୱ ଲଗାତର ଭୁଲ୍ ପ୍ରମାଣିତ ହୋଇଆସୁଛି । ବିଜେଡ଼ିର ଲୋକପ୍ରିୟତା କମିବା ପରିବର୍ତ୍ତ ବରଂ ବେଳକୁ ବେଳ ଅଧିକ ହେଉଛି । ୨୦୧୭ ପଞ୍ଚାୟତ ନିର୍ବାଚନ ଫଳାଫଳ ଅବଶ୍ୟ ଏହି ଧାରାରେ ସାମୟିକ ବ୍ରେକ୍ ଲଗାଇଥିଲା । ସେତେବେଳେ ବିଜେପି ଅଶାନୁରୂପକ ଭଲ ପ୍ରଦର୍ଶନ କରିଥିଲା । ପରବର୍ତ୍ତୀ ସମୟରେ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ବିଜେପି ଏହି ହାୱାକୁ ବଜାୟ ରଖିବାରେ ସମର୍ଥ ହୋଇଥିଲେ ମଧ୍ୟ ବିଜେଡ଼ିର ପାଖ ମାଡ଼ି ପାରି ନ ଥିଲା । ଯାହା ବି ହେଉ, ଏହି ପ୍ରାରମ୍ଭିକ ଫଳାଫଳକୁ ଦେଖିଲେ ଶକ୍ତିଶାଳୀ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରି ଶାସନଗାଦି ଅକ୍ତିଆର କରିବା ବିଜେପି ପାଇଁ ଦିବାସ୍ୱପ୍ନ ହୋଇଯାଇଛି ।

ଓଡ଼ିଶାବାସୀ ବିଜେପିକୁ ଶାସନଗାଦିରେ ବସାଇବା ଦୂରେ ଥାଉ, ମୁଖ୍ୟ ବିରୋଧୀ ଦଳରେ ବସାଇବାକୁ ବି ନାକ ଟେକୁଥିବା ପଞ୍ଚାୟତ ନିର୍ବାଚନ ଫଳାଫଳ ସଙ୍କେତ ଦେଉଛି । କାରଣ ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଆଖିଦୃଶିଆ ୨୯୭ ଜିଲ୍ଲା ପରିଷଦ ଆସନ ପାଇଥିଲା ବେଳେ ଏଥର ୧୦୦ ଛୁଇଁବା ସମ୍ଭବ ହୋଇ ନ ପାରେ । ଭୋଟରମାନେ ବିରୋଧୀ ଦଳ ବିଜେପିଠାରୁ ମୁହଁ ଫେରାଇ ଆଣୁଥିବା ଏଥିରୁ ସ୍ପଷ୍ଟ ପ୍ରତୀୟମାନ ।

ମୋଟାମୋଟି କହିଲେ, ମୁଖ୍ୟ ବିରୋଧୀ ଦଳ ଆସନରେ ବସିବାକୁ ବି ବିଜେପି ନିଜକୁ ଅଯୋଗ୍ୟ କରିବାକୁ ବସିଲାଣି । ସୁତରାଂ ବିଜେପି ଏକ ନମ୍ବରକୁ ଆସିବା ପାଇଁ ବିଜେଡ଼ି ସାଥୀରେ ଲଢ଼େଇ କରିବାର ବେଳ ଆସିନାହିଁ । ବରଂ ଦୁଇ ନମ୍ବରର ସ୍ଥିତି ରକ୍ଷା ପାଇଁ କଂଗ୍ରେସ ସହିତ ଲଢ଼େଇ ଜାରି ରଖୁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ପରାମର୍ଶ ଦେଇଛନ୍ତି ।

ଏ ପର୍ଯ୍ୟନ୍ତ ସମ୍ଭବତଃ ହାୱାରେ ବିଶ୍ୱାସ କରୁଥିବା ଓଡ଼ିଶାର ବିଜେପି ନେତାମାନଙ୍କ ପାଇଁ ଚଳିତ ନିର୍ବାଚନ ଗୁରୁତ୍ୱ ବହନ କରିବା କଥା । କେବଳ ଟିଭିରେ ମୁହଁ ଦେଖାଇବା ବାହାନାରେ ରାଜନୈତିକ ସମାଲୋଚନା କି ଆତ୍ମସମୀକ୍ଷାର ଫମ୍ପା ବକ୍ତବ୍ୟରେ ନିଜକୁ ସୀମିତ ରଖିବା ଶୁଭଙ୍କରୀ ହେବନାହିଁ । ଲୋକଙ୍କ ମାନସିକତା ଓ ରାଜନୈତିକ ବାସ୍ତବତା ସେମାନଙ୍କୁ ହୃଦୟଙ୍ଗମ କରିବାକୁ ପଡ଼ିବ ।

ଶୂନ୍ୟ ଆକାଶକୁ ଚାହିଁ ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ବିଜେପି ନେତାମାନେ ନିଜକୁ ଭାବି ତୁଚ୍ଛା ଅହଂକାରୀ ହୋଇଗଲେ ହେବ ନାହିଁ । ସେଥିପାଇଁ ସାଂଗଠନିକ ପରିଚାଳନା, ଯୋଜନାବଦ୍ଧ କାର୍ଯ୍ୟକ୍ରମ, କଠିନ ପରିଶ୍ରମ ଏବଂ ସର୍ବୋପରି ଲୋକଙ୍କ ପାଖରେ ଗ୍ରହଣୀୟତା ବଢ଼ାଇବାକୁ ପଡ଼ିବ ।

ତାହା ନ କରି ଭୁବନେଶ୍ୱର ପାର୍ଟି ଅଫିସରେ ବସି ବିଜେଡ଼ି ବିରୋଧରେ ଖାଲି ପ୍ରେସମିଟ୍ କରିଦେଲେ କି ନିଜର ସୈନ୍ୟବାହିନୀ ଜରିଆରେ ସୋସିଆଲ୍ ମିଡ଼ିଆରେ ବିପକ୍ଷଙ୍କୁ ଟ୍ରୋଲ୍ କରିଦେଲେ ଲୋକଙ୍କ ଭୋଟ ଆସିଯିବନି ।

ବୁଦ୍ଧିଜୀବୀମହଲର କହିବା କଥା, ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ବିଜେପି ଆଗ ଜଣଙ୍କୁ ଓଡ଼ିଶାବାସୀଙ୍କ ଆଗରେ ଉପସ୍ଥାପିତ କରୁ । ଗାଁ ଗାଁରେ ବୁଲି ସଂଗଠନ ସୁଦୃଢ଼ କରନ୍ତୁ । ସରକାର ବିରୋଧୀ ଆନେ୍ଦାଳନ ଯୋଜନାବଦ୍ଧ ଭାବେ ଆଗକୁ ନିଅନ୍ତୁ । ସର୍ବୋପରି ଦଳୀୟ ନେତାମାନେ ନିଜର ଆଚାର ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ ।

ଯଦି ପାରୁନାହାନ୍ତି, ନବୀନ ପଟ୍ଟନାୟକ ଓ ତାଙ୍କ ବିଜେଡ଼ିକୁ ଆଦର୍ଶ ଭାବେ ମାନିନେଇ ଏହିସବୁ କଳା ଓ ସାମର୍ଥ ହାସଲ କରିବାକୁ ଚେଷ୍ଟା କରନ୍ତୁ । ତାହାହେଲେ ଯାଇ ଓଡ଼ିଶାରେ ଆଗାମୀ ଦିନରେ ବିଜେପି ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିବ ବୋଲି ସେମାନଙ୍କ ଆଶା ।

Previous Post

ପ୍ରଥମ ଦିନ; ପୋଛି ନେଲା ବିଜେଡ଼ି

Next Post

ବୃହତ୍ତ ବିଜୟ ପଥରେ ବିଜେଡ଼ି, ଦୁଇ ନମ୍ବର ପାଇଁ ବିଜେପିର ସଂଘର୍ଷ

Next Post
ବୃହତ୍ତ ବିଜୟ ପଥରେ ବିଜେଡ଼ି, ଦୁଇ ନମ୍ବର ପାଇଁ ବିଜେପିର ସଂଘର୍ଷ

ବୃହତ୍ତ ବିଜୟ ପଥରେ ବିଜେଡ଼ି, ଦୁଇ ନମ୍ବର ପାଇଁ ବିଜେପିର ସଂଘର୍ଷ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA