Thursday, July 30, 2026 09:53 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଡ୍ରାଇଭର ଆନ୍ଦୋଳନ: ବିଜେପି-ବିଜେଡି ମୁହାଁମୁହିଁ

by Our Correspondent
16 Mar, 2023- 07:54 PM
in Latest News, News
1 min read
0
ଡ୍ରାଇଭର ଆନ୍ଦୋଳନ: ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର: ୧୦ ଦଫା ଦାବି ନେଇ ଗତକାଲିଠାରୁ ଆରମ୍ଭ ହୋଇଥିବା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଗତକାଲି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଥିବା ବେଳେ ଆଜି କିଛି ଜାଗାରେ ଉଗ୍ର ରୂପ ଧାରଣ କରିଛି । ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋଠାରେ ଅନ୍ୟ ରାଜ୍ୟରୁ ଆସୁଥିବା ମାଲବାହୀ ଗାଡ଼ି ଅଟକାଇବାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଆଜି ସଂଧ୍ୟାରେ ବ୍ରହ୍ମପୁର ଉପକଣ୍ଠରେ ପୁଲିସ ସହ ଆନ୍ଦୋଳନରତ ଡ୍ରାଇଭରମାନେ ମୁହାଁମୁହିଁ ହୋଇଛନ୍ତି ।

ସେଠାରେ ଡ୍ରାଇଭରଙ୍କୁ ଘଉଡାଇବା ପାଇଁ ପୁଲିସ ଲାଠିମାଡ଼ କରିଥିବା ବେଳେ ଡ୍ରାଇଭରଙ୍କ ପାଲଟା ଆକ୍ରମଣରେ ପ୍ରାୟ ୧୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । କେବଳ ଭୁବନେଶ୍ୱର କି ବ୍ରହ୍ମପୁର ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ।

ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁଁ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଛି । ପେଟ୍ରୋଲଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ଜିନିଷର ଅଭାବ ପରିସ୍ଥିତି ସୃଷ୍ଟି ହୋଇଛି । ଘରୋଇ ବସ୍ ଗୁଡ଼ିକ ମଧ୍ୟ ରାସ୍ତାରେ ଗଡିବା ସମ୍ଭବ ହେଉ ନ ଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି ।

ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ଆଜି ବିଧାନସଭାରେ ମଧ୍ୟ ତାତି ଦେଖିବାକୁ ମିଳିଥଇଲା । ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହରେ ହଟ୍ଟଗୋଳ କରିବାରୁ ବାଚସ୍ପତି ରୁଲିଂ ଦେଇଛନ୍ତି । ଆସନ୍ତାକାଲି ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ଏହା ଉପରେ ବିବୃତି ରଖିବେ । ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଚାଲିଥିଲେ ମଧ୍ୟ ସୁଫଳ ମିଳିନାହିଁ ।

ଡ୍ରାଇଭରଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ରାଜ୍ୟ ରାଜନୀତିରେ ମଧ୍ୟ ଉଷ୍ଣତା ଦେଖିବାକୁ ମିଳିଛି । ଡ୍ରାଇଭରଙ୍କ ଆନ୍ଦୋଳନକୁ ଖାସ୍ କରି ବିଜେପି ଭରପୂର ସମର୍ଥନ କରିଛି । ତମାଣ୍ଡୋରେ ଆନ୍ଦୋଳନରତ ଡ୍ରାଇଭରମାନଙ୍କୁ ଭେଟି ବିଜେପିର ଦୁଇ ବିଧାୟକ ସେମାନଙ୍କର ମନୋବଳ ବଢ଼ାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଡ୍ରାଇଭରଙ୍କ ଆନ୍ଦୋଳନକୁ ସମର୍ଥନ କରିଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି, ଡ୍ରାଇଭର ବନ୍ଧୁମାନଙ୍କର ସମାଜରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ରହିବ ମଧ୍ୟ । ଏମାନେ ସମାଜରେ ଅସ୍ପୃଶ୍ୟ ନୁହଁନ୍ତି । ସେମାନେ ଆମମାନଙ୍କ ମଧ୍ୟରୁ ଜଣେ । ତାଙ୍କ ସହ ଭଲ ଭାବେ ରାଜ୍ୟ ସରକାର ଆଲୋଚନା ନ କରି ରାସ୍ତା ବାହାର ନ କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଡ୍ରାଇଭର ବନ୍ଧୁମାନଙ୍କର ଦାବିକୁ ଗୁରୁତର ସହ ନେଇ ସମାଧାନର ରାସ୍ତା ବାହାର କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ବିଜେଡି ରାଜ୍ୟସଭା ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ୍ ପାତ୍ର ଏହାର ଜବାବ ଦେଇଛନ୍ତି । କେଉଁ ବିଜେପି ଶାସିତ ରାଜ୍ୟରେ ଡ୍ରାଇଭରଙ୍କ ଏହି ସବୁ ଦାବି ପୂରଣ କରିଛ ଦେଖାଅ ବୋଲି ସେ କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି । ଆପଣ ଜଣେ କେନ୍ଦ୍ରମନ୍ତ୍ରୀ ଭାବେ ଡ୍ରାଇଭରଙ୍କ ପ୍ରତି ଦାୟିତ୍ୱ ରହିଛି ବୋଲି ସେ ମନେ ପକାଇ ଦେଇଛନ୍ତି । ଯଦି ଓଡ଼ିଶାରେ ଡ୍ରାଇଭରଙ୍କ ପାଇଁ ନୀତି ଲାଗୁ ହେବ ଆପଣଙ୍କ ବିଜେପି ଶଶସିତ ରାଜ୍ୟରେ ଏହା ଆପଣମାନେ ଲାଗୁ କରିବେ ତ ବୋଲି ସସ୍ମିତ୍ ପ୍ରଶ୍ନ କରିଛନ୍ତି ।

ସେପଟେ ଡ୍ରାଇଭର ସଂଘ ଚଳାଇଥିବା ଆନ୍ଦୋଳନକୁ ବିଜେପିର ସମର୍ଥନ ଏକ ନାଟକବାଜି ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି ବିଜେଡି ପକ୍ଷରୁ ଅନ୍ୟ ଏକ ପ୍ରେସ୍ ବିବୃତି ଜାରି କରିଛନ୍ତି ଦଳର ମୁଖପାତ୍ର ଲେନିନ ମହାନ୍ତି । କହିଛନ୍ତି, ଦେଶର କୌଣସି ବିଜେପି ଶାସିତ ରାଜ୍ୟରେ ଡ୍ରାଇଭର ସଂଘର ଦାବି ମୁତାବକ କେଉଁ କେଉଁ ସୁବିଧା ପ୍ରଦାନ କରାଯାଉଛି, ବିଜେପି ନେତାମାନେ ତାହା ସ୍ପଷ୍ଟ କରନ୍ତୁ। ଡ୍ରାଇଭର ସଂଘ ଆନ୍ଦୋଳନକୁ ସମର୍ଥନ କରିବାକୁ ଯିବା ପୂର୍ବରୁ ଓଡ଼ିଶା ବିଜେପି ନେତାମାନେ ଏହିସବୁ ସୁବିଧାସୁଯୋଗର ଏକ କପି ସାଂଗରେ ନେଇଯାଇ ସେମାନଙ୍କୁ ଦେଖାଇଥିଲେ ଭଲ ହୋଇଥାନ୍ତା ।

ସେ ଆହୁରି କହିଛନ୍ତି ଯେ ଏବେ ଯେତେବେଳେ ରାଜ୍ୟରେ ବିଭିନ୍ନ ସ୍କୁଲ, କଲେଜରେ ପରୀକ୍ଷା ଚାଲିଛି, ଠିକ୍ ସେତିକିବେଳେ ଡ୍ରାଇଭର ସଂଘ ଗାଡ଼ିମଟର ବନ୍ଦ କରି ଆନ୍ଦୋଳନ କରିବା ଫଳରେ ଛାତ୍ରଛାତ୍ରୀଙ୍କଠୁ ନେଇ ଅଭିଭାବକମାନେ ହଇରାଣ ହେଉଛନ୍ତି। ଏକ ଦାୟିତ୍ୱବାନ ରାଜନୈତିକ ଦଳ ଭାବେ ବିଜେପି ଏହି ସମୟରେ ଡ୍ରାଇଭରମାନଙ୍କୁ ଆନ୍ଦୋଳନରୁ ବିରତ ରହିବା ପାଇଁ ଆହ୍ୱାନ କରିବା କଥା। ଏହାକୁ ନେଇ ରାଜନୀତି କରିବା ସେମାନଙ୍କୁ ଶୋଭା ପାଉ ନାହିଁ।

ରାଜ୍ୟ ସରକାର ଡ୍ରାଇଭର ଓ ମୋଟର କର୍ମଚାରୀଙ୍କ ବିଭିନ୍ନ ଦାବି ପୂରଣ ଲାଗି ବିଚାର ଆଲୋଚନା କରୁଛନ୍ତି। ଅଥଚ ବିଜେପି ସେମାନଙ୍କୁ ମିଛ ସମର୍ଥନ ଓ ସମବେଦନା ଜଣାଇ ରାଜନୀତି କରିବାକୁ ଚେଷ୍ଟା କରୁଛି। ତେଣୁ ଡ୍ରାଇଭର ଭାଇମାନଙ୍କୁ ଆମର ଅନୁରୋଧ, ସେମାନଙ୍କ ମିଥ୍ୟା ପ୍ରତିଶ୍ରୁତି ଓ ପ୍ରଲୋଭନରେ ପଡ଼ନ୍ତୁ ନାହିଁ। ଓଡ଼ିଶାରେ ଡ୍ରାଇଭର ଓ ମୋଟର କର୍ମଚାରୀମାନଙ୍କ କଲ୍ୟାଣ ପାଇଁ ଯାହା ଆବଶ୍ୟକ, ତାହା କେବଳ ରାଜ୍ୟ ସରକାର ହିଁ କରିବେ। ବିଜେପି ଏଠାରେ ଆନ୍ଦୋଳନୀକାରୀ ମୋଟର କର୍ମଚାରୀଙ୍କୁ ସମର୍ଥନ ଜଣାଇବା ପୂର୍ବରୁ ପ୍ରଥମେ ନିଜଶାସିତ ରାଜ୍ୟମାନଙ୍କରେ ଏହା କରି ଦେଖାଉ। ମୋଟର କର୍ମଚାରୀଙ୍କୁ ଭୁଆଁ ବୁଲାଇ ଓଡ଼ିଶା ବିଜେପି ଡ୍ରାଇଭର ସଂଘ ଆନ୍ଦୋଳନରୁ ରାଜନୈତିକ ଫାଇଦା ହାସଲ କରିବା ଚେଷ୍ଟାରୁ ବିରତ ରହୁ ବୋଲି ଡ. ମହାନ୍ତି କହିଛନ୍ତି।

Previous Post

କୁଆଡ଼େ ଗଲେ ଆଇପିଏସ୍ ଭାରତୀ?

Next Post

କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟରରେ ରେଡିଏସନ୍‍ ଅଙ୍କୋଲୋଜି କ୍ଲିନିକାଲ୍‍ ସେବା ଆରମ୍ଭ

Next Post
କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟରରେ ରେଡିଏସନ୍‍ ଅଙ୍କୋଲୋଜି କ୍ଲିନିକାଲ୍‍ ସେବା ଆରମ୍ଭ

କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟରରେ ରେଡିଏସନ୍‍ ଅଙ୍କୋଲୋଜି କ୍ଲିନିକାଲ୍‍ ସେବା ଆରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA