Friday, July 31, 2026 12:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର

by Our Correspondent
16 Mar, 2023- 08:04 PM
in News
1 min read
0
ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର: ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଇଥିବା ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି ।

ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳର ଜଣେ ୩୨ବର୍ଷିୟ ବ୍ୟକ୍ତି କେଶବ ନାୟକ ୬ବର୍ଷ ପୂର୍ବେ କେରଳର ଏକ ଯନ୍ତ୍ରପାତି କମ୍ପାନୀରେ ଚାକିରି କରୁଥିବା ସମୟରେ ଏକ ଦୁର୍ଘଟଣା ହେତୁ ତାଙ୍କ ଡାହାଣ ହାତ ହରାଇଥିଲେ । ହାତ ହରାଇବା ପରେ କମ୍ପାନୀ ମାଲିକ ତାଙ୍କୁ ଚାକିରିରୁ ବାହାର କରି ଦେଇଥିଲେ । ପରିବାର କହିଲେ ତାଙ୍କର ପତ୍ନୀ ଏବଂ ଦୁଇ ଝିଅ । ଏତେ ସବୁ ଅଘଟଣ ଘଟିଯାଇଥିଲେ ମଧ୍ୟ କେଶବ ନିଜର ମନୋବଳ ହରାଇ ନାହାନ୍ତି । ସେ ୧୦ବର୍ଷ ପୂର୍ବେ ଜଣେ ଟାଇକୋଣ୍ଡା ପ୍ରଶିକ୍ଷକ ଭାବେ ଏକ ବ୍ଲାକ ବେଲ୍ଟ ପାଇ ପୁରସ୍କୃତ ହୋଇଥିଲେ । ଏହି ଦକ୍ଷତା ଥିବା ସତ୍ତ୍ୱେ ତାଙ୍କର ଅକ୍ଷମତା ଆଗରେ ସେ ମୁଣ୍ଡ ନୁଆଇଁ ଗୋଟେ ହାତରେ ପଥର ଖୋଳି ଛୋଟ ଛୋଟ ଚିପ୍ସ ବିକ୍ରୟ କରି ପରିବାର ପେଟ ପୋଷୁଛନ୍ତି ।

ସେହିପରି, କଟକ ଜିଲ୍ଲାର ଜଣେ ୩୧ବର୍ଷିୟ ବ୍ୟକ୍ତି ଅବ୍ଦୁଲ ଅଜିତ ଜଣେ ମେକାନିକ ଭାବେ କାମ କରୁଥିଲେ । ଗତବର୍ଷ ଜୁନ୍ ୧ ତାରିଖରେ, ସେ ନିଜ ବାଇକ୍ ରେ ଯାଉଥିବାବେଳେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା, ଯାହା ଫଳରେ ସେ ଗୁରୁତର ଭାବେ ଆହତ ହୋଇ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ଗୋଡ ଏବଂ ହାତରେ ଲାଗିଥିବା ଆଘାତର ଚିକିତ୍ସା ହୋଇଥିଲେ ମଧ୍ୟ ତାଙ୍କ ହାତ ସଂକ୍ରମିତ ହୋଇଥିବାରୁ ତାଙ୍କୁ ଶୀଘ୍ର କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଭାଗ୍ୟବଶତଃ, ସଂକ୍ରମଣ ବଢିଥିବାରୁ ତାଙ୍କ ବାମ ହାତର କାନ୍ଧ ତଳକୁ କଟା ହୋଇ ଯାଇଥିଲା ।

ଦୁହିଁଙ୍କର କରୁଣ କାହାଣୀ ସମ୍ପର୍କରେ ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ(ଓଡ଼ିଶା-ମୋ ପରିବାର) ଯଥାକ୍ରମେ ରାଜ୍ୟ ସମ୍ପାଦକ ଜଗଦୀଶ ପାତ୍ର(ବି.ଜେ.ଡ଼ି) ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ଅର୍ଶଦ ଅଲ୍ଲିଙ୍କଠାରୁ ଖବର ପାଇବା ପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ଦୁଇଜଣଙ୍କୁ ଆଜି କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି । କୃତ୍ରିମ ଅଙ୍ଗ ଲାଗିବା ସମୟରେ ଶ୍ରୀ ସାମନ୍ତରାୟଙ୍କ ସମେତ ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ ଦାଶ(ଓଡ଼ିଶା-ମୋ ପରିବାର)ଏବଂ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ ।

କୃତ୍ରିମ ଅଙ୍ଗ ଲାଗିବା ପରେ ଦୁଇଜଣ ଭିନ୍ନକ୍ଷମଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଥିଲା । ସେମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।

Previous Post

କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟରରେ ରେଡିଏସନ୍‍ ଅଙ୍କୋଲୋଜି କ୍ଲିନିକାଲ୍‍ ସେବା ଆରମ୍ଭ

Next Post

ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ

Next Post
ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ

ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA