Sunday, March 26, 2023 05:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଭର୍ତ୍ତୃହରିଙ୍କୁ କଟାକ୍ଷ ଧର୍ମେନ୍ଦ୍ରଙ୍କୁ କଷ୍ଟ ଦେଲା

ବିଜେପି ଆଦରରେ ବିଜେଡି ସାଂସଦ

by Our Correspondent
15 Mar, 2023- 08:56 PM
in Latest News, News, Politics
1 min read
0
ଭର୍ତ୍ତୃହରିଙ୍କୁ କଟାକ୍ଷ ଧର୍ମେନ୍ଦ୍ରଙ୍କୁ କଷ୍ଟ ଦେଲା

ଭୁବନେଶ୍ୱର: ବିଜେଡିର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଏବେ ବିଜେପି ନେତାମାନଙ୍କ ଆଦରରେ । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ତାଙ୍କୁ ଆଦର କରୁଛନ୍ତି । କୁଆଡ଼େ ତାଙ୍କ ଭଳି ଜ୍ଞାନୀଗୁଣୀଙ୍କୁ ନିଜ ଦଳ ବିଜେଡି ଅସମ୍ମାନ କରୁଥିବାରୁ ବିଜେପିର ଦୟା ହେଉଛି । ବିନା ଶଙ୍ଖ ଚିହ୍ନରେ ସେ କାଉନସିଲର୍ ଜିତିପାରିବେ ନାହିଁ ବୋଲି ତାଙ୍କୁ କଟାକ୍ଷ କରାଯାଉଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଷ୍ଟ ହୋଇଛି । ଗତକାଲି ଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଭର୍ତ୍ତୃହରିଙ୍କ ସହ ଯୋଗଦେବା ଅବସରରେ ଧର୍ମେନ୍ଦ୍ର ଭର୍ତ୍ତୃହରିଙ୍କ ପ୍ରତି ଦୟାପରବଶ ହୋଇଛନ୍ତି ।

ଧର୍ମେନ୍ଦ୍ରଙ୍କ ପ୍ରଶଂସା ପାଇ ଭର୍ତ୍ତୃହରି ବି ଖୁସିରେ ଗଦ ଗଦ ହୋଇଯାଇଥିଲେ । ଯାହା ଖୋଲି କହିବା କଥା କାହିଁକି କହିଲେନି ବୋଲି ଓଲଟି ଧର୍ମେନ୍ଦ୍ରଙ୍କୁ ଉସକାଇଥିଲେ । ଭର୍ତ୍ତୃହରିଙ୍କର ଏହି ମନ୍ତବ୍ୟରୁ ନିଜ ଦଳ ବିଜେଡି ପ୍ରତି ତାଙ୍କର ଘୃଣା ଆସି ସାରିଥିବା ସୂଚେଇ ଦେଉଛି । ତେବେ ବିଜେଡି ପ୍ରତି ତାଙ୍କର ଘୃଣାଭାବ ଏଇ ଦିନେ ଓଳିଏର କଥା ହୋଇନାହିଁ । ପଦ ଓ କ୍ଷମତାରୁ ହଟିଲେ ଯାହା ହେବା କଥା ସେୟା ହିଁ ହୋଇଛି ।

ମଝିରେ ମଝିରେ ଭର୍ତ୍ତୃହରି ତାଙ୍କ ନିଜ ଖବରକାଗଜରେ ବିଜେଡିକୁ ତେର୍ଚ୍ଛା ବାଣ ମାରି ସ୍ତମ୍ଭ ଲେଖୁଛନ୍ତି । ତାଙ୍କର ସେହି ପୁରୁଣା ଖବରକାଗଜର ଏବେକାର ପାଠକ ସଂଖ୍ୟା ସମ୍ଭବତଃ ୧୦୦ରୁ ଅଧିକ ହୋଇ ନ ଥିଲେ ବି ଗଣମାଧ୍ୟମରେ ନିଜକୁ ଚର୍ଚ୍ଚାରେ ରଖି ଗୁରୁତ୍ୱ ବଢ଼ାଇବା ପାଇଁ ତାଙ୍କ ପାଇଁ ଏହା ଭଲ ମାଧ୍ୟମ ହୋଇଛି ।

ଗତ ବିଜେଡି ପ୍ରତିଷ୍ଠା ଦିବସରେ ତାଙ୍କର ଅନୁପସ୍ଥିତି ଚର୍ଚ୍ଚାର ବିଷୟ ହୋଇଥିଲା । ପରବର୍ତ୍ତୀ ସମୟରେ ସାମ୍ବାଦିକମାନେ ତାଙ୍କଠାରୁ ଏହାର ଉତ୍ତର ମାଗିଲା ବେଳେ ସେ ପିନାକୀ ମିଶ୍ରଙ୍କ ଅନୁପସ୍ଥିତିକୁ ଅଙ୍ଗୁଳି ଉଠାଇ କଟାକ୍ଷ କରିଥିଲେ । ସମୟ ଆସିଲେ ତାଙ୍କର ବହୁତ କଥା କହିବାର ଅଛି ବୋଲି କହିଥିଲେ । ଆଗାମୀ ନିର୍ବାଚନରେ କଟକ ଲୋକସଭା ଆସନ ବିଜେପି ଫୋକସ୍ ରେ ଥିବା କଥାକୁ ଓ ମଧ୍ୟ ଉଲ୍ଲେଖ କରିଥିଲେ । ଅବଶ୍ୟ ଏହା କହିବା ପଛରେ ତାଙ୍କର ଅଭିପ୍ରାୟ ବୁଝିବା ଲୋକ ବୁଝିଛନ୍ତି ।

ଭର୍ତ୍ତୃହରି ବାବୁ କଟକ ଲୋକସଭା ଆସନରୁ ବିଜେଡି ଟିକେଟରେ ଏଥରକୁ ମିଶାଇ ୬ ଥର ନିର୍ବାଚିତ ହୋଇଛନ୍ତି । ୧୯୯୮ମସିହାରୁ ତାଙ୍କର ଜୟଯାତ୍ରା ଚାଲିଛି । ସେ ବହୁତ ଜ୍ଞାନୀ ଲୋକ । ଲୋକସଭାରେ ତାଙ୍କର ଦକ୍ଷତା ଉଲ୍ଲେଖନୀୟ । ୨୦୧୭ରେ ଆଉଟଷ୍ଟାଣ୍ଡିଂ ପାର୍ଲିଆମେଣ୍ଟାରିଆନ୍ ଆୱାର୍ଡ ପାଇଥିଲେ । ଲୋକସଭା ଭଲ ତର୍କ ପାଇଁ ୨୦୧୭ ରୁ କ୍ରମାଗତ ୪ ବର୍ଷ ଧରି ସାଂସଦ ରତ୍ନ ପୁରସ୍କାର ପାଇଥିଲେ ।

ତେବେ ସଂସଦରେ ଭଲ ତର୍କ କରୁଥିବା ନେତା ଯେ ଭଲ ଲୋକ ପ୍ରତିନିଧି ତାହା କହିବା ଠିକ୍ ନୁହେଁ । ଭର୍ତ୍ତୃହରି ବାବୁ କଟକ ଆସନରୁ କ୍ରମାଗତ ବିଜୟୀ ହେବା ପଛରେ ରହିଛି କେବଳ ଶଙ୍ଖ ଓ ନବୀନ ପଟ୍ଟନାୟକଙ୍କ ନାଁ । ତାଙ୍କ ନିଜ ଦକ୍ଷତା କିମ୍ବା ଲୋକପ୍ରିୟତା ଯୋଗୁଁ ସେ ଜିତିନାହାନ୍ତି । ନିଜ ନିର୍ବାଚନମଣ୍ଡଳୀର ସାଂଗଠନିକ କାର୍ଯ୍ୟ କିମ୍ବା ରାଜନୈତିକ ଓ ସାମାଜିକ କାର୍ଯ୍ୟକ୍ରମରେ ତାଙ୍କୁ କ୍ୱଚିତ୍ ଦେଖିବାକୁ ମିଳେ । ମୋଟାମୋଟି ଭାବେ ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କ ସହ ତାଙ୍କର ସମ୍ପର୍କ ନାହିଁ । ବରଂ ଜଣେ ଗର୍ବୀ ଓ ଅହଂକାରୀ ନେତା ଭାବେ ତାଙ୍କୁ ଭୋଟର ଜାଣନ୍ତି । ଭୋଟବେଳେ କେବଳ ବିଜେଡି ପ୍ରାର୍ଥୀ ଭାବେ ସେ ଜିତନ୍ତି ।

ଗତଥର ସେ ଟିକେଟ ପାଉ ନ ଥିବା ନିଶ୍ଚିତ ଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କୁ କାକୁତୀ ମିନତୀ ହୋଇ ଟିକେଟ ନେଇଥିବା ଚର୍ଚ୍ଚା ହୋଇଥିଲା । ତେବେ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପୂର୍ବଭଳି ଗୁରୁତ୍ୱ ଦେଉ ନ ଥିବାରୁ ସେ କୁଆଡ଼େ କ୍ଷୁବ୍ଧ ହୋଇଛନ୍ତି । ବିଜେପିକୁ ଯାଇ କଟକରୁ ଲଢ଼ିବେ ବୋଲି ତାଙ୍କର ସମର୍ଥକମହଲରୁ ଶୁଣିବାକୁ ମିଳୁଛି ।

ତେବେ ବିଜେଡିକୁ ଛିଗୁଲେଇ ଭର୍ତ୍ତୃହରିଙ୍କୁ ଯେତେ ପ୍ରଶଂସା କଲେ ବି ସେ ଦଳ ପାଇଁ ଆସେଟ୍ ହୋଇପାରିବେ ନାହିଁ ବୋଲି ଚତୁର ଧର୍ମେନ୍ଦ୍ର ପ୍ରଧାନ ନିଶ୍ଚିତ ଅନୁଭବ କରିଥିବେ । ତେଣୁ କଟକରୁ ତାଙ୍କୁ ଲଢ଼େଇ ଦଳକୁ ନିର୍ବାଚନ ବୈତରଣୀ ପାର୍ କରାଇବେ ଏହା ଧର୍ମେନ୍ଦ୍ର କେବେ ବି କଳ୍ପନା କରି ନ ଥିବେ । ସମ୍ଭାବ୍ୟ ବିଜେପି ରାଜନୀତିରେ ହେଉ କି କଟକ ଲୋକସଭା ନିର୍ବାଚନମଣ୍ଡଳୀରେ ଭର୍ତ୍ତୃହରିଙ୍କ ନିଜସ୍ୱ ଶକ୍ତି କେତେ ସେହି ଅଙ୍କ ଧର୍ମେନ୍ଦ୍ର ଠିକ୍ ବୁଝିଥିବେ ।

ସୁତରାଂ ଶଙ୍ଖ କି ନବୀନଙ୍କ ବିନା ଭର୍ତ୍ତୃହରି କାଉନସିଲର୍ ଜିତିପାରିବେ ନାହିଁ ବୋଲି ଯିଏ କହିଛନ୍ତି ଧର୍ମେନ୍ଦ୍ର ତାଙ୍କୁ ହୃଦୟରୁ ତାରିଫ୍ କରି ମନେ ମନେ ହସୁଥିବା ବିଚିତ୍ର ନୁହେଁ । ଆଉ ରାଜନୀତିରେ ପ୍ରତିପକ୍ଷଙ୍କୁ କେମିତି ବାଣ ମରାଯାଏ, ସେଥିରେ ଧର୍ମେନ୍ଦ୍ର ବାବୁଙ୍କର ପାରଙ୍ଗମତା ବଢ଼ିଯାଇଛି ।

Previous Post

ମାଟ୍ରିକ୍ ଡ୍ରପଆଉଟ୍ ଙ୍କୁ ସପ୍ଲିମେଣ୍ଟାରୀ ସୁଯୋଗ

Next Post

କୁଆଡ଼େ ଗଲେ ଆଇପିଏସ୍ ଭାରତୀ?

Next Post
କୁଆଡ଼େ ଗଲେ ଆଇପିଏସ୍ ଭାରତୀ?

କୁଆଡ଼େ ଗଲେ ଆଇପିଏସ୍ ଭାରତୀ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3265 shares
    Share 1306 Tweet 816
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2176 shares
    Share 870 Tweet 544
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2070 shares
    Share 828 Tweet 518
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2039 shares
    Share 816 Tweet 510
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1920 shares
    Share 768 Tweet 480

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA