ଭୁବନେଶ୍ୱର: ପୁଲିସ ସିଗନାଲ୍ ବିଭାଗର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ସମ୍ପତ୍ତି ଖୋଳତାଡ଼ ତଥାପି ସରିନାହିଁ । ପରିବାର ଓ ସମ୍ପର୍କୀୟଙ୍କ ବ୍ୟବସାୟରେ ତାଙ୍କର ପ୍ରଚୁର ଅର୍ଥ ଲାଗିଥିବା ସନ୍ଦେହ କରାଯାଉଥିବାରୁ ସମ୍ପତ୍ତି ଆକଳନ କାଠିକର ହୋଇଛି । ତେବେ ୨୪ ଘଣ୍ଟାର ଛାନଭିନ୍ ପରେ ଭିଜିଲାନସ୍ ପକ୍ଷରୁ ଏହି କୋଟିପତି ପୁଲିସ ବାବୁଙ୍କର ଏକ ସମ୍ପତ୍ତି ତାଲିକା ଜାରି ହୋଇଛି । ଆଗକୁ ଏହା ବୃଦ୍ଧି ପାଇପାରେ ବୋଲି ମଧ୍ୟ ଅନୁମାନ କରାଯାଇଛି ।
ପୁଲିସ ବାବୁ ତ୍ରିନାଥଙ୍କର ସମ୍ପତ୍ତି :
– ରସୁଲଗଡ଼ ମନୋରମା ଇଷ୍ଟେଟ୍ ରେ ଥ୍ରି ବିଏଚକେର ଏକ ଫ୍ଲାଟ୍ । ଏହାର ମୂଲ୍ୟ ୮୦ ଲକ୍ଷରୁ ଅଧିକ ।
– ନବରଙ୍ଗପୁର ଜିଲ୍ଲା ଡାବୁଗାଁ(ପୈତୃକ)ରେ ଦୁଇ ମହଲା କୋଠା
– ଯାଜପୁର ଜିଲ୍ଲା ବଡ଼ଚଣାରେ ଫାର୍ମ ହାଉସ୍ । ମୂଲ୍ୟ ୮୬.୩୨ ଲକ୍ଷ ।
– ଭୁବନେଶ୍ୱର ଓ ଯାଜପୁରରେ ୪ ଟି ପ୍ଲଟ୍ ।
– ୪୩.୩୨ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍
– ୪୪.୦୪ ଲକ୍ଷ ଟଙ୍କାର ଇନସୁରାନ୍ସ ଡିପୋଜିଟ୍
– ୧୬.୮୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର
– ୫ ଲକ୍ଷ ୨୭ ହଜାର ୭୧୦ ନଗଦ ଟଙ୍କା
ଗାଡ଼ି ତାଲିକା

– ୧ କୋଟି ୨୦ ଲକ୍ଷ ଟଙ୍କା ମୂଲ୍ୟର ଏକ ବିଏମଡବ୍ଲୁ କାର୍(ଓଡ଼ି୦୫-ଏଭି-୦୦୦୫)
– ୧୭ ଲକ୍ଷ ଟଙ୍କାର ହୁଣ୍ଡାଇ କ୍ରେଟା କାର୍(ଓଡ଼ି୦୫-ଏକ୍ସ-୦୦୦୫)
– ୧୩ ଲକ୍ଷ ଟଙ୍କାର ମାରୁତି ବାଲେନୋ କାର୍(ଓଡ଼ି୦୫-ଆର-୯୦୦୫)








