Sunday, March 26, 2023 04:50 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କୁଆଡ଼େ ଗଲେ ଆଇପିଏସ୍ ଭାରତୀ?

by Our Correspondent
16 Mar, 2023- 07:05 PM
in Latest News, News
1 min read
0
କୁଆଡ଼େ ଗଲେ ଆଇପିଏସ୍ ଭାରତୀ?

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ମାନବାଧିକାର ସୁରକ୍ଷା ସେଲ୍(ଏଚଆରପିସି)ଆଇଜି ଏନ.ବି ଭାରତୀଙ୍କର ପତ୍ତା ମିଳୁନି । ୧୯୯୮ ବ୍ୟାଚ୍ ର ଏହି ଆଇପିଏସ୍ ଅଧିକାରୀ ୨୦୧୭ ନଭେମ୍ବର ୨୨ ରୁ ବିନା ଛୁଟି ଦରଖାସ୍ତରେ କୁଆଡ଼େ ପଳେଇଛନ୍ତି । ପୁଲିସ ମୁଖ୍ୟାଳୟ ଏବଂ ରାଜ୍ୟ ସରକାରଙ୍କ ଗୃହ ବିଭାଗ ତାଙ୍କୁ ଯୋଗାଯୋଗ କରିବାରେ ବିଫଳ ହୋଇଛନ୍ତି । ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ଶ୍ରୀମତୀ ଭାରତୀ ଖାତିର କରିନାହାନ୍ତି କି ସରକାରୀ ଚିଠିର ଜବାବ ଦେଉନାହାନ୍ତି । ତାଙ୍କର ତିନି ତିନୋଟି ଠିକଣାରେ ପଠାଯାଉଥିବା ଚିଠି ଫେରସ୍ତ ଆସୁଥିବା ବେଳେ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଛି ।

ଶେଷରେ ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଆଜି ଖବରକାଗଜରେ ତାଙ୍କ ନାଁରେ ବିଜ୍ଞାପନ ନୋଟିସ୍ ଜାରି କରାଯାଇଛି । ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଆଧାର ବିରୋଧରେ ତାଙ୍କଠାରୁ ଲିଖିତ ଆବେଦନ ଆହ୍ୱାନ କରାଯାଇଛି । ନଚେତ ଶୃଙ୍ଖଳାଗତ କାର୍ଯ୍ୟବିଧି ଏକତରଫା ଭାବେ ସମାପ୍ତ କରିଦିଅଯିବ ବୋଲି ଜଣାଇ ଦିଆଯାଇଛି । ଓଡ଼ିଶାରେ ଜଣେ ଆଇପିଏସ୍ ଅଧିକାରୀଙ୍କ କ୍ଷେତ୍ରରେ ଏହା ପ୍ରଥମ ଘଟଣା ।

କର୍ଣ୍ଣାଟକର ବାସିନ୍ଦା ହେଉଛନ୍ତି ଶ୍ରୀମତୀ ଏନ.ବି.ଭାରତୀ । ୧୯୯୮ ବ୍ୟାଚ୍ ର ଏହି ଆଇପିଏସ୍ ଅଫିସର ଓଡ଼ିଶା କ୍ୟାଡରର । ରାଜ୍ୟ ମାନବାଧିକାର ସୁରକ୍ଷା ସେଲ୍ ର ଆଇଜି ଭାବେ ସେ ଅବସ୍ଥାପିତ ଥିଲେ । ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମୋଦନରେ ସରକାରୀ ଟୁର୍ ରେ ଯିବା ତାଙ୍କର ଅଭ୍ୟାସ ଥିଲା । ୨୦୧୭ ନଭେମ୍ବର ମାସରେ ଏଭଳି ଭାବେ ଗଜପତି ଜିଲ୍ଲାକୁ ବାର୍ଷିକ ଟୁର୍ କରିଥିଲେ । ତାପରଠାରୁ ଅର୍ଥାତ ନଭେମ୍ବର ୨୨ ରୁ ସେ କାର୍ଯ୍ୟକ୍ଷେତ୍ରକୁ ଫେରିନାହାନ୍ତି । ତାଙ୍କର ଅନୁପସ୍ଥିତି ସଂକ୍ରାନ୍ତରେ କାହାରିକୁ ଜଣାଇନାହାନ୍ତି କି ଛୁଟି ଦରଖାସ୍ତ ଦେଇନାହାନ୍ତି ।

ଶ୍ରୀମତୀ ଭାରତୀଙ୍କ ଏଭଳି ବିଶୃଙ୍ଖଳିତ ଆଚରଣ, ସରକାରୀ ନିୟମାବଳୀର ଉଲ୍ଲଂଘନ ଏବଂ ବିନା ଛୁଟି ଦରଖାସ୍ତରେ ଚାକିିରି କ୍ଷେତ୍ରରେ ଅନୁପସ୍ଥିତି ପାଇଁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟବିଧି ଆରମ୍ଭ ହୋଇଥିଲା । ୨୦୨୦ରେ ଏହାର ତଦନ୍ତ ଦାୟିତ୍ୱ ଅତିରିକ୍ତ ଡିଜି( ରାଜ୍ୟ ଅପରାଧ ନଥି ସଂସ୍ଥା)ଙ୍କୁ ଦିଆଯାଇଥିଲା । ତଦନ୍ତ ପାଇଁ ଭିନ୍ନ ଭିନ୍ନ ସମୟରେ ତାରିଖ ଧାର୍ଯ୍ୟ କରାଯାଇଥିଲା । ତାଙ୍କର ତିନିଗୋଟି ଠିକଣାରେ ରେଜିଷ୍ଟ୍ରି ଚିଠି ଓ ଇ-ମେଲ୍ ପଠାଯାଇଥିଲେ ମଧ୍ୟ ସେ ଗ୍ରହଣ ନ କରିବାରୁ ଫେରି ଆସିଥିଲା ।

ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଭାଗ ନୋଟିସ ସହିତ ତଦନ୍ତ ରିପୋର୍ଟର ନକଲ ଗତ ୨.୨.୨୦୨୨ ରେ ତାଙ୍କ ଅବଗତି ନିମନ୍ତେ ପଠାଯାଇଥିଲା । ଉକ୍ତ ନୋଟିସ୍ ପାଇବାର ୧୫ ଦିନ ଭିତରେ ତଦନ୍ତକାରୀ ଅଫିସରଙ୍କ ରିପୋର୍ଟର ଆଧାର ଅନୁଯାୟୀ ନିଜକୁ ଦୋଷାରୋପରୁ ରକ୍ଷା କରିବା ପାଇଁ ଲିଖିତ ଆବେଦନ କିମ୍ବା ମତାମତ ଉପସ୍ଥାନ କରିବାକୁ ସେଥିରେ କୁହାଯାଇଥିଲା । କିନ୍ତୁ ତାହାର ଉତ୍ତର ମିଳିଲା ନାହିଁ । ପରବର୍ତ୍ତୀ ସମୟରେ ପୁଣି ତିନୋଟି ଚିଠି ପଠଶଯାଇଥିଲା । ଅଦ୍ୟାବଧି ଦୁଇଟି ଚିଠି ତାଙ୍କର ହସ୍ତଗତ ନ ହୋଇ ଫେରି ଆସିଥିବା ବେଳେ ଅନ୍ୟ ଏକ ଚିଠି ଏ ପର୍ଯ୍ୟନ୍ତ ଫେରିନାହିଁ ।

ଆଇଜିସ୍ତରୀୟ ଜଣେ ବରିଷ୍ଠ ଆଇପିଏସ ଅଧିକାରୀ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ଚାକିରିରୁ ଅନୁପସ୍ଥିତ ରହିବା ଏବଂ ତାଙ୍କର ଖୋଜଖବର ନ ମିଳିବା ରହସ୍ୟର ବିଷୟ ହୋଇଛି ।

 

Previous Post

ଭର୍ତ୍ତୃହରିଙ୍କୁ କଟାକ୍ଷ ଧର୍ମେନ୍ଦ୍ରଙ୍କୁ କଷ୍ଟ ଦେଲା

Next Post

ଡ୍ରାଇଭର ଆନ୍ଦୋଳନ: ବିଜେପି-ବିଜେଡି ମୁହାଁମୁହିଁ

Next Post
ଡ୍ରାଇଭର ଆନ୍ଦୋଳନ: ବିଜେପି-ବିଜେଡି ମୁହାଁମୁହିଁ

ଡ୍ରାଇଭର ଆନ୍ଦୋଳନ: ବିଜେପି-ବିଜେଡି ମୁହାଁମୁହିଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3265 shares
    Share 1306 Tweet 816
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2176 shares
    Share 870 Tweet 544
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2070 shares
    Share 828 Tweet 518
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2039 shares
    Share 816 Tweet 510
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1920 shares
    Share 768 Tweet 480

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA