Sunday, March 26, 2023 04:09 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News Health

କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟରରେ ରେଡିଏସନ୍‍ ଅଙ୍କୋଲୋଜି କ୍ଲିନିକାଲ୍‍ ସେବା ଆରମ୍ଭ

by Our Correspondent
16 Mar, 2023- 07:59 PM
in Health, Latest News, News
1 min read
0
କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟରରେ ରେଡିଏସନ୍‍ ଅଙ୍କୋଲୋଜି କ୍ଲିନିକାଲ୍‍ ସେବା ଆରମ୍ଭ

ଭୁବନେଶ୍ୱର: କର୍କଟ ରୋଗୀଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ ୧୪ ତାରିଖଠାରୁ ଆରମ୍ଭ ହୋଇଛି କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟରର ରେଡିଏସନ୍‍ ଅଙ୍କୋଲୋଜି କ୍ଲିନିକାଲ ସେବା । ଏଠାରେ ଏଣିକି କର୍କଟ ରୋଗୀଙ୍କ ପାଇଁ ରେଡିଓଥେରାପୀ ଅଭ୍ୟାସ ଏବଂ ଏଥିସହ ସଂଶ୍ଳିଷ୍ଟ ଗବେଷଣା କାର୍ଯ୍ୟ ଓ ରୋଗୀ ସେବା ହୋଇପାରିବ । କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟର(କେସିସି)ରେ ସମସ୍ତ ପ୍ରକାର କର୍କଟ ରୋଗର ବହୁବିଧ ଉପଚାର ନିମନ୍ତେ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାର ସୁବିଧା ଓ ସେବା ଉପଲବ୍ଧ ହେବା ସହ ଓଡ଼ିଶାର ପ୍ରଥମ କର୍କଟ ରୋଗ ପରିଚାଳନା କେନ୍ଦ୍ର ବୋଲି କୁହାଯାଉଛି । କେସିସିରେ ସର୍ଜିକାଲ୍‍ ଅଙ୍କୋଲୋଜି, ମେଡିକାଲ୍‍ ଅଙ୍କୋଲୋଜି, ରେଡିଏସନ୍‍ ଅଙ୍କୋଲୋଜି, ପୀଡ଼ାଉପଶମ ଯତ୍ନ ଏବଂ ନିଉକ୍ଲିଅର ମେଡିସିନ୍‍ ବିଭାଗ ରହିଥିବା ବେଳେ ଏସବୁ ବିଭାଗରେ ଅଭିଜ୍ଞ ବିଶେଷଜ୍ଞମାନେ ସେବା ଯୋଗାଇ ଦେଉଛନ୍ତି ।

ଏବେ କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟରର ମେଡିକାଲ୍‍ ଅଙ୍କୋଲୋଜି ବିଭାଗରେ ଡେ-କେୟାର, କେମୋଥେରାପି ଏବଂ ଇମ୍ୟୁନୋଥେରାପି ଆଦି ଚିକିତ୍ସା ଓ ସେବା ଯୋଗାଇ ଦିଆଯାଉଛି । ଏହା ସହିତ କର୍କଟ ରୋଗ ନିରୂପଣ, କ୍ୟାନ୍‍ସର୍‍ ରେଜିଷ୍ଟ୍ରେସନ୍‍, ବହୁବିଧ ଟିଉମର୍‍ ନିଦାନ ଓ ପରୀକ୍ଷା, ଏଣ୍ଡୋସ୍କୋପି, ସର୍ଜିକାଲ୍‍ ଅଙ୍କୋଲୋଜି, ରେଡିଏସନ୍‍ ଅଙ୍କୋଲୋଜି, ମେଡିକାଲ୍‍ ଅଙ୍କୋଲୋଜି ଏବଂ ପୀଡ଼ା ଉପଶମ ଯତ୍ନ ଆଦି କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟର କ୍ଲିନିକାଲ୍‍ ସେବାରେ ଅନ୍ତର୍ଭୁକ୍ତ ।

କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, କିମ୍‍ସରେ ଏହି ଅତ୍ୟାଧୁନିକ କ୍ୟାନ୍‍ସର୍‍ ସେଣ୍ଟର କର୍କଟ ରୋଗୀଙ୍କ ପାଇଁ ଆଶ୍ୱାସନା ଆଣିବ । ଏଠାରେ ସମସ୍ତ ପ୍ରକାର କର୍କଟ ରୋଗ ଚିକିତ୍ସା ନିମନ୍ତେ ବହୁବିଧ ପଦ୍ଧତି ଓ ଏକ ଟ୍ୟୁମର ବୋର୍ଡ ରହିଛି । ଟ୍ୟୁମର ବୋର୍ଡ ରୋଗ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ ନୈତିକ ଓ ସମ୍ବେଦନପୂର୍ଣ୍ଣ ଅନୁଶୀଳନ ଉପରେ ନଜର ରଖିବ । ଏଠାରେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଓ ରୋଗୀର ଆର୍ଥିକ ସାଧନକୁ ଦୃଷ୍ଟିରେ ରଖି କର୍କଟ ରୋଗର ଚିକିତ୍ସା ଓ ପରିଚାଳନା କରାଯାଇଥାଏ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟରରେ ରୋଗ ଉପଶମ ପାଇଁ କର୍କଟ ରୋଗ ସହାୟତା ସେବାକୁ ଏକୀକୃତ କରାଯାଇଛି । ଏଠାରେ ମଧ୍ୟ ରୋଗୀର ସେବାଯତ୍ନ କରୁଥିବା ପରିବାରର ସଦସ୍ୟଙ୍କୁ ସହଯୋଗ ଯୋଗାଇ ଦିଆଯାଇଥାଏ ବୋଲି କ୍ୟାନ୍‍ସର୍‍ ସେଣ୍ଟରର ନିର୍ଦ୍ଦେଶକ ପ୍ରଫେସର ଡା. ବିଧୁ କଲ୍ୟାଣ ମହାନ୍ତି କହିଛନ୍ତି । କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟର ଆଗାମୀ ଦିନରେ କ୍ୟାନ୍‍ସର୍‍ ଚିକିତ୍ସା କ୍ଷେତ୍ରରେ ମାନବ ସମ୍ବଳ ତାଲିମ, ଶୈକ୍ଷିକ କାର୍ଯ୍ୟକ୍ରମ ଓ ଗବେଷଣା କାର୍ଯ୍ୟ ହାତକୁ ନେବ ବୋଲି ସେ କହିଛନ୍ତି । ଏହାଛଡ଼ା ଏହି କେନ୍ଦ୍ର ସମନ୍ୱିତ ରୋଗୀ ଯତ୍ନ, ଆହାର ଓ ଫିଜିଓଥେରାପି ପଦ୍ଧତି ଓ କର୍କଟ ଗବେଷଣା ଉପରେ ଗୁରୁତ୍ୱ ଦେବ ବୋଲି ପ୍ରଫେସର ମହାନ୍ତି ପ୍ରକାଶ କରିଛନ୍ତି । କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟରର ଅଙ୍କୋଲୋଜି ବିଭାଗରେ ଅତ୍ୟାଧୁନିକ ଲାପାରୋସ୍କୋପିକ୍‍ ଅସ୍ତ୍ରୋପଚାର ଓ ହାରମୋନିକ୍‍ ସ୍କାଲ୍‍ପେଲ୍‍ ସହ ମଡ୍ୟୁଲାର୍‍ ଅସ୍ତ୍ରୋପଚାର ଗୃହ ରହିଛି । ସେହିପରି ରେଡିଏସନ୍‍ ଅଙ୍କୋଲୋଜି ବିଭାଗରେ ଦୁଇଟି ଲିନିଅର ଆକସିଲେରେଟର, ହାଇ ଡୋଜ ବ୍ରାକିଥେରାପି ଏବଂ ରେଡିଏସନ୍‍ ଥେରାପି ଉପଲବ୍ଧ ବୋଲି ସେ କହିଛନ୍ତି ।

Previous Post

ଡ୍ରାଇଭର ଆନ୍ଦୋଳନ: ବିଜେପି-ବିଜେଡି ମୁହାଁମୁହିଁ

Next Post

ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର

Next Post
ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର

ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3265 shares
    Share 1306 Tweet 816
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2176 shares
    Share 870 Tweet 544
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2070 shares
    Share 828 Tweet 518
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2039 shares
    Share 816 Tweet 510
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1920 shares
    Share 768 Tweet 480

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA